• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India

Uttarakhand Rain
ଉତ୍ତରାଖଣ୍ଡରେ ଜଳ ପ୍ରଳୟ : ୪୦ ଜଣଙ୍କ ପ୍ରାଣ ନେଲାଣି ବର୍ଷା

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଉଛି। ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

aryan khan bail
ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଆର୍ୟନଙ୍କ ଜାମିନ ଆବେଦନର ରାୟ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟନ ଖାନଙ୍କୁ ଜାମିନ ମିଳିବ ନା ଜେଲରେ ତାଙ୍କୁ ରହିବାକୁ ପଡ଼ିବ, ଆଜି ତାହା ସ୍ପଷ୍ଟ ହେବ। ମୁମ୍ବାଇର ସେସନ୍ କୋର୍ଟ ଆଜି ଜାମିନ ଆବେଦନର ରାୟ ଶୁଣାଇବେ । ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟ ଜାମିନ ଆବେଦନର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ । ଗତ ଶୁଣାଣି ବେଳେ ଏନସିବି ଯୁକ୍ତି ଦର୍ଶାଇ ଥିଲା ଯେ, ଆର୍ୟନ ନିୟମିତ ଭାବେ ଡ୍ରଗ୍ସ ନିଅନ୍ତି ।

Uttarakhand rains
ବର୍ଷା ନେଲାଣି ୨୩ ଜୀବନ

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭୟ ବଢ଼ାଉଛି ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ ହେଲାଣି

CBSE
ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ସୂଚୀ

କରୋନା ପାଇଁ ଦୁଇ ବର୍ଷ ହେଲା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ପଡ଼ିଥିଲା। ତେଣୁ ମୂଲ୍ୟାୟନ ଓ ରେଜଲ୍ଟ ବାହାର କରିବାରେ ଅସୁବିଧା ହୋଇଥିଲା। ତେଣୁ ଏହି ବର୍ଷଠାରୁ ନୂଆ ପଦ୍ଧତିରେ ପରୀକ୍ଷା କରାଯାଉଛି।

Indian Contigent From Madras Regiment & American Contigent Play Snow Game In Alaska
ବରଫ ଫିଙ୍ଗି ଖେଳ ଖେଳିଲେ ଭାରତ- ଆମେରିକାର ଯବାନ

ଆମେରିକାରେ ଭାରତୀୟ ସେନା ଓ ଆମେରିକୀୟ ସେନାର ଯବାନ ମାନେ ମିଶି ଫ୍ରେଣ୍ଡସିପ୍ ମ୍ୟାଚ ଖେଳୁଛନ୍ତି। ଫୁଟ୍ ବଲ୍ ଭଲି ବଲ୍ ସାଙ୍ଗକୁ ବରଫ ଫିଙ୍ଗା ଖେଳ ମଧ୍ୟ ହୋଇଛି। ଦେଖନ୍ତୁ ଏହାର କିଛି ଝଲକ୍

India Celebrates Completion Of 50 Years Of Victory Against Pakistan In 1971
୪ଟି ମଶାଲ ଶୋଭାଯାତ୍ରା ଆରମ୍ଭ

୧୯୭୧ ପାକିସ୍ତାନ ବିରୋଧରେ ଭାରତର ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚଳିତବର୍ଷ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି ।

Petrol price hiked
ତେଲ ଦରରେ ଲାଗୁନି ବ୍ରେକ୍‌

ପୁଣି ବଢିଲା ତୈଳ ଦର । ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ କ୍ରମାଗତ ଭାବରେ ଆଜି ତୃତୀୟ ଦିନ ପାଇଁ ତେଲ ଦରକୁ ବୃଦ୍ଧି କରାଯାଇଛି । ଉଭୟ ପେଟ୍ରୋଲ୍‌ ଓ ଡିଜେଲ ଦରର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି ।

India\'s Rank In Global Hunger Index Falls From 94th In 2020 To 101st In 2021
ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ

ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ବିଶ୍ୱ ଭୋକିଲା ତାଲିକା-GHI ରେ ୧୦୧ ସ୍ଥାନରେ ରହିଛି ଭାରତ…

jee advanced
ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନସଡ୍‌ ରେଜଲ୍ଟ। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର

ପ୍ରକାଶ ପାଇଲା ଜେଇଇ ଆଡଭାନସଡ୍ ରେଜଲ୍ଟ । ଚଳିତବର୍ଷ ୪୧ ହଜାର ୮୬୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦିଲ୍ଲୀର ମୃଦୁଳ ଅଗ୍ରୱାଲ ଟପ୍ପର ହୋଇଛନ୍ତି। ସେ ୩୪୮ ନମ୍ବର ରଖିଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ କାବ୍ୟା ଚୋପ୍ରା ମହିଳା ବିଭାଗରେ ଟପ୍ପର ହୋଇଛନ୍ତି । ଚଳିତବର୍ଷ ଏକ ଲକ୍ଷ ୪୧ ହଜାର ୬୯୯ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷା ଦେଇଥିଲେ।

Global Hunger Index
Global Hunger Index: ତାଲିକାରେ ଆହୁରି ତଳକୁ ଖସି ୧୦୧ତମ ସ୍ଥାନରେ ଭାରତ

ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଥିବା ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ କିନ୍ତୁ ଭାରତ ଆଗରେ ରହିଛି।

Dussehra | Ravan Dahan At Several Places Across India
ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି

ବିଜୟା ଦଶମୀର ରାବଣ ପୋଡ଼ି ପାଇଁ ଚାଲିଛି ପ୍ରସ୍ତୁତି। ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ହେବ ଅନୁଷ୍ଠିତ, ଦିଲ୍ଲୀରେ ସନ୍ଧ୍ୟା ୬ରେ ହେବ ରାବଣ ପୋଡ଼ି

Corona Situation in bhubaneswar
ଦେଶରେ କମୁଛି ସଂକ୍ରମଣ। ୨୪ ଘଂଟାରେ ୧୬ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୬,୮୬୨ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୭୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି, ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୪୦,୩୭,୫୯୨ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା

Covid Vaccine for Kids
ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାଙ୍କୁ ଦିଆଯିବ କରୋନା ଟିକା !

ନଭେମ୍ବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା। ୨ ରୁ ୧୮ ବର୍ଷ ପିଲାଙ୍କୁ ଚଳିତ ନଭେମ୍ବର ମାସରୁ ହିଁ ଦିଆଯିବ ଭ୍ୟାକ୍ସିନ। ସୂଚନା ଅନୁସାରେ, ନଭେମ୍ବର ଦ୍ୱିତୀୟ ସପ୍ତାହରୁ ପିଲାମାନଙ୍କୁ ଦିଆଯିବ ଟିକା

whatsapp 1
ରାତି ୧୧ ରୁ ସକାଳ ୬ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍‌ ବନ୍ଦ !!

ହ୍ୱାଟ୍ସଆପ୍‌ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ୱାଟ୍ସଆପ୍‌। ଏହି ନିର୍ଦ୍ଦେଶ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଯାହା ଜଣାପଡ଼ିବା ପରେ ହ୍ୱାଟ୍ସଆପ୍‌ ୟୁଜର୍ସଙ୍କ ଚିନ୍ତା ବଢିଛି।

