ଖୋଦ୍ ପ୍ରଶାସନିକ ସ୍କୁଲ ବସ୍ ଆଇନକୁ ଉଲ୍ଲଂଘନ କରି ରାସ୍ତାରେ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଗାଡ଼ିର ଫିଟନେସ୍ ନଥିବା ବେଳେ ଇନ୍ସ୍ୟୁରାନ୍ସ ଅବଧି ମଧ୍ୟ ସରିଗଲାଣି। ଏପରିକି ଗା଼ଡିର ଟ୍ୟାକ୍ସ ମଧ୍ୟ ପୈଠ ହୋଇନି। ଏହା ସତ୍ତ୍ୱେ ବର୍ଷ ବର୍ଷ ଧରି ବିପଦ ସଙ୍କୁଳ ବସ୍ରେ ପ୍ରତ୍ୟେକ ଦିନ କୁନି କୁନି ଛାତ୍ରଛାତ୍ରୀ ଯାତ୍ରା କରୁଛନ୍ତି।
ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ। ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ
କମୁନି ଜନନୀ ଯନ୍ତ୍ରଣା । ରାସ୍ତା ସମସ୍ୟା କାରଣରୁ ଆମ୍ୱୁଲାନ୍ସ ପାଖକୁ ରୋଗୀ ନୁହେଁ ରୋଗୀ ଆମ୍ୱୁଲାନ୍ସ ପାଖକୁ ଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାଗାବେଡା ଗାଁରେ ।
ଏ ଯୁଗର ସାବିତ୍ରୀ। ଠିକାଦାର ଭାବି ଇଂଜିନିୟର ସ୍ୱାମୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଘଞ୍ଚ ଜଙ୍ଗଲରେ ଭୟରେ କଟିଲା ୭ ଦିନ। କିନ୍ତୁ ହାର ମାନିନଥିଲେ ପତ୍ନୀ। ଘଞ୍ଚ ଜଙ୍ଗଲରେ ତିନି ବର୍ଷର ପୁଅକୁ କାଖେଇ ସ୍ୱାମୀଙ୍କୁ ଖୋଜିଥିଲେ ଏବଂ ନକ୍ସଲଙ୍କ କବଳରୁ ଫେରାଇ ଆଣିଥିଲେ ନିଜ ସ୍ୱାମୀକୁ…
ଜଣେ ସ୍ତ୍ରୀର ବିଶ୍ୱାସ ଓ ନିରୋଳା ଭଲପାଇବା ଆଗରେ ହାର ମାନିଛନ୍ତି ମାଓବାଦୀ । ଅପହରଣ କରି ନେବାର ଦୀର୍ଘ ୭ ଦିନ ପରେ ଇଞ୍ଜିନିୟରଙ୍କୁ ମୁକ୍ତ କରିଛନ୍ତି
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ। ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି
ସାରା ରାଜ୍ୟରେ ପେଟ୍ରୋଲ ଦର ବଢୁଥିବା ନେଇ କଲବଲ ହେଲେଣି ଲୋକେ। ବେଲଗାମ ଦରକୁ ନେଇ ଚିନ୍ତାରେ ଖାଉଟି ।
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଛି ଆଜି ମାଲକାନଗିରି ତୈଳ ଦର ସବୁ ରେକର୍ଡ ଟପିଛି।
ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ। ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ।
ମାଲକାନଗିରି ତୁଳସୀ ପାହାଡ଼ରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ; ମାଓ ଶିବିର ଚାଲିଥିବା ସୂଚନା ପାଇ କମ୍ବିଂ ବେଳେ ଗୁଳି ବିନିମୟ ହୋଇଛି। ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଛି
ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଥିଲି ଥାନା ତୁଳସୀ ଫରେଷ୍ଟ ରେଞ୍ଜରେ ଏହି ଗୁଳି ବିନିମୟ ଘଟିଛି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଯାତାୟାତ ପାଇଁ ପୂର୍ବରୁ ଅନେକ ମୋଟର ଲଞ୍ଚ ବାଲିମେଳା ଜଳ ଭଣ୍ଡାରରେ ଯାତାୟାତ କରୁଥିଲା । କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣା ଅଭାବରୁ ଏବେ ପ୍ରାୟ ବୋଟ ଅଚଳ ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହେବାକୁ ବସିଛି ।
ବଣ୍ଡାଘାଟିର ହୀରା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍ଏ ପଢୁଆ ଝିଅ। ହେଲେ ଏବେ ଚର୍ଚ୍ଚା ତାଙ୍କ ପାଠ ପାଇଁ ନୁହେଁ, ଚର୍ଚ୍ଚା ତାଙ୍କ କାମ ପାଇଁ।
