Advertisment

୨ ମାସ ତଳେ ବାହା ହୋଇଥିଲେ... ଘରକୁ ଆସିଲା ମୃତ୍ୟୁ ଖବର

ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ମୃତ ଯବାନ ସୁଶାନ୍ତ ଖୁଣ୍ଟିଆ

ମୃତ ଯବାନ ସୁଶାନ୍ତ ଖୁଣ୍ଟିଆ

ଝାଡ଼ଖଣ୍ଡ: ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ଯବାନ ସହିଦ। ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ। ମୃତ ଯବାନ କେନ୍ଦୁଝର ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ ଖୁଣ୍ଟିଆ। ଆନନ୍ଦପୁର ପୌରାଞ୍ଚଳ ୪ ନମ୍ବର ୱାର୍ଡରେ ସୁଶାନ୍ତଙ୍କ ଘର। ନକ୍ସଲ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଯବାନ ମୁନ୍ନା ଯାଦବ। ତାଙ୍କ ଘର ଉତ୍ତରପ୍ରଦେଶ। 

Advertisment

ଝାଡ଼ଖଣ୍ଡ ଚାଇବାସାରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଚାଇବାସାର କୋଲହାନ୍ ଜଙ୍ଗଲରେ ଚାଲିଥିଲା ଅପରେସନ୍। ଗତ ୩ ଦିନ ଧରି ଚାଲିଥିଲା ନକ୍ସଲଙ୍କ ସହ ଏହି ଅପରେସନ୍ ଚାଲିଥିଲା। ଦୁଇ ଦିନ ତଳେ ନକ୍ସଲଙ୍କ ବଡ଼ କ୍ୟାମ୍ପକୁ ଧ୍ୱଂସ କରାଯାଇଥିଲା। ଏକ ବଡ଼ ବଙ୍କରକୁ ବି ଧ୍ୱଂସ କରିଥିଲେ ଯବାନ। ତେବେ ଆଜି ଅପରେସନ୍ ଜୋରଦାର କରିଥିଲା ଫୋର୍ସ। ଏହି ସମୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିବା ବେଳେ ଓଡ଼ିଆ ଯବାନ ସୁଶାନ୍ତଙ୍କ ଛାତିରେ ଗୁଳି  ବାଜିଥିଲା।

ମାଓ ହମଲାରେ ସହିଦ ସୁଶାନ୍ତଙ୍କ ପରିବାରରେ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସହିଦ ସୁଶାନ୍ତଙ୍କୁ ମରଣ ଏମିତି ବେଳରେ ଛୁଇଁଛି ଯେ, କାନ୍ଦିବାକୁ କେହି ନାହାନ୍ତି। କିଛି ବର୍ଷ ଅନ୍ତରରେ ଡକାଡ଼କି ହୋଇ ବାପା ଓ ୨ ଭାଇ ସ୍ୱର୍ଗବାସ କରିଛନ୍ତି। ବଡ଼ଭାଇ CRPFରେ ଥିଲେ, ସୁଶାନ୍ତଙ୍କ ପରି ସହିଦ ହୋଇଛନ୍ତି। ବାପା ମଧ୍ୟ କିଛି ଦିନ ତଳେ ସ୍ୱର୍ଗାରୋହଣ କରିଛନ୍ତି।

Advertisment

ଆଉ ଜଣେ ଭାଇ କ୍ୟାନସରରେ ପୀଡ଼ିତ ହୋଇ ମୃତ୍ୟ ବରଣ କରିଛନ୍ତି। ମା’ ଏବେ ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି। ମା’ଙ୍କ ପାଖେ ଅଛନ୍ତି ସହିଦ ସୁଶାନ୍ତଙ୍କର ଜଣେ ଭଉଣୀ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ଅଛନ୍ତି। ଏବେ ସୁଶାନ୍ତଙ୍କ ଆନନ୍ଦପୁର ଘରେ କେହି ନାହାନ୍ତି। 

Odia Jawan Naxal Attack Odia Jawan Martyr
Advertisment
Advertisment