/odishatv-khabar/media/media_files/2025/12/10/malkangiri-2025-12-10-08-24-21.jpg)
Malkangiri Photograph: (OTV)
ସ୍ବାଭାବିକ ହେଉଛି ମାଲକାନଗିରିର ଏମ୍ ଭି-୨୬ ଓ ରାଖେଲଗୁଡ଼ା। ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଗାଁର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ବସିଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତଙ୍କର ଦାବି ଶୁଣିଥିଲେ ଜିଲ୍ଲାପାଳ।
ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ମଧ୍ୟରେ ସହମତି ହୋଇଛି। ବିଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିନାହିଁ। ପୋଲିସ-ପ୍ରଶାସନ ଉପସ୍ଥିତିରେ ୫ ଦିନ ପରେ ମୃତ ମହିଳାଙ୍କ ହେଲା ଅନ୍ତିମ ସତ୍କାର କରାଯାଇଛି। ବିଏନଏସ ୧୬୩ ଲାଗୁ ରହିଥିବାବେଳେ ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ।
• ସ୍ବାଭାବିକ ହେଉଛି ମାଲକାନଗିରି
• ଏମ୍ ଭି-୨୬ ଓ ରାଖେଲଗୁଡ଼ାକୁ ଫେରୁଛି ଶାନ୍ତି
• ଦୁଇ ଗାଁ ମଧ୍ୟରେ ଶାନ୍ତି ପାଇଁ ସହମତି
• ସଫଳ ହେଲା ଶାନ୍ତି କମିଟି ବୈଠକ
• ଗତ ୨୪ ଘଣ୍ଟାରେ ଗାଁରେ ଆଉ କୌଣସି ଅପ୍ରୀତିକର ସ୍ଥିତି ଉପୁଜିନି
• ମୃତ ମହିଳାଙ୍କର କରାଗଲା ଅନ୍ତିମ ସତ୍କାର
• ସ୍ଥିତି ଉପରେ ନଜର ରଖାଯାଇଥିବା କହିଲେ ଜିଲ୍ଲାପାଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)