Advertisment

National Sports Day 2024: ‘ଜାତୀୟ କ୍ରୀଡା ଦିବସ’ରେ କେଉଁ ମହାନ ବ୍ୟକ୍ତିଙ୍କୁ ସ୍ମରଣ କରାଯାଏ

ଧ୍ୟାନଚାନ୍ଦ ତାଙ୍କର ଅନନ୍ୟ ହକି ଦକ୍ଷତା ଏବଂ ଖେଳ ପ୍ରତି ସମର୍ପଣ ପାଇଁ ସ୍ମରଣୀୟ। ସେ ହକିରେ ଅନେକ ଆନ୍ତର୍ଜାତୀୟ ବିଜୟରେ ଭାରତକୁ ଆଗେଇ ନେଇଥିଲେ। ତାଙ୍କୁ ସ୍ମରଣ କାରିବା ପାଇଁ ଆଜି ଦେଶ ପାଳୁଛି ‘ଜାତୀୟ କ୍ରୀଡା ଦିବସ’।

author-image
Pramod Behera
ଅଦ୍ୟତନ ହୋଇଛି
National Sports Day 2024

National Sports Day 2024

ପ୍ରତିବର୍ଷ ୨୯ ଅଗଷ୍ଟରେ ଭାରତରେ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଏ। ଏହି ଦିନ ହେଉଛି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ, ଯାହାଙ୍କୁ ହକିର ଯାଦୁଗର କୁହାଯାଏ। ମେଜର ଧ୍ୟାନଚାନ୍ଦ ତାଙ୍କର ଅନନ୍ୟ ହକି ଦକ୍ଷତା ଏବଂ ଖେଳ ପ୍ରତି ସମର୍ପଣ ପାଇଁ ସ୍ମରଣୀୟ। ସେ ହକିରେ ଅନେକ ଆନ୍ତର୍ଜାତୀୟ ବିଜୟରେ ଭାରତକୁ ଆଗେଇ ନେଇଥିଲେ।

Advertisment

କାହିଁକି ହୁଏ ପାଳନ:

‘ଜାତୀୟ କ୍ରୀଡା ଦିବସ’ ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ଜୀବନ ଏବଂ ଅବଦାନକୁ ସ୍ମରଣ କରାଯାଏ। ଏହି ଦିନ କ୍ରୀଡ଼ାର ଗୁରୁତ୍ୱକୁ ବିକାଶ କରାଯାଏ ଏବଂ ଲୋକମାନେ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ ହୁଅନ୍ତି। ଏହି ଦିନ ଦେଶର ଖେଳାଳିମାନେ ସେମାନଙ୍କର ଅବଦାନ ପାଇଁ ସମ୍ମାନିତ ହୁଅନ୍ତି ଏବଂ ଯୁବକମାନେ କ୍ରୀଡ଼ାରେ କ୍ୟାରିୟର କରିବାକୁ ପ୍ରେରଣା ପାଆନ୍ତି। କ୍ରୀଡ଼ାର ସ୍ୱାସ୍ଥ୍ୟ ଉପକାରିତାକୁ ନେଇ ଏହି ଦିନ ଫିଟନେସ୍ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଏ।

ମେଜର ଧ୍ୟାନଚାନ୍ଦ କିଏ:

ମେଜର ଧ୍ୟାନଚାନ୍ଦ ୨୯ ଅଗଷ୍ଟ ୧୯୦୫ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ହକିର ଯାଦୁଗର ବୋଲି କୁହାଯାଉଥିଲା। ସେ ତାଙ୍କର ଚମତ୍କାର ହକି ଦକ୍ଷତା ସହିତ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଉଥିଲେ। ସେ ୧୯୨୮, ୧୯୩୨ ଏବଂ ୧୯୩୬ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ହକି ଖେଳାଳିଙ୍କ ମଧ୍ୟରେ ଧାନଚାନ୍ଦଙ୍କୁ ଗଣାଯାଇଥିଲା।

Advertisment

ଜାତୀୟ କ୍ରୀଡା ଦିବସର ମହତ୍ୱ:

  • କ୍ରୀଡା ସମସ୍ତଙ୍କୁ ଏକତ୍ର କରି ଜାତୀୟ ଏକତାକୁ ଦୃଢ କରେ
  • କ୍ରୀଡା ଯୁବ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ନେତୃତ୍ୱ ଗୁଣ ଶିକ୍ଷା ଦିଏ
  • ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ରୀଡା ବହୁତ ଭଲ
  • କ୍ରୀଡ଼ାରେ ବିଜୟ ଦେଶର ଗର୍ବକୁ ବଢାଇଥାଏ

କିପରି ହୁଏ ପାଳନ:

  • ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା, ପ୍ରବନ୍ଧ ଲେଖା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ
  • ଅନେକ ସ୍ଥାନରେ କ୍ରୀଡା ତାଲିମ ଶିବିର ଆୟୋଜିତ ହୁଏ
  • ଯେଉଁମାନେ ଖେଳରେ ଭଲ ପ୍ରଦର୍ଶନ କରନ୍ତି, ସେମାନଙ୍କୁ ପୁରସ୍କାର ଦିଆଯାଏ
  • କ୍ରୀଡ଼ାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ଅଭିଯାନ ହୁଏ

ଜାତୀୟ କ୍ରୀଡା ପୁରସ୍କାର:

‘ଜାତୀୟ କ୍ରୀଡ଼ା ଦିବସ’ ଅବସରରେ ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ‘ଜାତୀୟ କ୍ରୀଡ଼ା ପୁରସ୍କାର’ ପ୍ରଦାନ କରାଯାଏ। ଏହି ପୁରସ୍କାର ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। ଏହି ପୁରସ୍କାର ଖେଳାଳି ଏବଂ ପ୍ରଶିକ୍ଷକମାନଙ୍କୁ ଦିଆଯାଏ ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।

Dhyan Chand National Sports Day Major Dhyan Chand Hockey India
Advertisment
Advertisment