Advertisment

‘ଗୋବିନ୍ଦ ଫୋନ୍‌ କଲେ, ରାଧେ ଆସି ଟାୟାର ନେଲେ; ପରେ ଜାଣିଲି...’

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଲାଗି ବିରୋଧୀ ଅଡ଼ି ବସି ଥିବାବେଳେ ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।

author-image
Rajalaxmi Sahoo
Mamita Meher Murder Case

Mamita Meher Murder Case

ବଲାଙ୍ଗିର: ଗୋଟିଏପଟେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଲାଗି ବିରୋଧୀ ଅଡ଼ି ବସି ଥିବାବେଳେ ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବେ ସାମ୍ନାକୁ ଆସିଛି। ବିବେକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଏହି ତଥ୍ୟ ଦେଇଛନ୍ତି। 

Advertisment

ବିବେକ ଅଗ୍ରୱାଲ ତାଙ୍କ ବୟାନରେ କହିଛନ୍ତି, “ଗତ ଅକ୍ଟୋବର ୧୦ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଗୋବିନ୍ଦ ସାହୁ ଫୋନ୍‌ କରି କହିଥିଲେ, ମୋର ଡ୍ରାଇଭର ଯାଉଛି। ତୁମେ ତାଙ୍କୁ ୨ଟି ପୁରୁଣା ଟାୟାର ଦେଇ ଦେବ, ମୋର କିଛି କାମ ଅଛି।’ କିଛି ସମୟ ପରେ ତାଙ୍କର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ ମୋ ପାଖକୁ ଆସିଥିଲେ। ସେତେବେଳେ ସମୟ ପାଖାପାଖି ଅପରାହ୍ଣ ସାଢ଼େ ୩ଟା ହୋଇଥିଲା। ଏହାପରେ ସେ ମୋତେ ୨ଟି ଟାୟାର ମାଗି ଥିଲେ। ମୁଁ ଗୋବିନ୍ଦଙ୍କ କଥାରେ ରାଜି ହୋଇ ୨ଟି ଟାୟାର ରାଧେଙ୍କୁ ଦେଇ ଦେଲି।’

ବିବେକ ତାଙ୍କ ବୟାନରେ ଆହୁରି କହିଛନ୍ତି,‘ପରେ ଶୁଣିବାକୁ ପାଇଲି ଯେ, ସ୍କୁଲ୍‌ରେ ମିଟିଂ ଅଛି ବୋଲି କହି ମମିତା ମେହେରଙ୍କୁ ଗତ ୮ ତାରିଖ ଦିନ ଗୋବିନ୍ଦ ସାହୁ ଡାକିଥିଲେ। ଏହାପରେ ଗୋବିନ୍ଦ ଚାନ୍ଦୋତରା ଛକ ନିକଟରେ ନିଜ କାର୍‌ରେ ମମିତାଙ୍କୁ ବସାଇ ଆଣି ଉକ୍ତ ଗାଡ଼ି ଭିତରେ ହିଁ ମମିତାଙ୍କ ହତ୍ୟା କରିଥିଲେ। ଏହାପରେ ରାଧେଙ୍କ ସାହାଯ୍ୟରେ ପୂର୍ବରୁ ମହାଲିଙ୍ଗ ଷ୍ଟାଡିୟମରେ ଖୋଳା ଯାଇଥିବା ଗାତରେ ମୋ ପାଖରୁ ନିଆଯାଇଥିବା ଟାୟାର ସାହାଯ୍ୟରେ କିରୋସିନି ଢାଳି ନିଆଁ ଲଗାଇ ପୋଡ଼ି ମାରି ଦେଇଥିଲେ।’

Advertisment

ସେପଟେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଲଢ଼େଇ ଜୋରଦାର କରିଛନ୍ତି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବିରୋଧ କରି ଜନତା କର୍ଫ୍ୟୁ ପାଳନ ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି। 

Govind Sahu Mamita Meher Mamita Murder Case Mamita Meher Murder Case
Advertisment
Advertisment