Aryan Khan
କୋର୍ଟରେ ଚାଲିଛି କିଙ୍ଗ ଖାନ୍ ପୁଅ ଆର୍ୟନଙ୍କ ବେଲ୍‌ ଶୁଣାଣି

କିଙ୍ଗ୍ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ମୁମ୍ବାଇ ସ୍ୱତନ୍ତ୍ର NDPS କୋର୍ଟରେ ଆର୍ୟନଙ୍କ ଜାମିନ୍ ଆବେଦନର ହେଉଛି ଶୁଣାଣି। ନିମ୍ନ କୋର୍ଟରୁ ଜାମିନ୍ ଖାରଜ ହେବା ପରେ ସ୍ୱତନ୍ତ୍ର କୋର୍ଟରେ ଆବେଦନ ହୋଇଛି

paytm
DigiLocker ବ୍ୟବାହାର କଲେ ଆଉ ସାଙ୍ଗରେ ଧରିବାକୁ ପଡ଼ିବ ନାହିଁ ଜରୁରୀ କାଗଜ

ପେଟିଏମ୍‌ ବ୍ୟବହାରୀଙ୍କ ପାଇଁ ବଡ ଖବର। ଡିଜିଟାଲ୍ ପେମେଣ୍ଟ ଏବଂ ଆର୍ଥିକ ସେବା ନେଣଦେଣ କରୁଥିବା କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର ଦେଇଛି। ବାସ୍ତବରେ, ବର୍ତ୍ତମାନ ପେଟିଏମ୍ ବ୍ୟବହାରକାରୀମାନେ ଡିଜିଲୋକର୍ ବ୍ୟବହାର କରିପାରିବେ

ratan tata 1
ବଢୁଛି ଟାଟା କଂପାନୀ, ୨୧ ବର୍ଷରେ କିଣି ସାରିଲାଣି ଏହି ବଡ଼ ବଡ଼ କମ୍ପାନୀକୁ

ଏୟାର ଇଣ୍ଡିଆକୁ କିଣିଛି ଟାଟା ଗ୍ରୁପ। ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସକୁ ୧୮ ହଜାର କୋଟି ଟଙ୍କାରେ କିଣିବାରେ କଂପାନୀ ସଫଳ ହୋଇଛି। ଗତ ୨ ହଜାର ମସିହାରୁ ଆଜି ଯାଏଁ ଟାଟା ଗ୍ରୁପ ଏକ ଡଜନ କମ୍ପାନି ଅଧିଗ୍ରହଣ କରି ସାରିଛି। ଏବେ ଜାଣନ୍ତୁ କେବେ କେଉଁ କଂପାନୀକୁ ଅଧିଗ୍ରହଣ କରିଥିଲା ଟାଟା ଗ୍ରୁପ।

Coronavirus
ଦେଶରେ କମୁଛି ସଂକ୍ରମଣ, ୨୪ ଘଂଟାରେ ୧୫ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୦,୦୧,୭୪୩ରେ ପହଞ୍ଚିଛି

Coal shortage in India power crisis
ଦେଶରେ କୋଇଲା ସଙ୍କଟ; ଅଛିକି ଭାରତ ପାଖେ ବିକଳ୍ପ?

ଦେଶର ସମ୍ଭାବ୍ୟ ଶକ୍ତି ସଙ୍କଟ ଯୋଗୁଁ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଉପରେ ବିତର୍କ ଚାଲିଛି। ପ୍ରଶ୍ନ ଉଠିଛି ଯେ ଯଦି କୋଇଲା ଯୋଗାଣର ଏହି ଅବସ୍ଥା ଳାଗି ରହେ, ତେବେ ଏହାକୁ ଦୂରକରିବା ପାଇଁ ଭାରତ ସାମ୍ନାରେ କୌଣସି ଉପାୟ ଅଛି କି? କିନ୍ତୁ ଆଜି ଦେଶରେ ଦେଖାଯାଉଥିବା ଏହି ଶକ୍ତି ସଙ୍କଟ ଗୋଟିଏ ଦିନର ପରିସ୍ଥିତି ନୁହେଁ। ଏହାର ଦୀର୍ଘକାଳୀନ ପ୍ରଭାବ ପଡ଼ିବ।

