ଯଦି ଆମେ ଦେଶର ଧନୀ ମହିଳାଙ୍କ ବିଷୟରେ କହିବା, ତେବେ କିରଣ ମଜୁମଦାର ଖାଁଙ୍କ ନାମ ଶୀର୍ଷରେ ରହିବ। କିରଣ ମଜୁମଦାର ବାୟୋକନ୍ ଲିମିଟେଡର ଚେୟାରମ୍ୟାନ୍ ଅଛନ୍ତି । ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୧ କିରଣଙ୍କୁ ଭାରତର ସବୁଠାରୁ ଧନୀ ମହିଳାର ପରିଚୟ ମିଳିଛି
ଭାରତୀୟ ଜନତା ପାର୍ଟି (ବିଜେପି) ଭବାନୀପୁର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁର ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ତିବ୍ରିୱାଲଙ୍କୁ ପ୍ରାର୍ଥୀ କରିଛି ଦଳ। ଆପଣଙ୍କୁ କହିରଖୁଛୁ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଟିଏମସିର ପ୍ରାର୍ଥୀ ଭାବରେ ଛିଡ଼ା ହେବେ।
ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍ କଂଟାରେ ସେଟ୍ କରୁଛନ୍ତି କି ନାହିଁ?
ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା
ଆଜି BRICS ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିବେ ମୋଦି। ଭାରତ ସମେତ ବ୍ରାଜିଲ୍,ଋଷିଆ,ଚୀନ୍,ସାଉଥ ଆଫ୍ରିକା ରାଷ୍ଟ୍ର ସମୂହକୁ ନେଇ ବ୍ରିକ୍ସ ବୈଠକ ତୃତୀୟ ଥର ପାଇଁ ଭାରତରେ ଆୟୋଜିତ ହେଉଛି।
ପାରାଲିମ୍ପିକ୍ସ ଷ୍ଟାର ପ୍ରମୋଦଙ୍କୁ ଭେଟିବେ ମୋଦି। ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧିତ।
ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ
ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨ ଘଂଟାରେ ଦେଶରେ ୪୩,୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଗତ ୨୪ ଘଂଟାରେ ଦେଶରେ ୩୩୮ ଜଣଙ୍କ କରୋନାରେ ପ୍ରାଣ ଯାଇଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୧,୩୯,୯୮୧ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪,୪୧,୭୪୯ରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢିଛି।
କରୋନା ସଙ୍କଟ ମଧ୍ୟରେ ଅନେକ ଅସୁବିଧାର ସାମ୍ନା କରିଛି ଟେକ୍ସଟାଇଲ କ୍ଷେତ୍ର। ତେବେ ଏହାରି ମଧ୍ୟରେ ଆଜି ବୟନ ଶିଳ୍ପ ପାଇଁ PLI ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସାବଧାନ। ସରକାରୀ ଯୋଜନା ନାଁରେ ଆପଣଙ୍କ ପାଖକୁ କୌଣସି ମେସେଜ ଆସୁଛି କି। ଯଦି ହଁ, ତାହେଲେ ବିଳମ୍ୱ ନ ହୋଇଯାଆନ୍ତୁ ସତର୍କ। ଦେଶରେ ଏମିତି ମାମଲା ବଢିବା ପରେ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛି ସରକାରୀ ଫ୍ୟାକ୍ଟ ଚେକ ଏଜେନ୍ସି
ଚିନିକୁ କରନ୍ତୁ ବାଏ ବାଏ। ଚିନି ଛାଡି ଖାଆନ୍ତୁ ଗୁଡ। ଆଉ ଖାଇଲା ପରେ ଜାଣି ପାରିବେ ଗୁଡର ଫାଇଦା। ଯେତେବେଳେ ବିଶୋଧିତ ଚିନି ସହ ଗୁଡକୁ ତୁଳନା କରାଯାଇଥାଏ, ସେତେବେଳେ ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ବୋଲି କୁହାଯାଏ। କାରଣ ଚିନି ଅପେକ୍ଷା ଗୁଡ ଆପଣଙ୍କୁ ଅଧିକ ଲାଭ ଦେଇଥାଏ। ଏବେ ଚିନିର ଅଭ୍ୟାସ ଛାଡିବା ପାଇଁ ଆସନ୍ତୁ ଜାଣିବା ଗୁଡର ଲାଭ ବିଷୟରେ।
କରୋନାର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକାକରଣ ଚାଲିଥିବା ବେଳେ ଏବେ ନକଲି ଟିକାକୁ ନେଇ ଲୋକମାନେ ଅଡୁଆରେ ପଡିଛନ୍ତି । ଦକ୍ଷିଣ-ପୂର୍ବ ଏସିଆ ଓ କେତେକ ଆଫ୍ରିକୀୟ ଦେଶରେ ଠାବ ହୋଇଛି ନକଲି କୋଭିସିଲ୍ଡ ଟିକା
