/odishatv-khabar/media/media_files/2025/09/24/mao-2025-09-24-09-24-19.jpg)
ମାଓ Photograph: (OTV)
ଭୁଶୁଡ଼ିବାରେ ଲାଗିଛି ମାଓ କ୍ୟାମ୍ପ। ସଂଗଠନ ଛାଡ଼ୁଛନ୍ତି, ଏନକାଉଣ୍ଟର୍ ହେଉଛି। ଏବେ ଏମିତି କିଛି ସ୍ଥିତି ଲାଲ ସଂଗଠନ ଭିତରେ। ମାଲକାନଗିରି ଜିଲ୍ଲା ବିଏସଏଫ ଓ ଡିଭିଏଫକୁ ମିଳିଛି ବଡ ସଫଳତା। କାଲିମେଳା ବ୍ଲକର ଭେଜଙ୍ଗଵାଡା ଆରଏଫର ଦୟାଲତଙ୍ଗ ଏବଂ ଏଲକାନୁର ଜଂଗଲରେ ବିଏସଏଫ ଏବଂ ଡିଭିଏଫ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଉଦ୍ଧାର କରିଛି।
ଏହି ଡମ୍ପରେ ମାଓବାଦୀ ଲ୍ୟାଣ୍ଡମାଇନ ପ୍ରସ୍ତୁତ ସାମଗ୍ରୀ ସମେତ ଅନ୍ୟ ବିସ୍ଫୋରକ ଲୁଚାଇ ରଖିଥିଲେ। ତୁରନ୍ତ ଯବାନ ଏହି ଅଂଚଳକୁ ଘେରିବା ସହ ଅତି ସତର୍କତାର ସହ ମାଓ ଡମ୍ପରୁ ସମସ୍ତ ଜିନିଷ ବାହାର କରିଥିଲେ। ଟିଫିନ୍ ବୋମା ପ୍ରସ୍ତୁତ ପାଇଁ ଷ୍ଟିଲ ଟିଫିନ, ଗ୍ରନେଡ, ଜିଲୋଟିନ୍ ଷ୍ଟିକ୍, କୋଡେକ୍ସ ତାର, ୩୬ଟି ଗ୍ରେନେଡ,ବନ୍ଧୁକ, ରିମୋଟ, ବିଦ୍ୟୁତ ମଟର, ସିଲିଣ୍ଡର, ଆଇରନ ପ୍ଲେଟ ଇତ୍ୟାଦି ରହିଛି।
ଲଗାତାର ବିଏସଏଫ ଏବଂ ଡିଭିଏଫ ଯବାନ ଜଂଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଯାହାଫଳରେ ଜିଲ୍ଲାରେ ମାଓବାଦୀ ନିଜର ପତିଆରା ବଢାଇବାରେ ବିଫଳ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)