India China Border Fight Update
ବଦଳୁନାହିଁ ଡ୍ରାଗନ, ନିଜ ଜିଦ୍‌ରେ ରହୁଛି ଅଟଳ

ଏଲ୍ଏସି ହେଉ କି ତାଇଓ୍ୱାନ୍ ସବୁଠି ଉଗ୍ର ଆଭିମୁଖ୍ୟ ଆପଣେଇଛି ଚୀନ୍ । ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ନେଇ ତ୍ରୟୋଦଶ ପର୍ଯ୍ୟାୟ ସମାରିକସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭାରତର ଦାବିକୁ ଗ୍ରହଣ କରିବାକୁ ସିଧା ସିଧା ମନା କରିଦେଇଛି ପିଏଲ୍ଏ

Electric
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ?

ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି ଏଭଳି ଆଶଙ୍କା। ପ୍ରବଳ ବର୍ଷା ଯୋଗୁଁ ଦେଶରେ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ବେଳେ ଶକ୍ତି ଚାହିଦା ବଢିବା କାରଣରୁ ଅନ୍ତର୍ଜାତୀୟ ବଜାରରେ କୋଇଲାର ଦର ହଠାତ୍ ବଢିଯାଇଛି

No restriction on domestic flight
ଏଣିକି ବିନା ବାଧାରେ ଉଡ଼ିବ ଯାତ୍ରୀବାହୀ ବିମାନ

ଅକ୍ଟୋବର ୧୮ରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି । ଦେଶ ମଧ୍ୟରେ ସିଡ୍ୟୁଲ ସମସ୍ତ ବିମାନ ଚଳାଚଳ କରିବାକୁ ଅନୁମତି ମିଳିଛି । ସବୁ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯାଇଛି । କୌଣସି ସିଟିଂ କାପାସିଟି କଟକଣା ବିନା ବିମାନ ଚଳାଚଳ କରିବା ନେଇ ଜଣାପଡ଼ିଛି।

electric power crisis
ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ?

ଚୀନ୍ ଭଳି ଭାରତରେ ସୃଷ୍ଟି ହେବ କି ବିଜୁଳି ସଂକଟ? ଦିନକୁ ଦିନ କୋଇଲା ଯୋଗାଣରେ ବାଧାକୁ ସୃଷ୍ଟି ହୋଇଛି । କୋଇଲା ଏବଂ ଶକ୍ତି ମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୈଠକ । ଶକ୍ତି ମନ୍ତ୍ରୀ ଆରକେ ସିଂହ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ NTPC, କୋଇଲା, ଶକ୍ତି ମନ୍ତ୍ରାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Post Office
ମାସକୁ ୧୫୦୦ ଟଙ୍କା ଜମା କଲେ ପାଇବେ ୩୫,୦୦,୦୦୦... ଏହି ସ୍କିମ୍ କ’ଣ ଜାଣନ୍ତୁ...

ଦିନକୁ ଦିଅନ୍ତୁ ମାତ୍ର ୫୦ ଟଙ୍କା। ମାସକୁ ୧୫ ଶହ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ ଟଙ୍କା। ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ ଦେଉଛି ଏମିତି ସୁଯୋଗ। ନିଜ କଷ୍ଟ ଅର୍ଜିତ ଧନକୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟରେ ଅନେକ ବିକଳ୍ପ ରହିଛି

corona
୨୪ ଘଣ୍ଟାରେ ୧୯୩ ଜଣଙ୍କ ପ୍ରାଣ ନେଲା ମହାମାରୀ

ଦେଶରେ ଗତକାଲି ଯେତିକି ସଂକ୍ରମଣ ଥିଲା ଆଜି ବି ସେତିକି ପରିମାଣରେ ରହିଛି। ଅର୍ଥାତ୍‌ ଆଜି ବି ଦେଶରେ ୧୮ ହଜାର ପାଖାପାଖି ସଂକ୍ରମଣ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟ୍ୱିଟ୍‌ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୧୮, ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟାରେ ୧୯୩ ଜଣଙ୍କ ପ୍ରାଣ ନେଇଛି ମହାମାରୀ।