ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍ଏଫ୍ ଓ ଏନଡ଼ିଆର୍ଏଫ୍ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।
ମଧ୍ୟପ୍ରଦେଶର ଇନ୍ଦୋରରେ ଦ୍ୱାଦଶ ଶ୍ରେଣୀର ଛାତ୍ର ନିଜକୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ପରିବାର ସଦସ୍ୟଙ୍କଠାରୁ ଟଙ୍କା ଆଦାୟ ପାଇଁ ସେ ଇଣ୍ଟରନେଟରୁ କଟିଯାଇଥିବା ହାତର ଫଟୋ ବାହାର କରି ହ୍ୱାସଆପ୍ରେ ଘରକୁ ପଠାଇଥିଲେ।। କେବଳ ଏତିକି ନୁହେଁ, ଯଦି ଟଙ୍କା ନ ପାଆନ୍ତି ତେବେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଆଉ ଏପରି ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ହେଲେ ପୋଲିସ ଛାତ୍ରଙ୍କ ପାଖରେ ପହଞ୍ଚିବା ପରେ ସବୁ କଥା ସାମ୍ନାକୁ ଆସିଥିଲା।