Advertisment

ବିଜେଡି ଲିଙ୍କ୍‌ରେ ବିଜେପି ବିଧାୟକ! ‘ସରି ଆସୁଛି ଶଙ୍ଖ ଦଳ ଆୟୁ’: ଜୟନାରାୟଣ

ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ । ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

BJD

ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ । ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି । ଦଳରୁ ଯାଇଥିବା ନେତା ଘର ବାହୁଡା ହେବେ । ଅନ୍ୟପଟେ ମୁନା ଖାଁଙ୍କ ଏହି ବୟାନକୁ କାଉଣ୍ଟର କରି ବିଜେପି କହିଛି ତାଙ୍କ ଦଳରୁ ନେତା ଛାଡି ଆମ ଦଳକୁ ଆସୁଛନ୍ତି । ବିଜେଡି ଆୟୁ ସରି ଆସୁଛି । ସେପଟେ ଉଭୟ ଦଳଙ୍କ ବୟାନ ବାଜିରେ ଛୁଙ୍କ ମାରି କଂଗ୍ରେସ କହିଛି ଆମ ଆଡ଼କୁ ଅଧିକ ନେତା ଆକର୍ଷିତ, କେବଳ ସମୟକୁ ଅପେକ୍ଷା କରିଛନ୍ତି ।

Advertisment

ବିଜେଡି ଲିଙ୍କ୍‌ରେ ବିଜେପି ବିଧାୟକ! ବାସ୍ତବତାକୁ ନେଇ ଉଠିଲା ପ୍ରଶ୍ନ । ତେଜିଲା ବିଜେପି-ବିଜେଡି ବୟାନବାଜି । ଗତ ଅକ୍ଟୋବର ୩୦ରେ ବିଜେଡି ସାଂସଦ ମୁନା ଖାଁ ୧୪ ବିଜେପି ବିଧାୟକ ବିଜେଡି ଆସିବା ପ୍ରସଙ୍ଗରେ ଭାଷଣ ପରେ ଆଜି ପୁଣି ଥରେ ମୁନା ଦମ୍ଭୋକ୍ତି ଦେଖାଇଛନ୍ତି । କହିଛନ୍ତି ବିଜେପିର ପ୍ରାର୍ଥୀ ନଥିଲେ । ତାଙ୍କ ଦଳରେ ଅଧିକାଂଶ ଲୋକ ଆମର ।

ବିଜେଡି ଯେପରି ରଣନୀତି କରୁଛି ତାହା ସଫଳ ହେଲେ ପାଞ୍ଚ ବର୍ଷ ପୂର୍ବରୁ ପୁଣି ଥରେ ସରକାରକୁ ଫେରିବ ବିଜେଡି । ତେବେ ମୁନାଙ୍କ ଏହି ମନ୍ତବ୍ୟକୁ କଡା ସମାଲୋଚନା କରିଛି ବିଜେପି । ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ୨୦୨୯ ଯାଏ ବିଜେଡି ଯିବ କି ନାହିଁ ସନ୍ଦେହ । ଚେଇଁକି ସ୍ୱପ୍ନ ଦେଖୁଛନ୍ତି ମୁନା । ସେହିପରି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ବିଜେଡିରୁ ଦୁଇ ସାଂସଦ ଆସିଲେଣି ।

Advertisment

ବିଜେପିର ଯଦି କେଉଁ ବିଧାୟକ ବିଜେଡି ଲିଙ୍କରେ ଅଛନ୍ତି ସାହସ ଥିଲେ ନାଁ ପ୍ରକାଶ କରନ୍ତୁ । ଏଣେ ବିଜେଡି-ବିଜେପି ବୟାନବାଜିରେ କଂଗ୍ରେସ ଏଣ୍ଟ୍ରି ମାରି କହିଛି ଉଭୟ ଦଳର ନେତା ଏବେ କଂଗ୍ରେସ ଲିଙ୍କରେ ଅଛନ୍ତି । ମୁନ୍ନା ଖାଁଙ୍କ ଭଳି କେତେକ ନେତା ଏବେ ବିଜେଡିକୁ କିଛି ବିଜେପି ନେତା ଆସିବା ଚର୍ଚ୍ଚାକୁ ଜୋରଦାର ପ୍ରଚାର କରୁଛନ୍ତି ।

ତେବେ ଏହାପଛର କାରଣ କଣ ହୋଇଥାଇପାରେ? ଦଳ ବଦଳ କଲେ ଯେ, ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବ ତା ତ ସମସ୍ତଙ୍କୁ ଜଣା । ତଥାପି ବିଜେଡି ନେତା ଏଭଳି କଥାକୁ କାହିଁକି ଘୋରି ହେଉଛନ୍ତି? ରାଜନୈତିକ ସମୀକ୍ଷକଙ୍କ ମତ, ବିଜେପି ବିଧାୟକ ବିଜେଡି ଯିବା କଥାରେ ବାସ୍ତବତା ଆଦୌ ନାହିଁ । କେବଳ ଜଣକ ପରେ ଜଣେ ନେତା ଦଳ ଛାଡୁଥିବାରୁ କର୍ମୀ ଓ ନେତାଙ୍କୁ ବାନ୍ଧି ରଖିବା ପାଇଁ ଏଭଳି ବୟାନ ବାଜି କରୁଛନ୍ତି ।

ମାତ୍ର ଦଳ ଭିତରେ ବଢୁଥିବା ଗୋଷ୍ଠୀ କନ୍ଦଳ ବିଜେଡିର ଏହି ରଣନୀତିକୁ ଫଳପ୍ରଦ ନକରିପାରେ । ଦେବାଶିଷ ସାମନ୍ତରାୟଙ୍କ କଂଗ୍ରେସ ସହ ମେଣ୍ଟ କରି କ୍ଷମତାକୁ ଫେରିବା ମନ୍ତବ୍ୟ ହେଉ, ବା ପ୍ରମିଳା ମଲ୍ଲିକଙ୍କ ଆଜି ନିର୍ବାଚନ ହେଲେ ୧୪୦ ସିଟ୍ ଦଖଲ ହେଉ, ଦଳକୁ ଏକଜୁଟ୍ ରଖିବା ଲାଗି ଯେ ଏଭଳି ବୟାନବାଜି ତାହା ଯେ କେହି ବୁଝିପାରିବ । ତେବେ ବିଜେଡିକୁ ଏହା କେତେ ଦୂର ଫାଇଦା ଦେଉଛି ତାକୁ ଅପେକ୍ଷା ।

BJD BJP MP Munna Khan
Advertisment
Advertisment