Advertisment

Spying: ଗୁଇନ୍ଦାଗିରି କରିବା ଅଭିଯୋଗରେ ଫାଶୀ, ମାନବାଧିକାର କର୍ମୀ କହୁଛନ୍ତି ଦିଆଯାଇଥିଲା ନିର୍ଯାତନା

ମାନବାଧିକାର କର୍ମୀମାନେ କହିଛନ୍ତି ଇରାନର ଏଜେନ୍ସିଗୁଡ଼ିକ ମୃତ ବ୍ୟକ୍ତିଙ୍କୁ ନିର୍ଯାତନା ଦେଇଥିଲେ । ଫଳରେ ସେ ମିଛ ସ୍ୱୀକାରୋକ୍ତି କରିବାକୁ ବାଧ୍ୟ ହୋଇଥିଲେ । ରିପୋର୍ଟ ଅନୁଯାୟୀ ଫାଶୀରେ ଝୁଲାଯାଇଥିବା ବ୍ୟକ୍ତିଙ୍କର ପରିଚୟ ବାବାକ ଶାହବାଜୀ ।

author-image
Manasranjan Mohanty
spying

spying

ଇରାନ ଓ ଇସ୍ରାଏଲ ମଧ୍ୟରେ ଦିନକୁ ଦିନ ଶତ୍ରୁତା ବଢ଼ିବାରେ ଲାଗିଛି । ଉତ୍ତେଜନା ୨ ଦେଶ ଭିତରେ ଲାଗି ରହିଛି । ଏହାରି ଭିତରେ ଇରାନ ଘୋଷଣା କରିଛି ଯେ ସେ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦେଇଛି। ଏହି ବ୍ୟକ୍ତିଙ୍କ ଉପରେ ଇରାନ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବାର ଅଭିଯୋଗ ଲଗାଇଛି।

Advertisment

ମାନବାଧିକାର କର୍ମୀମାନେ କହିଛନ୍ତି ଇରାନର ଏଜେନ୍ସିଗୁଡ଼ିକ ମୃତ ବ୍ୟକ୍ତିଙ୍କୁ ନିର୍ଯାତନା ଦେଇଥିଲେ । ଫଳରେ ସେ ମିଛ ସ୍ୱୀକାରୋକ୍ତି କରିବାକୁ ବାଧ୍ୟ ହୋଇଥିଲେ । ରିପୋର୍ଟ ଅନୁଯାୟୀ ଫାଶୀରେ ଝୁଲାଯାଇଥିବା ବ୍ୟକ୍ତିଙ୍କର ପରିଚୟ ବାବାକ ଶାହବାଜୀ । ଇରାନର ଡାଟା ସେଣ୍ଟର ଏବଂ ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକର ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଇସ୍ରାଏଲକୁ ପଠାଉଥିବା ଅଭିଯୋଗ ହୋଇଛି ।

ମାନବାଧିକାର କର୍ମୀମାନେ କହିଛନ୍ତି ଯେ ଶାହବାଜୀଙ୍କୁ ୟୁକ୍ରେନର ରାଷ୍ଟ୍ରପତି  ଜେଲେନସ୍କିଙ୍କୁ ସାହାଯ୍ୟ ପ୍ରଦାନ କରିବା ପାଇଁ ଏକ ଚିଠି ଲେଖିବା କାରଣରୁ ହେପାଜତରେ ନିଆଯାଇଥିଲା। ଇରାନ ରୁଷିଆକୁ ଡ୍ରୋନ ଯୋଗାଇ ଦେଇଛି, ଯାହାର ବ୍ୟବହାର ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ କରିଛି। ଇରାନର ମାନବାଧିକାର ସଂଗଠନଗୁଡ଼ିକ ଚେତାବନୀ ଦେଇଥିଲେ ଯେ ଶାହବାଜୀଙ୍କୁ ଫାଶୀ ଦିଆଯାଇପାରେ।

Advertisment

ରୁଷିଆ ବିରୁଦ୍ଧରେ ଯୁଦ୍ଧରେ ସାହାଯ୍ୟ ପ୍ରଦାନ କରିବା ପାଇଁ ବାବାକଙ୍କ ଦ୍ୱାରା ଲେଖାଯାଇଥିବା ସେହି ସନ୍ଦେଶକୁ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି ପ୍ରମାଣ କରିବା ପାଇଁ ବ୍ୟବହାର କରାଯାଇଥିଲା, ଯାହା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଦିଆଯାଇଥିଲା।

ଇରାନ ଦାବି କରିଥିଲା ଯେ ଇସ୍ରାଏଲ ବାବାକଙ୍କୁ ମାଇକ୍ରୋସଫ୍ଟ ଓ୍ୱାର୍ଡ ବ୍ୟବହାର କରିବା ଶିଖାଇଥିଲା। ଯଦିଓ ଇରାନ ମାନବାଧିକାର କର୍ମୀମାନଙ୍କର ଏହି କଥାକୁ ମାନିବାକୁ ଅସ୍ୱୀକାର କରିଛନ୍ତି । ଇରାନ ଏହା ସ୍ପଷ୍ଟ କରି ନାହିଁ ଯେ ସେ ଶାହବାଜୀଙ୍କୁ କିପରି ଫାଶୀ ଦେଇଛି। ସାଧାରଣତଃ ଇରାନରେ ଦୋଷୀ କଏଦୀମାନଙ୍କୁ ଫାଶୀ ଦିଆଯାଏ।

ଇସ୍ରାଏଲ ସହ ୧୨ ଦିନିଆ ଯୁଦ୍ଧ ପରେ ଇରାନ ଗୁଇନ୍ଦାଗିରି ଅଭିଯୋଗରେ ୮ ଜଣଙ୍କୁ ଫାଶୀ ଦେଇଛି। ଏହା ପରେ ମାନବାଧିକାର କର୍ମୀମାନେ ଆଶଙ୍କା କରୁଛନ୍ତି ଯେ ଇରାନ ସରକାର ଦେଶରେ ଫାଶୀ ଦଣ୍ଡର ଐହି ଧାରା ପୁଣିଥରେ ଆରମ୍ଭ କରିପାରେ। ଜୁନ ମାସରେ ଇସ୍ରାଏଲ ଇରାନ ସହ ଯୁଦ୍ଧ ଆରମ୍ଭ କରିଥିଲା। ଏଥିରେ ଅନେକ ସାମରିକ କମାଣ୍ଡରଙ୍କ ସମେତ ପ୍ରାୟ ୧,୧୦୦ ଲୋକ ପ୍ରାଣ ହରାଇଥିଲେ। ଜବାବରେ ଇରାନ ଇସ୍ରାଏଲକୁ ଟାର୍ଗେଟ କରି ମିସାଇଲ ବର୍ଷା କରିଥିଲା।

Israel Iran
Advertisment
Related Articles
Advertisment