Advertisment

Tight Security for Odisha Assembly Budget: ବଜେଟ୍ ଅଧିବେଶନ ପାଇଁ ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା; ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ

ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ। ବଜେଟ ଅଧିବେଶନ ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ। ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଫେବୃଆରୀ ୧୭ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ।

author-image
Pramod Behera
Tight Security for Odisha Assembly Budget

ବଜେଟ୍ ଅଧିବେଶନ ପାଇଁ ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା Photograph: (OTV)

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।ଫେବୃଆରୀ ୧୭ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ।

Advertisment

ଏଥିପାଇଁ ୩୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍ ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ । 

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍ ରୁମ୍ ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ।। ବିଧାନ ସଭାରେ କିଛି ସମସ୍ୟା ଦେଖା ଦେଲେ ଆଲାରମ ବାଜିବା ସହ ଗେଟ୍ ବନ୍ଦ କରିବା ନେଇ ବ୍ୟବସ୍ଥା କରାଯାଇଛି।

Advertisment

  • ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ
  • ବଜେଟ ଅଧିବେଶନ ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ 
  • ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
Odisha Assembly Odisha News Odisha
Advertisment
Advertisment