Advertisment

National Sports Day 2023: ଜାଣନ୍ତୁ, ମେଜର ଧ୍ୟାନଚାନ୍ଦଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଉପଲବ୍ଧି...

ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ପ୍ରତିବର୍ଷ ୨୯ ଅଗଷ୍ଟରେ ପାଳନ କରାଯାଏ। ଏହି ‘ଜାତୀୟ କ୍ରୀଡା ଦିବସ’ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଜାତୀୟ କ୍ରୀଡା ଦିବସ ଓ ଧ୍ୟାନଚାନ୍ଦଙ୍କ ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
National Sports Day 2023 Something about Dhyanchand

National Sports Day 2023 Something about Dhyanchand

ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ପ୍ରତିବର୍ଷ ୨୯ ଅଗଷ୍ଟରେ ପାଳନ କରାଯାଏ। ଦେଶରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ‘ଜାତୀୟ କ୍ରୀଡା ଦିବସ’ ସୃଷ୍ଟି କରିଛନ୍ତି। ଏହି ‘ଜାତୀୟ କ୍ରୀଡା ଦିବସ’ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଜାତୀୟ କ୍ରୀଡା ଦିବସ ଓ ଧ୍ୟାନଚାନ୍ଦଙ୍କ ବିଷୟରେ।

Advertisment

କିପରି ହୁଏ ପାଳନ:

ପ୍ରତିବର୍ଷ ଅଗଷ୍ଟ ୨୯ରେ ହକିର ମହାନ ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଏ। ୨୦୧୨ଠାରୁ ଏହା ପାଳନ କରାଯାଉଛି। ଏହି ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥାଏ।

ଇତିହାସ:

୨୦୧୨ରେ ଜାତୀୟ କ୍ରୀଡା ଦିବସ ଆରମ୍ଭ ହୋଇଥିଲା। ଭାରତର ମହାନ ତଥା କାଳଜୟୀ ହକି ଖେଳାଳି 'ମେଜର ଧ୍ୟାନଚାନ୍ଦ'ଙ୍କୁ ଅଲିମ୍ପିକ ଗେମ୍ସରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ଏନେଇ ତାଙ୍କୁ ସମ୍ମାନ ଜଣେଇବା ନେଇ ତାଙ୍କ ଜନ୍ମଦିନ ୨୯ ଅଗଷ୍ଟକୁ ପ୍ରତିବର୍ଷ ଭାରତରେ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଏ।

Advertisment

ଅଧିକ ପଢ଼ନ୍ତୁ: ହକି କ’ଣ ଭାରତର ଜାତୀୟ ଖେଳ…ଆସନ୍ତୁ ଜାଣିବା

ଧ୍ୟାନଚାନ୍ଦ ୨୯ ଅଗଷ୍ଟ ୧୯୦୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିଲେ। ଏହି ମହାନ ଖେଳାଳୀ ୧୯୨୮, ୧୯୩୨ ଏବଂ ୧୯୩୬ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଭାରତ ତିନିଥର ସ୍ୱର୍ଣ୍ଣ ପଦକ ଜିତିଥିଲା।

ଧ୍ୟାନଚାନ୍ଦଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଘଟଣା:

୨୬ ବର୍ଷ ବୟସରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିବା ଧ୍ୟାନଚାନ୍ଦଙ୍କ ପ୍ରକୃତ ନାମ ଥିଲା ଧ୍ୟାନ ସିଂହ। ଧ୍ୟାନଚାନ୍ଦଙ୍କ ସାନଭାଇ ରୂପ ସିଂହ ମଧ୍ୟ ଜଣେ ଭଲ ହକି ଖେଳାଳି ଯିଏ ଅଲିମ୍ପିକ୍ସରେ ଅନେକ ଗୋଲ୍ ସ୍କୋର କରିଥିଲେ। ଏହି ମହାନ ହକି ଖେଳାଳିଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ବିଷୟରେ ନିମ୍ନରେ ବିସ୍ତୃତ ଭାବରେ ଜାଣିବା।

