Advertisment

India: ଟ୍ରଂପ୍ ମାଟିରେ ଭାରତର ଖେଳ, ବିଶ୍ୱକୁ ଦେଲା ନୂଆ ସନ୍ଦେଶ

ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ, ଭାରତର ବୈଦେଶିକ ମନ୍ତ୍ରୀ ଗୋଟିଏ ପରେ ଗୋଟିଏ ବୈଠକରେ ଅଂଶଗ୍ରହଣ କରି ଆମେରିକୀୟ ଆଧିପତ୍ୟକୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି।

author-image
Chinmayee Sahoo
India-South-South-Diplomacy

India-South-South-Diplomacy Photograph: (OTV)

ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗୋଟିଏ ପରେ ଗୋଟିଏ ବୈଠକରେ ଅଂଶଗ୍ରହଣ କରି ଆମେରିକୀୟ ଆଧିପତ୍ୟକୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି। ଏହି ବୈଠକଗୁଡ଼ିକର ମୁଖ୍ୟ ଆକର୍ଷଣ ଥିଲା ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଂସ୍କାର, ଗ୍ଲୋବାଲ୍ ସାଉଥ୍‌ର ସ୍ୱରକୁ ମଜବୁତ କରିବା ଏବଂ ବହୁପାକ୍ଷିକ ଢାଞ୍ଚାକୁ ପୁନର୍ଜୀବିତ କରିବା।
ଭାରତ ପକ୍ଷରୁ ଏହି କୂଟନୈତିକ ଚାଲ ଏପରି ଏକ ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ କରିଛନ୍ତି। ବର୍ତ୍ତମାନ, ଟ୍ରମ୍ପଙ୍କ ମାଟିରୁ ସାଉଥ୍ ବନାମ୍ ସାଉଥ୍ ସହଯୋଗକୁ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି।
ନ୍ୟୁୟର୍କରେ ଅନୁଷ୍ଠିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା ବା IBSA ମନ୍ତ୍ରୀସ୍ତରୀୟ ବୈଠକରେ, ଭାରତ ସ୍ପଷ୍ଟ କରିଛି ଯେ ୨୧ ଶତାବ୍ଦୀର ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ UNSC ରେ ପ୍ରମୁଖ ସଂସ୍କାର ଆବଶ୍ୟକ।
ବୈଠକରେ IBSA ଟ୍ରଷ୍ଟ ପାଣ୍ଠି, ମ୍ୟାରିଟାଇମ୍ ଏକ୍ସରସାଇଜ୍, ଏକାଡେମିକ୍ ଫୋରମ୍ ଏବଂ ଇଣ୍ଟ୍ରା-IBSA ଟ୍ରେଡ୍ ଭଳି ପ୍ରସଙ୍ଗ ଉପରେ ଗଭୀର ଆଲୋଚନା ହୋଇଛି। ଏପରି ବୈଠକକୁ ଆହୁରି ଆଗକୁ ନେବାକୁ ଏହି ତିନି ଦେଶ ନିଷ୍ପତ୍ତି ନେଇଛନ୍ତି। 
ସେହିପରି BRICS ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତ କହିଛି ଯେ ଯେତେବେଳେ ସୁରକ୍ଷାବାଦ, ଟାରିଫ ଅସ୍ଥିରତା ଏବଂ ଅଣ-ଟାରିଫ ପ୍ରତିବନ୍ଧକ ବାଣିଜ୍ୟକୁ ପ୍ରଭାବିତ କରୁଛି, ସେତେବେଳେ BRICSକୁ ବହୁପାକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ଶକ୍ତି ପାଇଁ ଠିଆ ହେବାକୁ ପଡିବ।
ସେହିପରି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଲାଟିନ୍ ଆମେରିକୀୟ ଏବଂ କାରିବିଆନ୍ ରାଜ୍ୟ ସମ୍ପ୍ରଦାୟ ସଦସ୍ୟମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏଥିରେ କୃଷି, ବାଣିଜ୍ୟ, ସ୍ୱାସ୍ଥ୍ୟ, ଡିଜିଟାଲାଇଜେସନ୍ ଏବଂ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବାକୁ ସହମତ ପ୍ରକାଶ ପାଇଛି।
ଆହୁରି ମଧ୍ୟ ନ୍ୟୁୟର୍କରେ ଭାରତ, ଜାପାନ, ଜର୍ମାନୀ ଏବଂ ବ୍ରାଜିଲକୁ ନେଇ ଗଠିତ G-4 ଦେଶମାନଙ୍କର ଏକ ବୈଠକରେ UNSCର ବର୍ତ୍ତମାନର ଢାଞ୍ଚା ପୁରୁଣା ହୋଇଛି ଏବଂ ସ୍ଥାୟୀ ସଦସ୍ୟତାକୁ ବଢାଇବା ନେଇ ଆଲୋଚନା ହୋଇଛି।
ତେବେ ଟ୍ରମ୍ପଙ୍କ ମାଟିରେ ଭାରତର ଏଭଳି ଘନଘନ ବୈଠକ ଦୁନିଆକୁ ଜଣାଇ ଦେଇଛି ଯେ ବିଶ୍ୱ ଆଉ କୌଣସି ଗୋଟିଏ ଦେଶର ଅଧୀନରେ କାମ କରିପାରିବ ନାହିଁ, ସେ ଆମେରିକା ହେଉ କି ଅନ୍ୟ କୌଣସି ଦେଶ।

Advertisment

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

India
Advertisment
Related Articles
Advertisment