୨୦୨୩-୨୪ ଆର୍ଥିକ ବର୍ଷରେ କ୍ରୀଡାବିତମାନେ ଦେଇଥିବା ଟ୍ୟାକ୍ସ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି ଫର୍ଚୁନ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳି ଦେଇଛନ୍ତି ସର୍ବାଧିକ ଆୟକର ...
ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ଅଂଶୁମାନ ଗାଏକ୍ବାଡଙ୍କ ଦେହାନ୍ତ । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିସିସିଆଇ ପକ୍ଷରୁ ଶୋକପ୍ରକାଶ ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ କି ଦୌଡ଼ରେ ସର୍ବାଗ୍ରେ ଥିବା ଗୌତମ ଗମ୍ଭୀର? ଭାରତୀୟ ପ୍ରଶଂସକଙ୍କ ଉଚ୍ଚ ଆଶା, ଟିମ୍ରେ ତାରକା ସଂସ୍କୃତି ଓ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକର ଚାଲେଞ୍ଜ୍କୁ ଅତିକ୍ରମ କରି ଆଗକୁ ବଢ଼ିବାରେ କେତେ ସଫଳ ହେବେ ଏହି ପୂର୍ବତନ ବ୍ୟାଟର୍?
୨୦୨୪ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରେ କେଉଁମାନେ ସ୍ଥାନ ପାଇବେ, ତାହାକୁ ନେଇ ଏବେ ଜୋର୍ସୋର୍ରେ ଚର୍ଚ୍ଚା ଚାଲିଛି। ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି।
ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିଛନ୍ତି ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍ନେସ୍ ସାବ୍ୟସ୍ତ କରିବାକୁ ହେବ।
ମ୍ୟାଚ ରେଜଲ୍ଟ ବଦଳାଇଦେବ ନୂଆ ନିୟମ ! ଏଣିକି ମ୍ୟାଚରେ ଶେଷରେ ନୁହେଁ, ମ୍ୟାଚବେଳେ ମହଙ୍ଗା ପଡ଼ିବ ମନ୍ଥର ବୋଲିଂ ନିୟମ ଭାଙ୍ଗିଲେ ହାତରୁ ଯାଇପାରେ ମ୍ୟାଚ୍ ।
ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ଥିଲେ ଟିମ୍ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଯୁବ ଖେଳାଳି ଧ୍ରୁବ ଜୁରେଲ୍ଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ ଟେଷ୍ଟ ଟିମ୍ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍?
ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇ ସିରିଜ୍କୁ ସମାନ ସ୍ଥିତିକୁ ଆଣିବା ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ମାଟିରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍?
ଚଳିତ ରଣଜୀ ସିଜନ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍ ଟିମ୍କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି ଭାରତର ଶିବମ୍ ଦୁବେ। ଏବେ ପ୍ରଶ୍ନ ଉଠିଛି ଯେ ଜୁନ୍ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍ରାଉଣ୍ଡର୍?
୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?
ଚଳିତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପନ୍ତଙ୍କ ଫିଟ୍ନେସ୍କୁ ନେଇ ଏକ ଅପଡେଟ୍ ଦେଇଥିଲେ। ଫ୍ରାଞ୍ଚାଇଜ୍ ପକ୍ଷରୁ କୁହାଯାଇଥିଲା କି ଋଷଭ ପନ୍ତ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଛନ୍ତି।
ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?
ଭାରତୀୟ ଟି-୨୦ ଟିମ୍ର ‘ନୂଆ ଫିନିଶର୍’ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ବିଶ୍ୱକପ୍ ଟିମ୍ରେ ସୁଯୋଗ ପାଇବେ କି ଏହି ବିସ୍ଫୋରକ ବାମହାତି ବ୍ୟାଟର୍?
୨୦୨୩ ଦିନିକିଆ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି - ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି । ଟୁର୍ଣ୍ଣାମେଣ୍ଟରେ ଦମ୍ଦାର ପ୍ରଦର୍ଶନ କରିଥିବା ବିରାଟ ଓ ରୋହିତ ଆଗକୁ ଆଉ କେତେ ଦିନ ଖେଳିବେ?
୨୦୨୩ ଦିନିକିଆ ବିଶ୍ୱକପ୍ରେ ଦୃଢ଼ ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଟିମ୍ରେ ତାଙ୍କ ଉପସ୍ଥିତି ଖୁବ୍ ଗୁରୁତ୍ୱ ରଖେ। ସେ ମଧ୍ୟକ୍ରମର ବାଦ୍ଶାହ, ତାଙ୍କ ବିନା ଟିମ୍ର ବ୍ୟାଟିଂ ଲାଇନ୍ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ।
ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍?
