ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।
ଯୁଦ୍ଧ ଲାଗିବା ପରଠୁ ନିୟମିତ ସୁନା ଦରରେ ବୃଦ୍ଧି ପାଇ ୪ ଦିନରେ ୧୪ ଶହ ଟଙ୍କା ମହଙ୍ଗା ହେଲାଣି। ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି।
ଏଠି ଗୁଳି ଗୋଳାର ଗର୍ଜନ ନୁହେଁ, ଶୁଭୁଛି ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର। ସେନାର ମନୋବଳ ବଢ଼ାଇବାକୁ ବାଲକୋନି ଲାଇଟ୍ ଧପ୍ ଧପ୍ କରିବା ସହ, ଏକସ୍ୱରରେ ଗାଉଛନ୍ତି ନିଜ ଜାତୀୟ ସଂଗୀତ 'ହାତିକ୍ଭା'- ଯାହାର ଅର୍ଥ ଆମେ ନଇଁବୁ ନାହିଁ, ଭାଙ୍ଗିବୁ ନାହିଁ।
ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି।
ଗାଜାରେ ବର୍ଷୁଛି ବୋମା । ଧ୍ୱଂସସ୍ତୁପରେ ପରିଣତ ହେଉଛି ସହର । ଆଉ ଇଏ ବିମାନ ଆକ୍ରମଣ ହେବାର କିଛି କ୍ଷଣ ପୂର୍ବର ଭିଡିଓ । ସାଇରନ ବାଜିବା କ୍ଷଣି ପ୍ରାଣ ବଞ୍ଚାଇବାକୁ ଚାଲିଛି ଏମିତି ଧାଁଧପଡ଼ । ଏପଟେ ପାଣି ବନ୍ଦ, ବିଦ୍ୟୁତ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସପୂର୍ଣ୍ଣ ବନ୍ଦ ।
ବିସ୍ଫୋରଣ ପାଇଁ ଧଳା ଫସଫରସକୁ ବ୍ୟବହାର କରୁଛି ଇସ୍ରାଏଲ ସେନା । ଏନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୃଶ୍ୟ । ବିଭିନ୍ନ ଫଟୋ, ଭିଡିଓରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଏଥିରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।
ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ । ଫସି ରହିଛନ୍ତି ୫୦ ଓଡ଼ିଆ ଛାତ୍ରଛାତ୍ରୀ । ଯୁଦ୍ଧ ଯୋଗୁ କେହି ଘରୁ ବାହାରୁନାହାନ୍ତି । ଯୁଦ୍ଧ ସାଇରନ ବାଜିଲେ ବଙ୍କର ଭିତରକୁ ଯାଉଛନ୍ତି ଲୋକେ ।
୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ। ଏଥିମଧ୍ୟରୁ ଅନେକ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବାବା ଭେଙ୍ଗାଙ୍କ ଅନ୍ୟ ଭବିଷ୍ୟବାଣୀଗୁଡିକ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ।
ଟିଭି ଅଭିନେତ୍ରୀ ମଧୁରା ନାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଧୂଆଁ ଓ ନିଆଁର ସହର ପାଲଟିଛି ପୃଥିବୀର ଅନ୍ୟତମ ଭିଡ଼ବହୁଳ ଇଲାକା ଗାଜା ପଟ୍ଟି । ମାତ୍ର ୩୬୨ ବର୍ଗ କିଲୋମିଟର ଅଞ୍ଚଳରେ ରହନ୍ତି ୨୦ ଲକ୍ଷ ଲୋକ । ହମାସ୍ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ଜାରି ରଖିଥିବା ବେଳେ, ବହୁ ନିରୀହ ଲୋକ ଓ ଶିଶୁ ପ୍ରାଣ ହରାଉଛନ୍ତି ।
ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ ।
