Advertisment

Collector School Visit: ବଣ୍ଡାଘାଟିରେ ପାଠ ପଢ଼ାଇଲେ ଜିଲ୍ଲାପାଳ

ବଣ୍ଡାଘାଟି ମୁଦୁଲିପଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଛାତ୍ରଛାତ୍ରୀଙ୍କ ସମସ୍ୟା ପଚାରି ବୁଝିଲେ।

author-image
Debadatta Aryashrestha
Malkangiri Collector Teaches Students

Malkangiri Collector Teaches Students

ବଣ୍ଡାଘାଟିରେ ପାଠ ପଢ଼ାଇଲେ ମାଲକାନଗିରି ଜିଲ୍ଲାପାଳ । ବଣ୍ଡାଘାଟି ମୁଦୁଲିପଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ମୁଦୁଲିପଡ଼ା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଛାତ୍ରୀଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ ।

Advertisment

ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଖଇରପୁଟ ବ୍ଲକସ୍ଥିତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡରାହାଲ ଓ ମୁଦୁଲିପଡ଼ା ଗସ୍ତ କରିଥିଲେ । ଏହି ସମୟରେ ସେ ମୁଦୁଲିପଡ଼ା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଛାତ୍ରୀଙ୍କୁ ଇଂରାଜୀ ଓ ସଂସ୍କୃତ ପଢ଼ାଇବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ମାତୃ ଓ ଶିଶୁପୋଷଣ କେନ୍ଦ୍ର, ପିଏମ୍ ଆବାସ ଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ନିର୍ମାଣଧୀନ ଗୃହଗୁଡିକୁ ତୁରନ୍ତ ସାରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ମୁଦୁଲିପଡ଼ା ପିଏଚସି ଯାଇ ନିର୍ମାଣାଧୀନ ନୂତନ କୋଠା ବୁଲି ଦେଖିଥିଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଆଦିମ ବଣ୍ଡା ଜନଜାତିଙ୍କ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ସୁନିଶ୍ଚିତ କରିବା ପାଇଁ ପିଏ ଆଇଟିଡିଏ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍‌ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ମଧ୍ୟ ହଠାତ ସ୍କୁଲରେ ପହଞ୍ଚି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ବହି ପଢ଼ାଇଥିଲେ । ତେବେ ଅଷ୍ଟମ ଶ୍ରେଣୀ ପିଲା ଇଂରାଜୀ ବହି ପଢ଼ି ନପାରିବାକୁ ନେଇ ଜିଲ୍ଲାପାଳ ଚିନ୍ତାବ୍ୟକ୍ତ କରିଥିଲେ । ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ, ଅଥଚ ଇଂରାଜୀ ଶବ୍ଦ ସଠିକ୍ ଉଚ୍ଚାରଣ କରିପାରୁ ନାହାନ୍ତି କାହିଁକି ବୋଲି ଉପସ୍ଥିତ ଶିକ୍ଷକଙ୍କୁ ପଚାରିଥିଲେ । ତେବେ ଯେଉଁ ପିଲା ଦୁର୍ବଳ ସେମାନଙ୍କୁ ଅଧିକ ସମୟ ଦେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ।

Advertisment
Odisha Malkangiri Odisha Administration Human Interest Story
Advertisment
Advertisment