• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୁଆଡେ ଗଲା ସୁନା ଥାଳି । କାହିଁକି ମହାପ୍ରଭୁଙ୍କୁ ସୁନାଥାଳିରେ ଭୋଗ ଲାଗୁନି । ସୁନା ଥାଳି ରତ୍ନଭଣ୍ଡାରରେ ଗଚ୍ଛିତ ଅଛି କି ନାହିଁ । ରତ୍ନଭଣ୍ଡାରରୁ ସୁବର୍ଣ୍ଣ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହୋଇଥିବା ବେଳେ ସେଥିରେ ସୁନାଥାଳି ରହିଛି ତ । ଏ ପ୍ରଶ୍ନ ଏବେ ସେବାୟତ ମାନେ ଉଠାଇଛନ୍ତି ।

ଶ୍ରୀମନ୍ଦିର ଇତିହାସ କହେ ମହାପ୍ରଭୁ ୪ଟି ସୁନାଥାଳିରେ ଖେଚୁଡି ଭୋଗ ଖାଇଥାନ୍ତି । ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପରେ ସୁନାଥାଳିରେ ଖେଚୁଡି ଭୋଗ ଖାଇଥାନ୍ତି । କିନ୍ତୁ କାଳକ୍ରମେ ସୁନାଥାଳିରେ ଆଉ ଖେଚୁଡି ଖାଉନାହାନ୍ତି ପ୍ରଭୁ । ଏବେ ସମୟ ଆସିଛି ରତ୍ନଭଣ୍ଡାରରେ ଥିବା ସୁନାଥାଳିକୁ କାଢି ମହାପ୍ରଭୁଙ୍କୁ ସୁନାଥାଳିରେ ଖେଚୁଡି ଭୋଗ ଲଗାଇବା ।

ସେପଟେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଛି ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା କଥା ସେ କହିଛନ୍ତି ।

ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାର ଘର ଭିତରକୁ ଯାଇ ଦ୍ୱିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ ୩ଟି ସିନ୍ଦୁକ ଥିବା ଦେଖିଥିଲେ ଅଧିକୃତ ଟିମ୍‌ । ଏହାଛଡ଼ା ଭିତର ରତ୍ନଭଣ୍ଡାରରେ ଠାକୁର ରଖିବା ଖଟୁଲି ମଧ୍ୟ ରହିଛି । ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।

କପିଳେନ୍ଦ୍ର ଦେବଙ୍କ ଅମଳରେ ଦାକ୍ଷିଣାତ୍ୟ ବିଜୟ ବେଳେ ୧୬ଟି ହାତୀରେ ରତ୍ନ ଅଳଙ୍କାର ବୋହି ଆଣିଥିଲେ ରାଜା । ସେ ଏହି ସବୁ ସଂପତ୍ତି ମହାପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେଇଥିବା କିମ୍ବଦନ୍ତୀରେ ରହିଛି । ଉତ୍କଳ ପ୍ରଦେଶର ବିଭିନ୍ନ ଗଜପତି ସେତେବେଳେ ଅନେକ ରାଜ୍ୟ ଜୟ କରି ସେହି ରାଜ୍ୟର ରାଜାଙ୍କ ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଆସିଥିଲେ । ସେ ସବୁ ମଧ୍ୟ ରତ୍ନ ଭଣ୍ଡାରରରେ ଥିବା ବିଶ୍ୱାସ ରହିଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଗତକାଲି ରତ୍ନଭଣ୍ଡାର ପରିଦର୍ଶନ ପରେ ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ପ୍ରସଙ୍ଗକୁ ସିଧା ମନା କରିନଥିଲେ ଗଜପତି । ସେ କହିଥିଲେ ASI ଏହାର ଲେଜର ସ୍କାନିଂ କଲେ ସବୁ ତଥ୍ୟ ପଦାକୁ ଆସିବ ।

OTV is now on Whatsapp

Join and get latest news update delivered to you via whatsapp

Join Now