ବାସ୍ତବରେ ଏହି ଭାଇରାଲ ଭିଡିଓ ୧୯୭୭ ମସିହା ଜନତା ପାର୍ଟିର ବିଜୟ ସମାବେଶର। ଏହି ଭିଡିଓରେ ବାଜପେୟୀ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବାଜପେୟୀ କହୁଛନ୍ତି ’ ଆରବର ଯେଉଁ ଜମିକୁ ଇସ୍ରାଏଲ ଅଧିକୃତ କରି ରଖିଛି ତାହାକୁ ଖାଲି କରିବାକୁ ପଡ଼ିବ’।
ଆତଙ୍କବାଦୀମାନଙ୍କ ପାଶବିକ ଅତ୍ୟାଚାର ସୀମା ଲଙ୍ଘିଛି । ଗାଜାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆତଙ୍କବାଦୀଙ୍କ ଛାତିଥରା କାହାଣୀ ସାମ୍ନାକୁ ଆସୁଛି ।
ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି ।
ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ ।
ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର ।
ଇସ୍ରାଏଲ ନିଜର ଲକ୍ଷ ଲକ୍ଷ ରିଜର୍ଭ ଫୋର୍ସକୁ ଡକାଇବା ପରେ ଯୁଦ୍ଧ ଆଗକୁ ଆହୁରି ଭୟାନକ ହୋଇପାରେ ଆଶଙ୍କା କରାଯାଉଛି ।
ଦିନକୁ ଦିନ ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ସିସିଟିଭି ଭିଡିଓରେ ଦେଖାଯାଉଛି ।
ଆଜି ଗାଜା ପଟ୍ଟି ସମେତ ପାଲେଷ୍ଟାଇନର ବିଭିନ୍ନ ଅଞ୍ଚଳରେ ହମାସ ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି ରକ୍ତମୁଖା ଇସ୍ରାଏଲ୍ । ବଦଲା ନେବାକୁ ଆରମ୍ଭ ହୋଇଛି ଅପରେସନ୍ ଆଇରନ୍ ସୋର୍ଡ ।
ଅକ୍ଟୋବର ୧୪ ମଧ୍ୟରେ କନଫର୍ମ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ । ତେଲ୍ ଅଭିବକୁ ପ୍ରତି ସପ୍ତାହରେ ଏୟାର ଇଣ୍ଡିଆର ୫ଟି ବିମାନ ଉଡ଼ାଣ ଭରିଥାଏ।
ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ନୁସରତ ଇସ୍ରାଏଲ ଯାଇଥିଲେ। ତେବେ ଇସ୍ରାଏଲ ପାଲେଷ୍ଟାଇନ ମଧ୍ୟରେ ଅଚାନକ ଯୁଦ୍ଧ ହେବା ପରେ ସେ ଫସି ରହିଥିଲେ। ଯୁଦ୍ଧ ପରିସ୍ଥିତି ଯୋଗୁଁ ବାହାରକୁ ବାହାରି ପାରୁନଥିଲେ ନୁସରତ।
ଇସ୍ରାଏଲରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ସମ୍ପର୍କ କରାଯାଇଥିବା ସୂଚନା ମିଳିଛି । ନୁସରତଙ୍କୁ ସୁରକ୍ଷିତ ଭାବେ ବିମାନବନ୍ଦରକୁ ଆଣିବା ଓ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଗତକାଲିଠୁ ସେ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ବି କୌଣସି ବିମାନ ଆସୁନଥିବାରୁ ସେଠାରେ ଫସି ରହିଛନ୍ତି ନୁସରତା।
ଲମ୍ବା ସମୟ ଧରି ଚାଲିଥିବା ୟୁକ୍ରେନ୍-ଋଷ ଯୁଦ୍ଧ ସମୟରେ ଇସ୍ରାଏଲ୍-ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ଏ ଲଢ଼େଇ ବିଶ୍ୱ ପାଇଁ ନୂଆ ସଂକଟ ଭାବେ ଉଭା ହୋଇଛି। ଏପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଗାଜା ଷ୍ଟ୍ରିପ୍ରୁ ଭୟାବହ ରକେଟ୍ ଆକ୍ରମଣ ହେବାରୁ ଇସ୍ରାଏଲ୍ ‘ଷ୍ଟେଟ୍ ଅଫ୍ ୱାର୍’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା ସୂଚନା ମିଳିଛି।