/odishatv-khabar/media/media_files/2025/12/04/vladimir-putin-2025-12-04-09-16-06.jpg)
Vladimir Putin Photograph: (OTV)
ଭାରତ ଆସୁଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ଦିଲ୍ଲୀରେ ପହଞ୍ଚିବେ। ଆଜି ଓ ଆସନ୍ତାକାଲି ଦୁଇ ଦିନ ସେ ଭାରତରେ ରହିବେ। ପୁଟିନ ଭାରତ ଏବଂ ଋଷିଆ ମଧ୍ୟରେ ଆୟୋଜିତ ୨୩ତମ ଦ୍ୱିପାକ୍ଷିକ ସମ୍ନିଳନୀରେ ଯୋଗ ଦେବାକୁ ଆସୁଛନ୍ତି।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ରୁଷ ରାଷ୍ଟ୍ରପତି। ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ନେଇ ସୂଚନା ମିଳିଛି।
ତେବେ ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତକୁ ମିଳିଛି ବଡ ଫାଇଦା। ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ ଚୁକ୍ତିକୁ ଆଗକୁ ବଢ଼ାଇଛି ମସ୍କୋ। ଏହି ଚୁକ୍ତି ଫେବ୍ରୁଆରୀ ୧୮ରେ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା।
ରିପୋର୍ଟ ଅନୁସାରେ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଆର୍କିଟିକ୍ କ୍ଷେତ୍ରରେ ଉଭୟ ଦେଶର ଗବେଷଣାକୁ ପ୍ରୋତ୍ସାହିତ କରିବ। ଏହି ପ୍ରକ୍ରିୟାରେ ଆଗକୁ ଏସ-୪୦୦ ଏବଂ ସୁ-୫୭ ଫାଇଟର ଜେଟକୁ ସାମିଲ କରାଯାଇପାରେ।
ଏବେ ସୁଖୋଇ ବିଶ୍ୱର ସବୁଠୁ ଭଲ ଯୁଦ୍ଧ ବିମାନ ଯେଉଁଥିରେ ଉନ୍ନତ ଜ୍ଞାନକୌଶଳ ରହିଛି। ଏହା ସହ ଋଷିଆ ଉଭୟ ଦେଶ ମଧ୍ୟରେ ଆଣବିକ ଶକ୍ତିର ସହଯୋଗିତାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବ । ଭାରତର କିଛି ଆଣବିକ ପ୍ଲାଣ୍ଟକୁ ଋଷିଆ ରିଆକ୍ଟର ଟେକ୍ନୋଲୋଜି ପ୍ରଦାନ କରିବ ବୋଲି କୁହାଯାଉଛି।
• ଭାରତ ଆସୁଛନ୍ତି ରୁଷ୍ ରାଷ୍ଟ୍ରପତି
• ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ରୁଷ୍ ରାଷ୍ଟ୍ରପତି
• ଭ୍ଲାଦିମିର୍ ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ
• ୨୩ତମ ଦ୍ୱିପାକ୍ଷିକ ସମ୍ନିଳନୀରେ ଯୋଗଦେବେ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ
• ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କରିବେ ଆଲୋଚନା
Retired CDMO Earns Lakhs: ବର୍ଷକୁ ଲକ୍ଷ ଲକ୍ଷ ରୋଜଗାର , ଥରେ ଲଗାଇଲେ ଫଳୁଛି ବର୍ଷା ସାରା

Viral Video: ବ୍ୟାଚଲର୍ଙ୍କ ପାଇଁ ବରଦାନ, ଗୋଟିଏ କଡେଇରେ ରୋଷେଇ ହେବ ଦୁଇଟି ତରକାରୀ

Daily Horoscope 4th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Talibans Public Execution: ଚାହିଁଥାନ୍ତି ୮୦ ହଜାର ଲୋକ, ସମସ୍ତଙ୍କ ସାମ୍ନାରେ ମିଳିଲା ମୃତ୍ୟୁଦଣ୍ଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)