ବଜାରର ଚାହିଦାକୁ ଦେଖି ଚାଷ । ଯେଉଁ ଜମିରେ ଚାଷ କରି ପରିବାର ପୋଷିବା କଷ୍ଟକର ହୋଇପଡିଥିଲା ସେହି ଜମିରେ ଚାଷ କରି ଭଲ ରୋଜଗାର କରିଛନ୍ତି ଭୋପାଳର ଚାଷୀ । ଆଉ ଏହି ଚାଷ ହେଉଛି ନାଲି ଭେଣ୍ଡି
ଦେଶରେ ଆଜି ସାମାନ୍ୟ କମିଛି ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ ୩୧,୨୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ମହାମାରୀରେ ୨୯୦ ଜଣଙ୍କ ପ୍ରାଣ ଯାଇଛି
ଲକର ନିୟମରେ ବଡ଼ ଧରଣର ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। RBI ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ତିନି ବର୍ଷର ଭଡା ଏବଂ ଗ୍ରାହକଙ୍କଠାରୁ ଲକରର ଚାର୍ଜ ସହିତ ସମାନ ଟର୍ମ ଜମା ରାଶି ନେବାକୁ ଅନୁମତି ଦିଆଯାଇଛି
ହ୍ଵାଟସଆପ ୟୁଜରଙ୍କ ପାଇଁ ଖରାପ ଖବର। ହାତ ଗଣତି କେଇଟା ଦିନ ପରେ ମୋବାଇଲରେ ବନ୍ଦ ହୋଇଯିବ ହ୍ଵାଟସ୍ଆପ୍। ନଭେମ୍ଵର ପହିଲାରୁ ନାମୀଦାମୀ ଏହି ୪୩ଟି ସ୍ମାର୍ଟଫୋନରେ ଆଉ କାମ କରିବନି ହ୍ଵାଟସ୍ଆପ୍। ଏକଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ହ୍ଵାଟସଆପ ୟୁଜର୍ସ
ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।
୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।
ପ୍ରମୋଦ ଭଗତଙ୍କ ସଫଳତାରେ ଏତେ ଖୁସି ଯେ, ନିଜକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ତାଙ୍କ ବନ୍ଧୁ, ବଡ଼ଭାଇ ତଥା ପ୍ରମୋଦଙ୍କ ପିଲାଦିନର ବ୍ୟାଡମିଣ୍ଟନ୍ ସାଥୀ କୌସିକ୍ ମହାକୁର।
ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍ ରହିଥିବା ସୂଚନା ମିଳିଛି
ପାରାଲିମ୍ପିକ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟୋକିଓରେ ଭାରତୀୟ ଖେଳାଳି ଦେଶ ପାଇଁ ଜିତିଛନ୍ତି ୧୯ ଟି ପଦକ। ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ସହ ୨୪ ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ।
ବର୍ତ୍ତମାନ UPI ମାଧ୍ୟମରେ ପେମେଣ୍ଟ ଦେବାର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି । ବେଳେବେଳେ ଇଣ୍ଟରନେଟ୍ ସ୍ଲୋ କିମ୍ବା ନେଟ୍ ସଂଯୋଗର ଅଭାବ ହେତୁ UPI ଦେୟ କରାଯାଇପାରେ ନାହିଁ । କିନ୍ତୁ ବିନା ଇଣ୍ଟରନେଟରେ ଆପଣ UPI ପେମେଣ୍ଟ କରିପାରିବେ ।
ସେ ନିଜେ ଥିଲେ ଜଣେ ଶ୍ରେଷ୍ଠ ଗୁରୁ, ଆଉ କହୁଥିଲେ ଗୁରୁମାନେ ହିଁ ନିଜର ମେଧାଶକ୍ତି ବଳରେ ଏ ଦେଶକୁ ଦିଶା ଓ ଦିଗ ଦେଖାଇ ପାରିବେ। ଏମିତି ଜଣେ ମଣିଷ ଥିଲେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଦେଶର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି
ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।
ଟୋକିଓରେ ଥାଇ ଗୁରୁଙ୍କୁ କନ୍ଦେଇଦେଲେ ପ୍ରମୋଦ ଭଗତ। ପ୍ରତିଟି ସେକେଣ୍ଡ୍ କୁ ଜଗି ବସିଥିଲେ ପ୍ରମୋଦ ଭଗତଙ୍କ କୋଚ୍ ଶିବପ୍ରସାଦ। ଆଉ ଯେତେବେଳେ ପ୍ରମୋଦ ପ୍ରଥମ ଓଡ଼ିଆ ପାରାଅଲିମ୍ପିଆନ୍ ଭେବେ ସ୍ୱର୍ଣ୍ଣପଦକ ହାସଲ କଲେ ଶିବପ୍ରସାଦ କାନ୍ଦି ପକାଇଲେ।