/odishatv-khabar/media/media_files/2026/02/06/bomb-threat-2026-02-06-12-26-02.jpg)
Bomb Threat Photograph: (OTV)
ପୁଣି କୋର୍ଟକୁ ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମାରେ ଉଡାଇ ଦେବାକୁ ଧମକ । ଇମେଲ୍ ଜାରିଆରେ ଆସିଛି ଏହି ଧମକ। ଏହାପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ ଚାଲିଛି । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ ହୋଇଛି । ଖାଲି କଟକ ନୁହେଁ ଫୁଲବାଣୀ ଓ ପୁରୀ, ସମ୍ବଲପୁର କୋର୍ଟକୁ ବି ବୋମାରେ ଉଡାଇ ଦେବାକୁ ଧମକ ଆସିଛି।
ଧମକ ମିଳିବା ପରେ ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। କିଏ ଇମେଲ୍ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ରାଜ୍ୟରେ ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ପାଇବା ପରେ ଆରମ୍ଭ ହୋଇଥିଲା ତନାଘନା । ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚି ଖାନତଲାସୀ ହୋଇଥିଲା । ଏହି ସବୁ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
Bargarh Group Clash: ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୨ ଆହତ

Girl's Suspicious Death in Forest: ସସପେନ୍ସରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, କାହିଁକି ଯାଇଥିଲେ ଜଙ୍ଗଲକୁ... କିଏ ଦେଲା ବିଷ?

Good News for Chit Fund Depositors: ଚିଟ୍ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

Dowry Death: ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଏକ ଜୀବନ, ଶାଶୁଘର ଲୋକେ ମାରିଦେଲେ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)