କେମିତି ହୋଇଥିଲା ଦେଶର ପ୍ରଥମ ସିଡ଼ିଏସ୍ ବିପିନ ରାୱତଙ୍କ ଚପ୍ପର କ୍ରାସ୍? ସାମ୍ନାକୁ ଆସିଲା ରିପୋର୍ଟ...
ଓମିକ୍ରନ ଅଧିକ ଲୋକଙ୍କୁ ସଂକ୍ରମଣ କଲେ ଏହା ମ୍ୟୁଟେସନରେ ସହାୟକ ହେବ। ଫଳରେ ନୂଆ ନୂଆ ଭାରିଏଣ୍ଟ ସବୁ ସାମ୍ନାକୁ ଆସିବେ।
ଦେଶରେ ଲଗାମ ଧରୁନି କରୋନା ସଂକ୍ରମଣ । ହୁ ହୁ ହୋଇ ମାଡିଚାଲିଛି ଉଭୟ କରୋନା ଓ ତାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଆଜି ଦେଶରେ ଦିନକରେ ୨୪ ଘଣ୍ଟାରେ ୫୮,୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଜି ୫୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।
କେବଳ ଏତିକି ନୁହେଁ ବରଂ ସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ ମଧ୍ୟ କଲେଣି। ଆଉ ଯଦି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁମାନ ସତ ହୁଏ ତେବେ କଥା ସରିଲା
ରାଜସ୍ଥାନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ଆକ୍ସନ ମୋଡ୍କୁ ଚାଲି ଆସିଛନ୍ତି
ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୭୫ କରୋନା ଆକ୍ରାନ୍ତ ଚିହ୍ନଟ । ଅନ୍ୟପଟେ ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ଆକ୍ଟିଭ୍ କେସ୍ ୧ ଲକ୍ଷ ୦୪ ହଜାର ୭୮୧ ରହିଥିବା ବେଳେ ଏବେ ସୁଦ୍ଧା ସୁସ୍ଥ ହେଲେଣି ୩ କୋଟି ୪୨ ଲକ୍ଷ ୭୫ ହଜାର ୩୧୨ ।
ଚିନ୍ତା ବଢ଼ାଉଛି ଓମିକ୍ରନ୍ । ଦେଶରେ ଗତକାଲି ୧୩ ହଜାର ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୭୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।
ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି ।
'ବଚପନ୍ କା ପ୍ୟାର୍' ଗୀତର ଗାୟକ ସହଦେବ ଡିର୍ଡୋଙ୍କ ହୋସ୍ ଫେରିଆସିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେଉଛି। ମଙ୍ଗଳବାର ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଚିନ୍ତା ବଢାଉଛି ଓମିକ୍ରନ । ଦେଶରେ ଦିନକୁ ଦିନ ମାଡ଼ି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏଥିରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫୭୮ରେ ପହଞ୍ଚିଛି ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।
ଚିନ୍ତା ବଢାଇବାରେ ଲାଗିଛି ଓମିକ୍ରନ୍ । ଦେଶରେ ଆଜି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦କୁ ଛୁଇଁଲା । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଉପରେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍ଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ ।
ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି ଓମିକ୍ରନ୍ । ଓମିକ୍ରନ ସଂକ୍ରମଣ ରୋକିବାକୁ ଲକଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ସେପଟେ ଭାରତରେ ଦେଢ ଶହ ମୁହାଁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ କଣ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଶୁଣନ୍ତୁ...।
୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ବିଶ୍ୱ ସୌନ୍ଦର୍ଯ୍ୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ହରନାଜ୍ କୌର୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ହୋଇଛନ୍ତି । ବିଶ୍ୱର ୭୯ ଜଣ, ଏକରୁ ବଳି ଆରେକ ସୌନ୍ଦର୍ଯ୍ୟବତୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସର ତାଜ୍ ପିନ୍ଧିଛନ୍ତି ହରନାଜ୍ ।
ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଏହି ଟାଇଟଲ୍ ଜିତି ହରନାଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ତମ ମିସ୍ ୟୁନିଭର୍ସ ହୋଇଛନ୍ତି।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।
ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ବନ୍ଦ । ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସସ୍ପେଣ୍ଡ ଅବଧି ବଢ଼ିଲା। ଏହି ବନ୍ଦ ନିଷ୍ପତ୍ତି ନେଲା DGCA ।
ଆସନ୍ତାକାଲି ସିଡିଏସ୍ ବିପିନ ରାଓ୍ୱତଙ୍କର ଅନ୍ତିମ ସଂସ୍କାର । ଆଜି ସଂଧ୍ୟା ସୁଦ୍ଧା ଦିଲ୍ଲୀ ନିଆଯିବ ପାର୍ଥିବ ଶରୀର । ଅନ୍ତିମ ଦର୍ଶନ ପରେ ହେବ ଶେଷକୃତ୍ୟ । ସେପଟେ ଆମେରିକା ମଧ୍ୟ ବିପିନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ସଚିବ ।
ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ସେହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତ ୩୩୪ ରନ୍ ସଂଗ୍ରହ କରିଥିଲା ।
ଭାରତ-ଋଷ ମଧ୍ୟରେ ୨୮ଟି ଚୁକ୍ତି ଏବଂ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି..ଆସନ୍ତା ୧୦ ବର୍ଷ ଲାଗି ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହଯୋଗିତା କରିବେ..
ନ୍ୟୁଜିଲାଣ୍ଡକୁ ୩୭୨ ରନ୍ରେ ହରାଇଲା ଭାରତ। ମୁମ୍ବାଇ ବିଜୟ ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଗୋଟିଏ ଦିନ ଥାଇ ବିଜୟ ହାସଲ କରିଛି। ଭାରତ ୨ ଟିକିଆ ସିରିଜ୍ର କାନପୁର ଟେଷ୍ଟ ଡ୍ର ରହିଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ ହୋଇଛି ।
ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଟାର୍ଗେଟ୍ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍ରେ ୧୬୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ଭାରତରେ ୪ ଦିନରେ ୨୧ ଓମିକ୍ରନ୍ ସଂକ୍ରମିତ I ରାଜସ୍ଥାନରେ ଉପସ୍ଥିତି ଜାହିର କଲା ଓମିକ୍ରନ୍ ଭାରିଆଣ୍ଟ୍ I ଜୟପୁରରେ ଚିହ୍ନଟ ହେଲେ ୯ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