Advertisment

Air Strikes On Doha: ଦୋହାରେ ପ୍ରଚଣ୍ଡ ଆକ୍ରମଣ; କଡା ନିନ୍ଦା କଲା ଜାତିସଂଘ

ଇସ୍ରାଏଲ କତାରର ରାଜଧାନୀ ଦୋହାରେ ହମାସର ବୈଠକ ଚାଲିଥିବା ବେଳେ ଏୟାର ଷ୍ଟ୍ରାଇକ କରିଛି। ଯୁଦ୍ଧବିରତି ଉପରେ ହମାସ ନେତାମାନେ ଆଲୋଚନା କରୁଥିଲେ।

author-image
Chinmayee Sahoo
Doha

Doha

ହମାସର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରି ଇସ୍ରାଏଲ କତାରର ରାଜଧାନୀ ଦୋହାରେ ପ୍ରଚଣ୍ଡ ଆକ୍ରମଣ କରିଛି। ହମାସ ସ୍ୱୀକାର କରିଛି ଯେ ଇସ୍ରାଏଲର ଏହି ଆକ୍ରମଣରେ ତାଙ୍କର ୫ ଜଣ ପ୍ରମୁଖ ସଦସ୍ୟ ନିହତ ହୋଇଛନ୍ତି, କିନ୍ତୁ ଶୀର୍ଷ ନେତା ସୁରକ୍ଷିତ ଅଛନ୍ତି। ନିହତ ସଦସ୍ୟମାନଙ୍କ ମଧ୍ୟରେ ଗାଜାର ହମାସ ନେତା ଖଲିଲ ଅଲ-ହୟ୍ୟାଙ୍କ ପୁଅ ମଧ୍ୟ ରହିଛନ୍ତି।

Advertisment

ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ କାରୋଲିନ ଲେଭିଟ କହିଛନ୍ତି ଯେ ଆମେରିକାକୁ ଆକ୍ରମଣର ପୂର୍ବ ସୂଚନା ମିଳିଥିଲା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ ଭିଟକଫ କତାରକୁ ସତର୍କ କରିବାକୁ ଚେଷ୍ଟା କରିଥିଲେ। ତେବେ କତାରର ବୈଦେଶିକ ମନ୍ତ୍ରାଳୟ ଏହାକୁ ଖାରଜ କରି କହିଛି ଯେ ସେମାନଙ୍କୁ ଆକ୍ରମଣ ସମୟରେ ହିଁ ସୂଚନା ମିଳିଥିଲା, ଯାହା ଦ୍ୱାରା ସତର୍କତାର କୌଣସି ଲାଭ ହୋଇନଥିଲା।

କତାର ଇସ୍ରାଏଲର ଆକ୍ରମଣକୁ କଡା ନିନ୍ଦା କରିଛି। ଏହାକୁ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ଏବଂ ଅପରାଧିକ କାର୍ଯ୍ୟ ବୋଲି କହିଛି। କତାରର ଗୃହ ମନ୍ତ୍ରାଳୟ ଜଣାଇଛି ଯେ ଆକ୍ରମଣରେ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀର ଜଣେ ସଦସ୍ୟ ନିହତ ହୋଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଯୁଦ୍ଧ ବିରତି ଆଲୋଚନାରେ ଭାଗ ନେବା ପାଇଁ ହମାସ କତାରର ରାଜଧାନୀ ଦୋହା ଯାଇଥିବା ବେଳେ ଏହି ଆକ୍ରମଣ ହୋଇଛି।

Advertisment

ଏହି ଆକ୍ରମଣ ହୋଇଥିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱୀକାର କରିଛନ୍ତି, ଏବଂ କହିଛନ୍ତି "ଇସ୍ରାଏଲ ଯୋଚନା ମୁତାବକ ଏହି ଆକ୍ରମଣ କରିଛି। ସୋମବାର ଜେରୁଜେଲମରେ ହୋଇଥିବା ଆକ୍ରମଣରେ ୬ ଜଣ ନାଗରିକଙ୍କ ମୃତ୍ୟୁ ଏବଂ ଗାଜାରେ ୪ ଇସ୍ରାଏଲୀ ସୈନିକଙ୍କ ହତ୍ୟା ପରେ ଇସ୍ରାଏଲ ଏହି ନିଷ୍ପତ୍ତି ନେଇଥିଲା। ଇସ୍ରାଏଲୀ ସେନା କହିଛି ଯେ ଅତିରିକ୍ତ ଗୁଇନ୍ଦା ସୂଚନା ଆଧାରରେ ଏହି ଆକ୍ରମଣ ହୋଇଥିଲା।

କତାର ଦୀର୍ଘ ସମୟ ଧରି ଇସ୍ରାଏଲ-ହମାସ ମଧ୍ୟରେ ମଧ୍ୟସ୍ଥି ଭୂମିକା ନିଭାଉଥିଲା, କିନ୍ତୁ ଏବେ ନିଜେ ଏହି ସଂଘର୍ଷର ଏକ ଅଂଶ ହୋଇପଡ଼ିଛି। ଆକ୍ରମଣ ସମୟରେ ହମାସ ନେତୃତ୍ୱ ଦୋହାରେ ଯୁଦ୍ଧବିରତି ଉପରେ ଆଲୋଚନା କରୁଥିଲେ, ଯେଉଁଥିରେ ଆମେରିକୀୟ ପ୍ରସ୍ତାବ ଅନୁଯାୟୀ ବନ୍ଦୀଙ୍କୁ ମୁକ୍ତ କରିବାର ସର୍ତ୍ତ ରହିଥିଲା। ଏବେ ଏହି ଆକ୍ରମଣ ଯୋଗୁଁ ଯୁଦ୍ଧବିରତି ଆଲୋଚନା ମଉଳି ଯାଇଛି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ଏହି ଆକ୍ରମଣକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏହା ଇସ୍ରାଏଲର ନିଜସ୍ୱ ନିଷ୍ପତ୍ତି ଥିଲା। ଟ୍ରମ୍ପ ଦୋହା ଓ ତେଲ ଆଭିଭର ନେତାମାନଙ୍କ ସହ ଆଲୋଚନା କରି ଆଶ୍ୱାସନ ଦେଇଛନ୍ତି ଯେ ଏଭଳି ଆକ୍ରମଣ ପୁନର୍ବାର ହେବ ନାହିଁ।

ସାଉଦି କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନ କତାରର ଅମୀରଙ୍କ ସହ ଫୋନରେ ଆଲୋଚନା କରି ଆକ୍ରମଣକୁ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ଏବଂ ଅପରାଧିକ କାର୍ଯ୍ୟ ବୋଲି କହିଛନ୍ତି। ଜାତିସଂଘ ମହାସଚିବ ଆନ୍ତୋନିଓ ଗୁଟେରେସ ମଧ୍ୟ ଆକ୍ରମଣର ନିନ୍ଦା କରିଛନ୍ତି ଏବଂ ସମସ୍ତ ପକ୍ଷକୁ ସ୍ଥାୟୀ ଯୁଦ୍ଧବିରତି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି କହିଛନ୍ତି।

Qatar Israel Air Strike
Advertisment
Advertisment