ମାଲକାନଗିରି ସୀମାନ୍ତରେ ପୁଣି ମାତିଛନ୍ତି ମାଓବାଦୀ। ମାଓବାଦୀ ଆତଙ୍କରେ ପୁଣି ଲାଲ ହୋଇଛି ଓଡ଼ିଶା-ଛତିଶଗଡ଼ ସୀମାନ୍ତ। ଏକ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ଲାଲବାହିନୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି।
ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।
ମାଲକାନଗିରିରେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ବାତିଲ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ଟେଣ୍ଡରକୁ ବାତିଲ କରିଛନ୍ତି ।
ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା
ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଇଣ୍ଟରନେଟ ଶିକ୍ଷା ଫେଲ ମାରିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ମୋବାଇଲ ସେବାଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଏଠାରେ ପୂରା ବିଫଳ ରହିଛି । ଦ୍ୱିତୀୟଟି ହେଉଛି ଏହି ଅଂଚଳଟି ୮୦ଭାଗରୁ ଅଧିକ ଲୋକ ଗରିବ ଶ୍ରେଣୀର ଆଦିବାସୀ। ପରିବାର ଚଳାଇବା ପାଇଁ ପାଖରେ ଟଙ୍କା ନାହିଁ, ସେମାନେ ମୋବାଇଲ ବା ଆଣିବା କେଉଁଠୁ?
ଲାଲ୍ ଶିବିର ପ୍ରତି ଓଡ଼ିଆ କ୍ୟାଡର୍ ମାଓବାଦୀଙ୍କର ମୋହଭଙ୍ଗ ହେଉଛି କି ? କାରଣ ଗୋଟିଏ ଦିନରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୩ ଜଣ ଓଡ଼ିଆ କ୍ୟାଡର୍ ମାଓବାଦୀ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ଅଛନ୍ତି।
SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର
ମାଲକାନଗିରିରେ ରୋଚକ ରାଜନୀତି । ଜିଲ୍ଲା ଯୋଜନା ବୈଠକରେ ବାପା-ଝିଅ କଟାକଟି । ମାଲକାନଗିରି ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ ।
ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।
ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ। ଆସନ୍ତା ମାସରେ ଉଦଘାଟନ ହେବ ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୂଳ ଭୂଖଣ୍ଡ ସହିତ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ। ଏହା ଫଳରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗମନାଗମନର ସୁବିଧା […]
ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ପାଣି ସମସ୍ୟା। ଖରାଦିନେ ଏବେ ଉତ୍କଟ ହୋଇଛି ଜଳକଷ୍ଟ। ଘାଟିରେ ପ୍ରତି ଗାଁରେ ନଳକୂଅ ଥିଲେ ବି ଅଧିକାଂଶ ଅଚଳ। ଏପରିସ୍ଥଳେ ଝରଣା, ଚୁଆ ଓ କୋରଡ଼ ପାଣି ହିଁ ବଣ୍ଡା ଆଦିବାସୀଙ୍କ ଜୀବନ ବଞ୍ଚାଉଛି। ପାଣି ପାଇଁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା। ଧୁ ଧୁ ଖରାରେ ଆବଡ଼ା ଖାବଡ଼ା ପାହାଡ଼ିଆ ରାସ୍ତାରେ ପାଣି ଗରାଟେ ଲାଗି ସଂଘର୍ଷ କରୁଛନ୍ତି ବଣ୍ଡା ଆଦିବାସୀ। ମାଲକାନଗିରି ବଣ୍ଡା ଘାଟି ଅନ୍ତର୍ଗତ ଦାନ୍ତିପଡ଼ା […]
ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା। ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ […]