ଦିନରେ ଦେଶ ସେବା, ରାତିରେ ଗଞ୍ଜେଇ ବେପାର । ଖବର ପାଇ ମାଡ଼ି ବସିଲା ପୋଲିସ । ତିନିଜଣ ଆଇ.ଆର.ବି ଯବାନଙ୍କ ପାଖରୁ ମିଲିଲା ୧୫ କେଜି ଗଂଜେଇ । ଜଣେ ଜଣେ ଯବାନ ରଖିଥିଲେ ତିନିରୁ ଚାରି କେଜି ଗଂଜେଇ । ବ୍ୟାରେକ ଭିତରେ ଗଂଜେଇ ବେପାର ଦେଖି, ତିନିଜଣ ଯବାନଙ୍କୁ ତୁରନ୍ତ ବୌଦ୍ଧ ନେଇ ପଚରାଉଚରା କଲେ ଏସ୍.ପି ରାହୁଲ ଗୋୟଲ । ଗଂଜେଇ ବେପାରରେ ସଂପୃକ୍ତି ଜାଣି, ଗିରଫ କରି ଯବାନମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଇଏ ହେଉଛି କୋର୍ଟ ଚାଲାଣ ବେଳର ଦୃଶ୍ୟ । ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଯବାନ ଏବେ ମୁହଁ ଢାଙ୍କି ଛିଡା ହୋଇଛନ୍ତି । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧୀ ହୋଇଯାଇଛନ୍ତି ।
Published By: Namita Biswal
Last updated: 27 March 2025, 11:02 AM IST
ପରିଣତ ବୟସରେ ଦ୍ୱିତୀୟ ଥର ଘର ସଂସାର କରିବାକୁ ମନ କରିଥିଲେ । ହେଲେ ପ୍ରେମ ବଦଳରେ ମିଳିଲା ଧୋକା । ଆକାଉଣ୍ଟରୁ ଟଙ୍କା ଗଲା । ତା’ସହ ଘୋର ଲଜ୍ଜାର ବି ସାମ୍ନା କଲେ ୫୯ ବର୍ଷୀୟ ଅବସରପ୍ରାପ୍ତ କର୍ଣ୍ଣେଲ ।