Advertisment

Israel: ମାତ୍ର ୭୨ ଘଣ୍ଟା... ଥରିଲା ୬ ମୁସଲିମ ଦେଶ, ରକ୍ତମୁଖା ଇସ୍ରାଏଲ ସେନା

ପ୍ରଚଣ୍ଡ ଆକ୍ରମଣ, ଘନ ଘନ ଏୟାରଷ୍ଟ୍ରାଇକ । ରକ୍ତମୁଖା ଇସ୍ରାଏଲ ସେନା । ବର୍ଷିଲା ଡ୍ରୋନ, ମିସାଇଲ୍, ଗଲା ୨୦୦ରୁ ଅଧିକ ଜୀବନ । ସୋମବାରରୁ ବୁଧବାର ଲଗାତାର ୩ ଦିନ ଧରି ୬ଟି ମୁସଲିମ ରାଷ୍ଟ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏହି ଦେଶଗୁଡିକ ହେଲେ ସିରିୟା, ଲେବନାନ, କତାର, ୟେମେନ, ଟ୍ୟୁନିସିଆ ଓ ଗାଜା । ଡ୍ରୋନ, ମିସାଇଲ ମାଡ଼ରେ ଥରିଛି ୬ ଦେଶ । ତେବେ ଏଠାରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା କହିଛି ଇସ୍ରାଏଲ ସେନା ।

author-image
Manasranjan Mohanty
israel

israel

ସୋମବାରରୁ ବୁଧବାର ଲଗାତାର ୩ ଦିନ ଧରି ୬ଟି ମୁସଲିମ ରାଷ୍ଟ୍ର ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଏହି ଦେଶଗୁଡିକ ହେଲେ ସିରିୟା, ଲେବନାନ, କତାର, ୟେମେନ, ଟ୍ୟୁନିସିଆ ଓ ଗାଜା । ଡ୍ରୋନ, ମିସାଇଲ ମାଡ଼ରେ ଥରିଛି ୬ ଦେଶ । ତେବେ ଏଠାରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା କହିଛି ଇସ୍ରାଏଲ ସେନା । ।

Advertisment

ମଙ୍ଗଳବାର କତାର ରାଜଧାନୀ ଦୋହାରେ ଏୟାରଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ହମାସ୍ ମୁଖ୍ୟ ଅଲ୍-ହୟାକୁ ଟାର୍ଗେଟ କରି ହୋଇଥିଲା ଆକ୍ରମଣ । ଏଥିରେ ଅଲ୍-ହୟାର ପୁଅ, ଅଫିସ କର୍ମଚାରୀଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ହମାସ ନେତା ଆମେରିକାର ଯୁଦ୍ଧବିରତି ପ୍ରସ୍ତାବ ଉପରେ ଆଲୋଚନା କରୁଥିବା ବେଳେ ଏହି ଆଟାକ୍ କରିଥିଲା ଇସ୍ରାଏଲ ସେନା । ଯାହାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ହେଲେ ଦୋହା ଉପରେ ଏ ଆକ୍ରମଣକୁ ୯/୧୧ ଆକ୍ରମଣ ପରେ ଆମେରିକାର କାର୍ଯ୍ୟାନୁଷ୍ଠାନ ସହ ତୁଳନା କରିଛି ଇସ୍ରାଏଲ । ଆମେରିକା ଯାହା କରିଥିଲା, ଏବେ ଆମେ ସେଇୟା କରିଛୁ ବୋଲି ସଫେଇ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।ତେବେ ଦୋହା ଆଟାକ୍ ପୂର୍ବରୁ ସୋମବାର ଦିନ ଲେବନାନ ଉପରେ ଏୟାରଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଏହାସହ ଇସ୍ରାଏଲ ସେନା ସିରିୟାର ବାୟୁସେନା ଘାଟି ଓ ସେନା ଶିବିର ଉପରେ ବି କରିଥିଲା ଆକ୍ରମଣ ।

Advertisment

ଏହାପରେ ଇସ୍ରାଏଲ ସୋମବାର ରାତିରେ ଟ୍ୟୁନିସିଆ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କରିଥିଲା । ଗାଜାରେ ବି ପ୍ରଚଣ୍ଡ ଆକ୍ରମଣ କରିଥିଲା । ଆଉ ବୁଧବାର ଦିନ ୟେମେନକୁ ଟାର୍ଗେଟ କରିଥିଲା ଇସ୍ରାଏଲ ।ମାତ୍ର ୭୨ ଘଣ୍ଟାରେ ୬ଟି ଦେଶ ଉପରେ ଭୟଙ୍କର ଆକ୍ରମଣ କରି ଥରାଇ ଦେଇଥିଲା ଇସ୍ରାଏଲ ସେନା । ଏହି ଆକ୍ରମଣରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି ।

Attack Israel
Advertisment
Related Articles
Advertisment