/odishatv-khabar/media/media_files/2025/09/26/sashi-tharoor-2025-09-26-11-04-45.jpg)
Sashi Tharoor Photograph: (OTV)
୨୦୨୫ ଏସିଆ କପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି। ଏସିଆ କପ୍ ଫାଇନାଲ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଛି। ତେବେ ପାକିସ୍ତାନ ବିପକ୍ଷ ଦୁଇଟି ମ୍ୟାଚ୍ ରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହିତ ହାତ ମିଳାଇ ନଥିଲେ। ଯାହା ବହୁତ ଆଲୋଚନାର ବିଷୟ ପାଲଟିଥିଲା।
ଏମିତିକି ପାକିସ୍ତାନ କ୍ରିକେଟ ବୋର୍ଡ଼ ଏନେଇ ACC ପାଖରେ ଅଭିଯୋଗ ମଧ୍ୟ କରିଥିଲା। ହେଲେ ଏବେ ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁ ଦେଇଥିବା ମତ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମକୁ ପାକିସ୍ତାନ ଖେଳାଳିଙ୍କ ସହିତ ହାତ ମିଳାଇବା ଉଚିତ ଥିଲା। ଯଦି ଆମେ ପାକିସ୍ତାନ ସହିତ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ ତେବେ ଆମକୁ ଖେଳୁଆଡ଼ ଭାବନାର ସହ ଖେଳିବା ଉଚିତ ଥିଲା। ଆଉ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଶାଇବାର ଥିଲା ।
ଥରୁରଙ୍କ ମତ...
ଶଶି ଥରୁର କହିଛନ୍ତି ଯେ, ଆମେ ଏହା ପୂର୍ବରୁ କରିଛୁ, ୧୯୯୯ ମସିହାରେ, ଯେତେବେଳେ କାର୍ଗିଲ ଯୁଦ୍ଧ ଚାଲିଥିଲା। ଯେଉଁଦିନ ଆମର ସୈନିକମାନେ ଆମ ଦେଶ ପାଇଁ ପ୍ରାଣ ହରାଉଥିଲେ, ସେହି ଦିନ ଆମେ ଇଂଲଣ୍ଡରେ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଖେଳୁଥିଲୁ। ଆମେ ସେତେବେଳେ ମଧ୍ୟ ସେମାନଙ୍କ ସହିତ ହାତ ମିଳାଉଥିଲୁ କାରଣ ଦେଶଗୁଡ଼ିକ ମଧ୍ୟରେ କ୍ରୀଡ଼ା ମନୋଭାବ ସେନା ମଧ୍ୟରେ ଥିବା ମନୋଭାବଠାରୁ ଭିନ୍ନ। ତେଣୁ ବିଗତ ମ୍ୟାତରେ ଯାହା ହେଲା ତାହା ଦର୍ଶାଏ ଯେ ଉଭୟ ପକ୍ଷରେ କ୍ରୀଡ଼ା ମନୋଭାବର ଅଭାବ ଅଛି।
ଥରୁରଙ୍କ ମତରେ ପାକିସ୍ତାନ ବିରୁଦ୍ଧରେ ଭାବନା ସ୍ୱାଭାବିକ, କିନ୍ତୁ କ୍ରୀଡ଼ା ମନୋଭାବକୁ ରାଜନୀତି ଏବଂ ସାମରିକ ସଂଘର୍ଷଠାରୁ ଅଲଗା ରଖିବା ଉଚିତ। ତେବେ କଂଗ୍ରେସ ସାଂସଦଙ୍କ ଏପରି ବୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲମିଡିଆରେ ୟୁଜର ଭିନ୍ନ ଭିନ୍ନ ମତ ରଖିଛନ୍ତି ।
Heavy Rain Alert: ଦକ୍ଷିଣରେ ଅତିପ୍ରବଳ ବର୍ଷିବ, ଆଜିଠୁ ତିନିଦିନ ଯାଏଁ ପ୍ରବଳ ବର୍ଷା

Fatal Snake Bite: ନାଗ ସହ ଖେଳୁଥିଲେ ନାମ ନେଲେ, ଚାଲିଗଲା ଜୀବନ

Bids Farewell to MiG-21: ୬୨ ବର୍ଷ ହେଲା ସେବା ଦେଉଥିଲା, ଆଜି ନେବ ବିଦାୟ

India vs Pakistan to Clash: ପୁଣି ମୁହାଁମୁହିଁ ହେବେ ଭାରତ ପାକିସ୍ତାନ, ଦେଖିବାକୁ ମିଳିବ ରୋମାଞ୍ଚକର ମ୍ୟାଚ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)