Advertisment

ବୀର ପୁଅକୁ ଝୁରୁଛି ଜନ୍ମମାଟି

ଛତିଶଗଡ଼ରେ ନିର୍ବାଚନୀ ଡ୍ୟୁଟି ବେଳେ ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ଓଡ଼ିଆ ଯବାନଙ୍କୁ ନିଜ ଜନ୍ମମାଟିରେ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳି। ଗୋପାଳପୁର ଗାଁ ଶ୍ମଶାନରେ ଅତ୍ୟନ୍ତ ଶୋକାଳୂଳ ପରିବେଶରେ ସହିଦଙ୍କ ଶେଷକୃତ୍ୟ ସରିଛି।

author-image
Santosh Kumar Sahoo

କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି। ଲଢୁଆ ପୁଅକୁ ହରାଇ ଶୋକ ସାଗରରେ ବୁଡ଼ିଛି ସାରା ଗାଁ। ଛତିଶଗଡ଼ରେ ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ବାଲେଶ୍ବର ବାହାନଗା ଗୋପାଳପୁର ଗାଁର ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପରିବାରରେ କାଲିଠୁ ଲାଗି ରହିଥିଲା ଏମିତି ଅସମ୍ଭବ ନିରବତା। ବୀର ପୁଅକୁ ହରାଇବା ଦୁଃଖରେ ଭାଙ୍ଗି ପଡୁଥିଲେ ମାଆ। ଆଉ ଅବେଳାରେ ହାତ ଛାଡ଼ି ଚାଲିଯାଇଥିବା ସ୍ବାମୀଙ୍କୁ ମନେ ପକାଇବା ବେଳକୁ ପତ୍ନୀଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡୁଥିଲା ଆକାଶ ।

Advertisment

ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ। ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବିଏସଏଫ ୯୪ ବାଟାଲିଅନରର ଆଉ କିଛି ଯବାନଙ୍କ ସହ ଜଙ୍ଗଲିଆ ରାସ୍ତାରେ ଆଗକୁ ବଢୁଥିବା ବେଳେ ଲାଲ୍ ବାହିନୀ ବିଛାଇ ଥିବା IED ଉପରେ ଅଜଣାତରେ ଗୋଡ଼ ପଡ଼ିଯାଇଥିଲା। ଆଉ ତା ପରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ଗୁରୁତର ହୋଇଥିଲେ ପ୍ରକାଶ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲ। ଆଉ ଏପଟେ ଏ ଦୁଃଖଦ ଖବର ଗୋପାଳପୁର ଗାଁରେ ପହଞ୍ଚିବା ପରେ ଲୁହରେ ଭିଜିଥିଲା ସାରା ଗାଁ।

Odisha News Odia Jawan Baleswar
Advertisment
Advertisment