Advertisment

IDF:ଗାଜାରେ ଏୟାର ଷ୍ଟ୍ରାଇକ, ୫ ସାମ୍ବାଦିକ ମୃତ...କିନ୍ତୁ ଇସ୍ରାଏଲ କହୁଛି କିଛି ଅଲଗା କଥା

୨୮ ବର୍ଷୀୟ ଅଲ ଶରିଫ ପ୍ରାଣ ହରାଇବାର କିଛି ସମୟ ପୂର୍ବରୁ ଏକ୍ସରେ ଗୋଟିଏ ପୋଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ଏହାକୁ ସେ ପ୍ରାଣ ହରାଇବା ପୂର୍ବରୁ ଲେଖି ସାରିଥିଲେ। ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ତାଙ୍କ ଆକାଉଣ୍ଟରୁ ସେ ଲେଖିଥିବା କଥାକୁ ତାଙ୍କର ଜଣେ ବନ୍ଧୁ ପୋଷ୍ଟ କରିଥିବା ଜଣାପଡ଼ିଛି।

author-image
Manasranjan Mohanty
gaza

gaza

ଗାଜା ଉପରେ ଇସ୍ରାଏଲର ଘନଘନ ଆକ୍ରମଣ ଜାରି ରହିଛି। ରବିବାର ଇସ୍ରାଏଲ ପକ୍ଷରୁ ଗାଜା ସହରର ଅଲ ଶିଫା ନିକଟରେ ହୋଇଛି ବଡ଼ଧରଣର ଏୟାର ଷ୍ଟ୍ରାଇକ। ଏଥିରେ ହସ୍ପିଟାଲ ବାହାରେ ଯୁଦ୍ଧ ଖବରକୁ ପୂରା ବିଶ୍ୱ ପାଖରେ ପହଞ୍ଚାଉଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜିରାର ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ୫ ଜଣ ହେଲେ ଅନସ ଅଲ ଶରିଫ, ମହମ୍ମଦ କ୍ୱରିକ୍ୱେ, କ୍ୟାମେରାମ୍ୟାନ ଇବ୍ରାହିମ ଜହିର, ମୋମେନ ଅଲିୱା ଓ ମହମ୍ମଦ ନୌଫାଲ।

Advertisment

ଅଲ ଶିଫା ହସ୍ପିଟାଲର ମୁଖ୍ୟ ଫାଟକ ନିକଟରେ ଥିବା ପ୍ରେସ ଟେଣ୍ଟ ଉପରେ ଇସ୍ରାଏଲ ରବିବାର ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ମୋଟ ୭ ଜଣ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ୫ ଜଣ ସାମ୍ବାଦିକ ଥିବା ଅଲ ଜଜୀରା ପକ୍ଷରୁ କୁହାଯାଇଛି।

ଆକ୍ରମଣର କିଛି ଘଟଣା ପରେ ଇସ୍ରାଏଲ ମିଲିଟାରୀ ପକ୍ଷରୁ ଏହାକୁ ସ୍ୱୀକାର କରାଯାଇଛି। ତେବେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଥିବା ଅଲ ଶିରିଫଙ୍କୁ ଇସ୍ରାଏଲ ହମାସ ଆତଙ୍କବାଦୀ ବୋଲି କହିଛି। ସେ କୁଆଡ଼େ ହମସାର ଗୋଟିଏ ଆତଙ୍କବାଦୀ ସେଲର ନେତୃତ୍ୱ ନେଉଥିଲେ ବୋଲି ଇସ୍ରାଏଲ ଦାବି କରିଛି।

Advertisment

୨୮ ବର୍ଷୀୟ ଅଲ ଶରିଫ ପ୍ରାଣ ହରାଇବାର କିଛି ସମୟ ପୂର୍ବରୁ ଏକ୍ସରେ ଗୋଟିଏ ପୋଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ଏହାକୁ ସେ ପ୍ରାଣ ହରାଇବା ପୂର୍ବରୁ ଲେଖି ସାରିଥିଲେ। ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ତାଙ୍କ ଆକାଉଣ୍ଟରୁ ସେ ଲେଖିଥିବା କଥାକୁ ତାଙ୍କର ଜଣେ ବନ୍ଧୁ ପୋଷ୍ଟ କରିଥିବା ଜଣାପଡ଼ିଛି।

ସେ ଲେଖିଛନ୍ତି, “ମୋର ଏହି ଶବ୍ଦ ଯଦି ଆପଣଙ୍କ ପାଖରେ ପହଞ୍ଚିବ, ତା’ହେଲେ ଆପଣ ଭାବି ନେବେ ଯେ ଇସ୍ରାଏଲ ସଫଳତାର ସହ ମୋତେ ହତ୍ୟା କରିଛି ଓ ମୋ ସ୍ୱରକୁ ଦାବି ଦେଇଛି।” ୨୨ ମାସ ହେଲେ ଇସ୍ରାଏଲ ସେନା ଗାଜାରେ ଆକ୍ରମଣ କରି ଚାଲିଛନ୍ତି। ଏହି ଆକ୍ରମଣ ଯୋଗୁ ଗାଜାରେ ୨୦୦ରୁ ଅଧିକ ମିଡିଆ କର୍ମଚାରୀଙ୍କ ଜୀବନ ଗଲାଣି।

ଆକ୍ରମଣକୁ ଇସ୍ରାଏଲ ସେନା ସ୍ୱୀକାର କରିଛି। ଏଥିରେ କୁହାଯାଇଛି ଯେ କିଛି ସମୟ ପୂର୍ବରୁ ଗାଜା ସହରରେ ଆଇଡିଏଫ ଆତଙ୍କବାଦୀ ଅନସ ଅଲ ଶରିଫଙ୍କୁ ହତ୍ୟା କରିଛି। ସେ ଅଲ ଜଜୀରା ନେଟୱର୍କର ସାମ୍ବାଦିକ ଭାବେ ନିଜକୁ ପରିଚୟ ଗାଜାରେ ହମାସ ପାଇଁ କାମ କରୁଥିଲେ। ହମାସ ଆତଙ୍କବାଦୀ ସଂଗଠନର ଗୋଟିଏ ସେଲର ନେତୃତ୍ୱ ନେଉଥିଲେ ଶରିଫ। ଇସ୍ରାଏଲର ସାଧାରଣ ନାଗରିକ ଓ ଆଇଡିଏଫ ଟ୍ରୁପ ବିରୋଧରେ ହୋଇଥିବା ରକେଟ ମାଡ଼ ପଛରେ ଅଲ ଶରିଫ ରହିଥିଲେ।

Journalists Israel
Advertisment
Related Articles
Advertisment