/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721615962.jpg)
Odia Labour
ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ । ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ରାଜକନିକା ଓ ରାଜନଗର ଅଞ୍ଚଳର ।
ଗତ ୬ ମାସ ତଳେ ଏକ ପ୍ଲାଏବୋର୍ଡ କମ୍ପାନୀରେ କାମ କରିବାକୁ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ । କିନ୍ତୁ କାମ କରିବା ପରେ ବି ସେମାନଙ୍କୁ ସଠିକ୍ ଭାବେ ପାରିଶ୍ରମିକ ଦିଆଯାଉନାହିଁ । ଏପରିକି କମ୍ପାନୀ କର୍ତ୍ତୃପକ୍ଷ ନାନା ହଇରାଣ ହରକତ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ
ବଡ଼ କଥା ହେଉଛି, ଇତିମଧ୍ୟରେ ସଂପୃକ୍ତ ଓଡ଼ିଆ ଶ୍ରମିକଙ୍କ ଭିସା ଅବଧି ବି ସରିଯାଇଛି । ଭିସା ଅବଧି ବଢାଇବାକୁ ନା କମ୍ପାନୀ କର୍ତ୍ତୃପକ୍ଷ ରାଜି ହେଉଛନ୍ତି ନା ପାରିଶ୍ରମିକ ଦେଉଛନ୍ତି । ଫଳରେ ପୋଲିସ୍ ଭୟରେ ଥାଇଲାଣ୍ଡରେ ଏଣେ ତେଣେ ଲୁଚି ରହୁଥିବା କହିଛନ୍ତି ସମସ୍ତ ଶ୍ରମିକ । ଏବେ ଭିଡ଼ିଓ ଜାରି କରି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)