ରାଜନୀତିର ସର୍ବାଗ୍ରେ ଯେଉଁ କୋଟିଆ ପଞ୍ଚାୟତ, ସେଇ ପଞ୍ଚାୟତ ମୁଖ୍ୟାଳୟକୁ ଛାଡ଼ିଦେଲେ ବାକି ଗାଁ ଗୁଡ଼ିକରେ କେମିତି ଦୁର୍ବିସହ ଜୀବନ, ଓଟିଭି ତାର ଚିତ୍ର ପରଖିଥିଲା କାଟ୍ରାଗଡ଼ାରେ । ସବୁଦିନିଆ ରାସ୍ତା, ସ୍ୱଚ୍ଛ ପାଣି ଓ ବିଜୁଳି, ସବୁ ଯେମିତି ଏଠି କେବଳ ମିଛ ପ୍ରତିଶ୍ରୁତିର କବଜାରେ। ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ
Published: Sarbeswar
Last updated: 03 April 2023, 10:19 PM IST
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ହେଲା ପାଣିର ଗାର । ଯେଉଁଥିପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଆସି ରାଜଧାନୀରେ ଧାରଣା ଦେଲେଣି । ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି ଶିକ୍ଷକ ତାତି ।ସେପଟେ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହିଲେ ପାଠ ପଢ଼ା ସହ ଆଡମିଶନ୍ ବି ପ୍ରଭାବିତ ହୋଇପାରେ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଶିକ୍ଷକମାନେ ଧୈର୍ଯ୍ୟ ଧରନ୍ତୁ ।