/odishatv-khabar/media/media_files/2026/02/12/helpless-family-2026-02-12-18-54-30.jpg)
Helpless Family Photograph: (OTV)
ପ୍ରଶାସନର ଅବହେଳା ପାଖରେ ଏମାନେ ନାଚାର । ନ୍ୟାୟ ପାଇଁ ଲଢ଼େଇ କରିବେ କ’ଣ ଓଲଟି ଜୀବନ ପାଇଁ ସଂଘର୍ଷ କରୁଛନ୍ତି । ପାଦେ ପାଦେରେ ହତ୍ୟା ଭୟ ଘାରୁଛି । ୩ କୁନିକୁନି ପିଲାଙ୍କ ସହ ମା’ ପ୍ରତିଦିନ ମରିମରି ବଞ୍ଚୁଛି । ସିନ୍ଦୂର ଲିଭିଗଲା ପରେ ସନ୍ତାନଙ୍କ ପାଇଁ ଏ ମା’ର ପଣତ ଯେମିତି ଆଉ ସୁରକ୍ଷା କବଚ ହୋଇନାହିଁ ।
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳର ବାସିନ୍ଦା । କିନ୍ତୁ ବର୍ତ୍ତମାନ ଜୀବନ ବଞ୍ଚାବାକୁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁମେଲସିଂହା ଗାଁରେ ଥିବା ବାପଘରେ ଆଶ୍ରୟ ନେଇଛନ୍ତି । ସ୍ବାମୀଙ୍କୁ ହତ୍ୟା ପରେ ଏବେ ୪ ଜୀବନ ବିପଦରେ ଥିବା ଅଭିଯୋଗ ଆସିଛି ।
ଗତ ସେପ୍ଟେମ୍ବର ମାସରେ ମାନସୀ ସେଠୀଙ୍କ ସ୍ବାମୀ କିଶୋରଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଗାଁର କିଛି ଲୋକ କିଶୋର ଗୋ’ ହତ୍ୟା କରିଥିବା ଅଭିଯୋଗ ଆଣି ତାଙ୍କୁ ଜୀବନରୁ ମାରିଦେଇଥିଲେ । ଆଉ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାକୁ ଗୁରୁତର ସହ ନେଇଥିଲା ।
ମର୍ଡରର ମାତ୍ର ୪ ଦିନ ମଧ୍ୟରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଏବେ କିଶୋରଙ୍କ ପରିବାର ବେସାହାରା ହୋଇଯାଇଛି । ଗାଁ ଲୋକଙ୍କ ଆକ୍ରୋଶ ଭୟରେ ୧୦ ଓ ୧୧ ବର୍ଷର ଦୁଇ ଝିଅ ଏବଂ ୮ ବର୍ଷର ପୁଅକୁ ଧରି ବାପ ଘର ଦେବଗଡ଼ରେ ପଡ଼ିରହିଛନ୍ତି ମାନସୀ ।
ଫଳରେ ପିଲାଙ୍କ ପାଠପଢା ଠପ୍ ହୋଇଯାଇଛି । ସେପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଦେବଗଡ଼ ଆରକ୍ଷୀ ଅଧିକ୍ଷ ଅନିଲ ମିଶ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନି ।
ତେବେ ଜଣେ ଅସହାୟ ମହିଳାଙ୍କୁ ଦେଖି ମଧ୍ୟ ବରଗଡ଼ ପ୍ରଶାସନ ଆଖି ବୁଜିଦେଇଛି । ସ୍ବାମୀଙ୍କ ମୃତ୍ୟୁ ପରେ ଏଣେ ତେଣେ ମୁଲ ଲାଗି ପିଲାମାନଙ୍କୁ ବଡ଼ କରୁଥିବା ଏ ମା’ଟା ଦୁଃଖ କଷ୍ଟରେ ଦିନ କାଟୁଛି । ତେଣୁ ଏମାନଙ୍କ ପାଇଁ ସରକାରୀ ସୁବିଧା ନିହାତି ଆବଶ୍ୟକ ହୋଇପଡ଼ିଛି ।
Bhubaneswar Murder: ବାହାନହୋଇ ଫସାଉଥିଲେ, ଲିଜାଙ୍କ ପସନ୍ଦଥିଲା ବାହାହୋଇଥିବା ଯୁବକ !

Jatra Controversy: ହୋଟେଲରେ ହେଲା ଆଲୋଚନା, ସମାଧାନ ହେଲା ସାଇ-ନାଣ୍ଡୁ କଳି

India vs Namibia: ଆଜି ନାମିବ୍ୟାକୁ ଭେଟିବ ଟିମ୍ ଇଣ୍ଡିଆ, ଅଭିଷେକ ଶର୍ମା ଖେଳିବା ନେଇ ଆଶଙ୍କା ଥିବା ବେଳେ ସଞ୍ଜୁ ସାମସନଙ୍କୁ ମିଳିପାରେ ବଡ଼ ସୁଯୋଗ

Trivial Spat Escalates: ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼, ଆହତ ଯୁବକ ପିଆରଏମ୍ ମେଡିକାଲ୍ ରେ ଭର୍ତ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)