• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଟିଆରେ ପୁଣି ପଶିଲା ଆନ୍ଧ୍ର । ଏଥର ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅଧିକାରୀ ନୁହଁନ୍ତି ଖୋଦ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା କୋଟିଆ ପଞ୍ଚାୟତ ଅନ୍ତର୍ଗତ ନେରଡିବାଲସା ଓ ତାଡିବାଲସା ଗସ୍ତ କରିଛନ୍ତି । ସେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ପ୍ରଚାର କରିଛନ୍ତି । କେବଳ ଏତିକି ନୁହେଁ ଗାଁ ଗୁଡ଼ିକରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଗାଁ ଲୋକଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଥାନା ଓ ପ୍ରଶାସନିକ କାର୍ଯ୍ୟାଳୟ ଥିଲେ ବି ଏହାକୁ ପ୍ରତିରୋଧ କରାଯାଇ ନଥିବାରୁ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଲୁଚିଛପି ଓଡ଼ିଶା ମାଟିରେ ଲୋକଙ୍କୁ ପ୍ରଲୋଭିତ କରିବା ଉଦ୍ୟମକୁ ବରୋଧ କରିଛନ୍ତି ପଟାଙ୍ଗି ବିଧାୟକ ।

କିଛି ଦିନ ପୂର୍ବରୁ କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଜଳପ୍ରପାତ ଗଲିଗବ୍ଦର ଠାରେ ମୃତ୍ତିକା ଓ ପଥର ସର୍ଭେ କାର୍ଯ୍ୟ ଚାଲୁ ରଖିଥିଲା ଆନ୍ଧ୍ର । କିଛି ସରକାରୀ ଅଧିକାରୀ ଆସି ସଂପୃକ୍ତ ଅଞ୍ଚଳରେ ବୁଲାବୁଲି କରିଥିଲା । ଗାଡ଼ି ନମ୍ବର ପ୍ଲେଟ୍‌ରୁ ଦେଖିବା ପରେ ଏହା କର୍ଣ୍ଣାଟକରେ ରେଜିଷ୍ଟ୍ରେସନ୍ ହୋଇଥିବା ଜଣାପଡ଼ିଥିଲା । ତେବେ ଅଧିକାରୀଙ୍କୁ ପ୍ରଶ୍ନ କରିବା ପରେ ସେମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ସେପଟେ ବିଭିନ୍ନ ସମୟରେ କୋଟିଆ ଅଞ୍ଚଳ ସମେତ ଗଲିଗବ୍ଦର୍, ନୂଆଗାଁ ଆଦି ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ପ୍ରଲୋଭନ ଦେଖାଇ ଆସୁଛନ୍ତି । କୋଟିଆ ଅଞ୍ଚଳ ଖଣିଜ ସମ୍ପଦରେ ଭରପୁର ଥିବାରୁ ଆନ୍ଧ୍ର ଏହି ଅଞ୍ଚଳକୁ ଅକ୍ତିଆର କରିବାକୁ ପ୍ରଚେଷ୍ଟା କରୁଥିବା ଅନେକ ସମୟରେ ଅଭିଯୋଗ ଆସିଛି ।