  • ସେନାରେ କାମ କରୁଥିବା କାରଣରୁ ତାଙ୍କୁ ଅଭ୍ୟାସ କରିବାର କମ୍ ସୁଯୋଗ ମିଳୁଥିଲା। ଏହି କାରଣରୁ ସେ ରାତିରେ ଅଭ୍ୟାସ କରୁଥିଲେ। ଧାନ ସିଂହ ଚନ୍ଦ୍ର ଆଲୋକରେ ଅଭ୍ୟାସ କରୁଥିବା ଦେଖି ତାଙ୍କ ସାଙ୍ଗମାନେ ତାଙ୍କ ନାମରେ 'ଚାନ୍ଦ' ଯୋଡିଥିଲେ।
  • ଧ୍ୟାନଚାନ୍ଦ ୧୯୨୮ ଅଲିମ୍ପିକ୍ସରେ ଆମଷ୍ଟରଡାମ୍‌ରେ ସର୍ବାଧିକ ଗୋଲ୍ କରିଥିଲେ। ଏଠାରେ ସେ ମୋଟ ୧୪ଟି ଗୋଲ ସ୍କୋର କରି ଦଳ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ଖେଳ ଦେଖି ଜଣେ ସ୍ଥାନୀୟ ସାମ୍ବାଦିକ କହିଥିଲେ ଯେ ଧ୍ୟାନଚାନ୍ଦ ଯେପରି ଖେଳନ୍ତି ତାହା ଯାଦୁ, ସେ ହେଉଛନ୍ତି ହକିର 'ଯାଦୁକର'।
  • ଖେଳ ଉପରେ ଧ୍ୟାନଚାନ୍ଦଙ୍କର ଏପରି ନିୟନ୍ତ୍ରଣ ଥିଲା ଯେ ବଲ୍ ତାଙ୍କ ଷ୍ଟିକ୍‌ରେ ଯେପରି ଲାଗିଯାଉଥିଲା। ନେଦରଲ୍ୟାଣ୍ଡ ତାଙ୍କ ପ୍ରତିଭା ଉପରେ ସନ୍ଦେହ କରିଥିଲା। ​ତାଙ୍କ ହକି ଷ୍ଟିକ୍‌ରେ କାଳେ ଚୁମ୍ବକ ଅଛି ଭାବି ଏହାକୁ ଭାଙ୍ଗିଥିଲା। ପ୍ରମାଣିତ ହୋଇଥିଲା ଯେ ସେପରି କିଛି ନ ଥିଲା।
  • ମେଜରଙ୍କ ଟିମ୍ ୧୯୩୫ ମସିହାରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ଏଠାରେ ସେ ୪୮ଟି ମ୍ୟାଚ୍ ଖେଳି ୨୦୧ଟି ଗୋଲ୍ ସ୍କୋର କରିଥିଲେ। କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡ୍‌ମ୍ୟାନ୍ ମଧ୍ୟ ତାଙ୍କ ଉପରେ ଫିଦା ହୋଇଯାଇଥିଲେ। ସେ କହିଥିଲେ, “ସେ (ଧ୍ୟାନଚାନ୍ଦ) ହକିରେ ଏପରି ଗୋଲ୍ କରୁଛନ୍ତି ଯେପରି ଆମେ କ୍ରିକେଟ୍‌ରେ ରନ୍ କରୁ।”
  • ଭିଏନାରେ, ଚାରି ହାତରେ ଚାରୋଟି ହକି ଷ୍ଟିକ୍ ଥିବା ଧ୍ୟାନଚାନ୍ଦ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ଏବଂ ସେ ଜଣେ ଜବରଦସ୍ତ ଖେଳାଳି ବୋଲି ଦର୍ଶାଯାଇଛି।

ମେଜର ଧ୍ୟାନଚାନ୍ଦଙ୍କ ଉପଲବ୍ଧି:

ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ହକିରେ ତିନୋଟି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲା। ତାଙ୍କର ଉତ୍ତମ ଷ୍ଟିକ୍ ୱାର୍କ ଏବଂ ବଲ୍ ନିୟନ୍ତ୍ରଣ ହେତୁ ମେଜର ଧ୍ୟାନଚାନ୍ଦଙ୍କୁ ହକିର 'ଯାଦୁଗର' କୁହାଯାଉଥିଲା। ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୪୮ରେ ଖେଳିଥିଲେ। ସେ ଅନ୍ତର୍ଜାତୀୟ କ୍ୟାରିଅରରେ ୪୦୦ରୁ ଅଧିକ ଗୋଲ୍‌ ସ୍କୋର କରିଛନ୍ତି। ଭାରତ ସରକାର ତାଙ୍କୁ ୧୯୫୬ ମସିହାରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ।

ଅଧିକ ପଢ଼ନ୍ତୁ: ମନେ ପଡ଼ନ୍ତି କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦ

National Sports Day
Advertisment
Advertisment