Advertisment

Colors, Cheers & Celebration: ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର, ଜମିଛି ରଙ୍ଗର ଖେଳ

ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଛନ୍ତି ପିଲାଠୁ ବୁଢ଼ା ଓ ମହିଳା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା। ମତୁଆଲା ହେଲେଣି ସମସ୍ତେ, ରଙ୍ଗୀନ ହେଲାଣି ପରିବେଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆଜି ଦିନ ତମାମ ରଙ୍ଗ ଖେଳ ଚାଲିବ।

author-image
Tapan Swain
Holi

Holi Photograph: (OTV)

ଆସିଛି ରଙ୍ଗର ପର୍ବ ହୋଲି। ଗାଁଠୁ ସହର ଉତ୍ସବମୁଖର। ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଛନ୍ତି ପିଲାଠୁ ବୁଢ଼ା ଓ ମହିଳା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା। ମତୁଆଲା ହେଲେଣି ସମସ୍ତେ, ରଙ୍ଗୀନ ହେଲାଣି ପରିବେଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆଜି ଦିନ ତମାମ ରଙ୍ଗ ଖେଳ ଚାଲିବ।

Advertisment

ଫଗୁଣର ଫଗୁରେ ଭିଜିବେ, ପରସ୍ପରକୁ ରଙ୍ଗ ଲଗାଇବା ସହ ହୋଲି ଶୁଭେଚ୍ଛା ବାଣ୍ଟି ନାଚ ଗୀତରେ ମସଗୁଲ୍ ହେଲେଣି। ହୋଲିରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଗାଁ ପରିକ୍ରମା କରାଇ ରଙ୍ଗ ଖେଳରେ ମାତି ଯାଆନ୍ତି। ହୋଲିରେ ଶତ୍ରୁ ବି ଶତ୍ରୁତାକୁ ଭୁଲିଯାଏ। ସେଥିପାଇଁ ସମସ୍ତେ ରଙ୍ଗ ଲଗାଇଲା ବେଳେ କୁହନ୍ତି ବୁରା ନା ମାନୋ ହୋଲି ହୈ। ... 

ତେବେ ରଙ୍ଗ ଖେଳିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କେମିକାଲ୍ ନୁହେଁ, ଜୈବିକ କିମ୍ବା ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ସିନ୍ଥେଟିକ୍ ରଙ୍ଗଠାରୁ ଦୂରେଇ ରହିବା ସହ ଛୋଟ ପିଲାଙ୍କୁ କେମିକାଲ ହୋଲିଠାରୁ ଦୂରେଇ ରଖନ୍ତୁ। ସେହିପରି ଆଖି, କାନ, ନାକ ଓ ପାଟିକୁ ରଙ୍ଗଠାରୁ ଦୂରେଇ ରଖନ୍ତୁ। ... 

Advertisment

ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର

ସକାଳୁ ସକାଳୁ ହୋଲି ଖେଳିବାକୁ ପ୍ରସ୍ତୁତି 
ସେଲିବ୍ରେସନରେ ମାତିଛନ୍ତି ପିଲାଠୁ ବୁଢ଼ା
ନେତାଠୁ ରାଜନେତା ସଭିଏଁ ଖେଳୁଛନ୍ତି ହୋଲି
ଜମିଛି ରଙ୍ଗର ଖେଳ, ରଙ୍ଗୀନ ହେବ ପରିବେଶ
ରଙ୍ଗ ଖେଳିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ
କେମିକାଲ୍ ରଙ୍ଗଠୁ ଦୂରେଇ ରୁହନ୍ତୁ
ଜୈବିକ କିମ୍ବା ପ୍ରାକୃତିକ ରଙ୍ଗରେ ଖେଳନ୍ତୁ ହୋଲି 

Celebrations Holi
Advertisment
Related Articles
Advertisment