Advertisment

Cricketers Sent me Nude Photo: ସଞ୍ଜୟ ବାଙ୍ଗରଙ୍କ ଝିଅଙ୍କ ବଡ଼ ଖୁଲାସା; କହିଲେ, କିଛି କ୍ରିକେଟର ମୋତେ ପଠାନ୍ତି ନଗ୍ନ ଫଟୋ

ବଡ଼ ଖୁଲାସା କରିଛନ୍ତି ସଞ୍ଜୟ ବାଙ୍ଗରଙ୍କ କନ୍ୟା ଅନାୟା ବାଙ୍ଗର । ଏକ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେ କହିଥିଲେ, କିଛି କ୍ରିକେଟର ମୋତେ ନ ପଚାରି ସେମାନଙ୍କର ନଗ୍ନ ଫଟୋ ପଠାଉଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପ୍ରସିଦ୍ଧ କ୍ରିକେଟର ପଠଉଥିଲେ ନଗ୍ନ ଫଟୋ

ପ୍ରସିଦ୍ଧ କ୍ରିକେଟର ପଠଉଥିଲେ ନଗ୍ନ ଫଟୋ

କିଛି କ୍ରିକେଟର ମତେ ସେମାନଙ୍କ ନଗ୍ନ ଫଟୋ ପଠାନ୍ତି । ମୋତେ ଗାଡ଼ିକୁ ଡାକନ୍ତି, ସମ୍ପର୍କ ରଖିବାକୁ କୁହନ୍ତି । ଏହା ସହ ମୋତେ ଫଟୋ ମାଗିବା ସହ ଗାଳି ମଧ୍ୟ କରନ୍ତି । ଏମିତି କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଭାରତର ଜଣେ ପ୍ରସିଦ୍ଧ ପୂର୍ବତନ କ୍ରିକେଟରଙ୍କ ଝିଅ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ କନ୍ୟା ଅନାୟା ବାଙ୍ଗର ଏମିତି ବଡ଼ ଖୁଲାସା କରିଛନ୍ତି । ଏକ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ସେ କହିଥିଲେ, କିଛି କ୍ରିକେଟର ମୋତେ ନ ପଚାରି ସେମାନଙ୍କର ନଗ୍ନ ଫଟୋ ପଠାଉଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଟ୍ରଫି ଜିତିବା ସତ୍ତ୍ବେ କୋଚଙ୍କୁ ବିଦା କରିବ ବିସିସିଆଇ, ଚାମ୍ପିୟନ୍ସ ଟ୍ରଫି ଦଳରେ ସାମିଲ ଥିଲେ

ତାଙ୍କ ସହିତ ଖରାପ ବ୍ୟବହାର କରୁଥିବା ଜଣେ କ୍ରିକେଟର ବିଷୟରେ ଅନାୟା କହିଥିଲେ, ସେହି ବ୍ୟକ୍ତି ଜଣକ ସମସ୍ତଙ୍କ ସାମ୍ନାରେ ମୋତେ ଗାଳି ଦେଉଥିଲେ । ତା’ପରେ ଗାଡ଼ିରେ ବସି ମୋର ଫଟୋ ମାଗୁଥିଲେ । ଏମିତିକି ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ତେବେ ଅନାୟା ସେହି କ୍ରିକେଟରମାନଙ୍କ ନାମ ଗଣମାଧ୍ୟମ ସାମ୍ନାରେ ଖୋଲିକି କହିନାହାନ୍ତି । କିନ୍ତୁ ଅନାୟାଙ୍କ ଏହି ବୟାନ ଏବେ ବିଜୁଳି ଭଳି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଅନାୟାଙ୍କ ବିଷୟରେ ସବୁଠାରୁ ରୋଚକ କଥା ହେଉଛି ସେ ଆଗରୁ ପୁଅ ଥିଲେ । ସେ ନିଜ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଅନାୟାଙ୍କ ନାମ ଆର୍ଯ୍ୟାନ ଥିଲା । ସେ ତାଙ୍କ ବାପା ସଞ୍ଜୟ ବାଙ୍ଗରଙ୍କ ପରି କ୍ରିକେଟ ଖେଳୁଥିଲେ । ସେ ଅନେକ ପ୍ରସିଦ୍ଧ କ୍ରିକେଟରଙ୍କ ସହ ଖେଳିଛନ୍ତି । ହେଲେ ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଫୁଲଷ୍ଟପ୍ ଲାଗିଯାଇଥିଲା ।

ଅନାୟା କହିଛନ୍ତି ଯେବେ ନଅ ବର୍ଷର ଥିଲି, ମୁଁ ଦର୍ପଣରେ ନିଜକୁ ଦେଖୁଥିଲି ଏବଂ କହୁଥିଲି, ମୁଁ ଜଣେ ଝିଅ ହେବାକୁ ଚାହୁଁଛି । ମୁଁ ମୋ ମାଆଙ୍କ ଆଲମାରୀରୁ ପୋଷାକ ବାହାର କରି ପିନ୍ଧୁଥିଲି । ତେବେ ପୁଅରୁ ଝିଅ ହୋଇଥିବା ଅନନ୍ୟା ଗୋଟିଏ କଥା ପାଇଁ ଦୁଃଖିତ । ସେ କହିଛନ୍ତି ଯେ ମହିଳା କ୍ରିକେଟରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଖେଳିବାକୁ ଅନୁମତି ଦିଆଯିବା ଉଚିତ। ତାଙ୍କର ଟେଷ୍ଟୋଷ୍ଟେରନ୍ ସ୍ତର ଅନ୍ୟ ଝିଅମାନଙ୍କ ପରି ସମାନ। ତାଙ୍କର ଇଚ୍ଛା ଦେଶର ମହିଳା ଦଳ ପାଇଁ ଅଂଶଗ୍ରହଣ କରିବା ବୋଲି ସେ କହିଛନ୍ତି ।

Cricket Indian Cricket
Advertisment
Advertisment