ବିଶ୍ୱକପ୍ରେ ରୋହିତ ଶର୍ମାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଏ ଯାବତ ରୋହିତ କେବଳ ଅଧିନାୟକ ଭାବେ ନୁହନ୍ତି, ଜଣେ ବ୍ୟାଟର୍ ଭାବେ ମଧ୍ୟ ସଫଳ ହୋଇଛନ୍ତି। ତେବେ ପୁରୁଣା ରୂପକୁ ଫେରିଥିବା ହିଟ୍ମ୍ୟାନ୍ଙ୍କୁ କ’ଣ ଆଗକୁ ଆଶାନୁରୂପ ସଫଳତା ମିଳିପାରିବ? ସେ କ’ଣ ଟିମ୍ ଇଣ୍ଡିଆର ୧୨ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇପାରିବେ?
ଆଗକୁ ଏସିଆ କପ୍, ଏହାପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍ । ଏପରିସ୍ଥଳେ ପେସର୍ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ‘ବୁଷ୍ଟର୍ ଡୋଜ୍’ ହେବ କି? ଆଘାତରୁ ସୁସ୍ଥ ହୋଇ ଦୀର୍ଘ ଦିନ ପରେ ଟିମ୍କୁ ଆସିଥିବା ଏହି ଅଭିଜ୍ଞ ବୋଲର୍ କ’ଣ ତାଙ୍କ ପୂର୍ବ ଫର୍ମକୁ ଫେରିପାରିବେ?
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଏକ ଅଗ୍ନିପରୀକ୍ଷା । ଏଥିରେ ଉତ୍ତୀର୍ଣ୍ଣ ହେଲେ, ସେ ପ୍ରଶଂସିତ ହେବେ ଏବଂ ସମ୍ଭବତଃ ତାଙ୍କ କାର୍ଯ୍ୟକାଳ ବଢ଼ିବ; କିନ୍ତୁ ବିଫଳତା ସ୍ଥଳେ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ ।
ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍କୁ ଆଖି ଆଗରେ ରଖି ଏବେଠାରୁ ଟିମ୍କୁ ପ୍ରସ୍ତୁତ କରିବାକୁ ହେବ।
ଦୀର୍ଘ ଦିନ ପରେ ଭାରତୀୟ ଟେଷ୍ଟ ଟିମ୍କୁ ଫେରିଥିବା ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କୁ ଏବେ ଖୁବ୍ ଚର୍ଚ୍ଚା । ସେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଉଲ୍ଲେଖନୀୟ ଇନିଂସ୍ ଖେଳି ଟିମ୍କୁ ଫଲୋଅନ୍ ସଙ୍କଟରୁ ବଞ୍ଚାଇଥିଲେ । ଏବେ ପ୍ରଶ୍ନ ଉଠିଛି, ଟେଷ୍ଟ ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ?
ବାମହାତି ପେସର୍ ମୋହସିନ୍ ଖାନ୍ ଭାରତୀୟ କ୍ରିକେଟ୍ରେ ଆଉ ଅପରିଚିତ ନାହାନ୍ତି । ପୂର୍ବ ସିଜନ୍ ଭଳି ଚଳିତ ସିଜନ୍ରେ ବି ତାଙ୍କ ପ୍ରତିଭା ସମସ୍ତେ ଦେଖିଛନ୍ତି । ଆଘାତଜନିତ ସମସ୍ୟା ତାଙ୍କୁ ଅଟକାଇ ପାରି ନାହିଁ । ଗୋଟିଏ ପରେ ଗୋଟିଏ ସିଜନ୍ରେ ଯେଉଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବେଞ୍ଚ୍ରେ ବସାଇ ଉପେକ୍ଷା କରିଆସୁଥିଲା, ସେହି ଟିମ୍କୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି ମୋହସିନ୍।
ସଲିମ୍ ଦୁରାନୀ ଥିଲେ ଭାରତର ସବୁଠାରୁ ପ୍ରତିଭାଶାଳୀ ଓ ଷ୍ଟାଇଲିଶ୍ କ୍ରିକେଟର୍ଙ୍କ ମଧ୍ୟରେ ଅନ୍ୟତମ। ନିଜ ସମୟରେ ଖୁବ୍ ଲୋକପ୍ରିୟ ଥିଲେ ଏହି ଅଲ୍ରାଉଣ୍ଡର୍। ଦର୍ଶକଙ୍କ ଡିମାଣ୍ଡରେ ଛକା ମାରିବାର ସାମର୍ଥ୍ୟ ବି ଥିଲା ତାଙ୍କର। ତାଙ୍କ ବିୟୋଗ ବହୁ କ୍ରିକେଟ୍ପ୍ରେମୀ ଓ ପୂର୍ବତନ କ୍ରିକେଟର୍ଙ୍କୁ କରିଛି ମର୍ମାହତ।