Advertisment

Hindi Movie 'Godaan' Announced Tax-Free: ହିନ୍ଦୀ ଫିଚର୍ ଫିଲ୍ମ 'ଗୋଦାନ' ହେଲା ଟାକ୍ସ ଫ୍ରି; ଚଳଚ୍ଚିତ୍ରକୁ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ହିନ୍ଦୀ ଫିଚର୍ ଫିଲ୍ମ 'ଗୋଦାନ'କୁ ଟାକ୍ସ ଫ୍ରି କଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଗୋଦାନ'ର ପ୍ରିମିୟର ଦେଖିବା ସହିତ ଏହାକୁ କରମୁକ୍ତ ଘୋଷଣା କରିଛନ୍ତି ।

author-image
Chinmayee Sahoo
Hindi movie Godaan

Hindi movie Godaan Photograph: (OTV)

ହିନ୍ଦୀ ଫିଚର୍ ଫିଲ୍ମ 'ଗୋଦାନ'କୁ ଟାକ୍ସ ଫ୍ରି କଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଗୋଦାନ'ର ପ୍ରିମିୟର ଦେଖିବା ସହିତ ଏହାକୁ କରମୁକ୍ତ ଘୋଷଣା କରିଛନ୍ତି । ସିଏମ କହିଛନ୍ତି,  ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର । ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡ଼ି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି। 

Advertisment

ଓଡ଼ିଶାରେ ଖୁବଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ। ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା ସୃଷ୍ଟି ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଚଳଚ୍ଚିତ୍ରଟିକୁ ସପରିବାର ଦେଖିବାକରୁ ଯୁବପିଢିଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଏହି ସିନେମାଟି ରିଲିଜ୍ ହେବ ।

odisha cm mohan charan majhi Odisha Tax-Free Movie
Advertisment
Related Articles
Advertisment