• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health News

Benefits of Safron
ଔଷଧୀୟ ଗୁଣରେ ଭରପୁର କେଶର, ଜାଣିବା ଏହାର ଚମତ୍କାରୀ ଗୁଣ

ଆୟୁର୍ବେଦରେ କେଶରକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । ସେଥିପାଇଁ କେଶରକୁ ସର୍ବଗୁଣ ସମ୍ପନ୍ନ କୁହାଯାଏ । ତ୍ୱଚାରେ ଚମକ ଆଣିବା ସହିତ କେଶର ମଧ୍ୟ ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଦୁନିଆର ଦାମିକିଆ ମସଲା ମାନଙ୍କ ମଧ୍ୟରୁ କେଶର ଗୋଟିଏ ଦୁର୍ଲଭ ମସଲା ଅଟେ । କେଶରରେ ଉଚ୍ଚ ମାତ୍ରାରେ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ ଯାହାକି କ୍ୟାନ୍ସର ସେଲକୁ ବୃଦ୍ଧି ହେବାରେ ଅଟକାଇ ଥାଏ ।

copper bowl benifits
ତମ୍ବା ପାତ୍ରରେ ପିଅନ୍ତୁ ପାଣି, କମିବ ଓଜନ

ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ଆୟୁର୍ବେଦରେ ଅଧିକାଂଶ ରୋଗର ଉପଚାର ତମ୍ବାପାତ୍ର ବ୍ୟବହାର କରିବା ପାଇଁ କୁହାଯାଇଥାଏ । ବିଶେଷ କରି ତମ୍ବା ପାତ୍ରରେ ପାଣି ରଖି ପିଇବାକୁ କୁହାଯାଇଥାଏ

asthma, what are the symptoms
କାହିଁକି ହୁଏ ଆସ୍ଥମା, ଏହି ରୋଗର ଲକ୍ଷଣ କଣ, ଜାଣନ୍ତୁ

ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ଆଜି ଜାଣିବା ଆସ୍ଥମା ବା ଶ୍ୱାସ ରୋଗକୁ ନେଇ କିଛି ଜଣା ଅଜଣା କଥା...

How to loss weight
ଓଜନ କମାଇବାକୁ ଚାହୁଁଛନ୍ତି କି ? ପିଅନ୍ତୁ ଏସବୁ

ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଆମ ଶରୀରରେ ଅଧିକ କ୍ୟାଲୋରୀର ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ତେଣୁକରି କ୍ୟାଲୋରୀର ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଲେମ୍ବୁ ରସ ସହିତ କଫି ପିଇବା ଦ୍ୱାରା ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 Benifits of Lemon Tea
ସକାଳେ ପିଅନ୍ତୁ ‘ଲେମନ ଟି’, ମିଳିବ ଅନେକ ଫାଇଦା

ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି l ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ ।

control high blood pressure
ନିୟନ୍ତ୍ରଣ ହେବ ଉଚ୍ଚ ରକ୍ତଚାପ, ଏହି ସବୁ ଅଭ୍ୟାସକୁ ନିୟମିତ କରନ୍ତୁ

ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ ।

Do not eat this food
ଭୋକ ଲାଗିଲେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଦେଖା ଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଖାଲି ପେଟରେ ରହିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ଭୋକ ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେ ଆମେ ସକାଳ ଜଳଖିଆ କିମ୍ବା ମାଧ୍ୟାହ୍ନ ଭୋଜନ ଦୁଇଟି ମଧ୍ୟରୁ କୌଣସିଟି ଛାଡିବା ଉଚିତ ନୁହେଁ । ତେଣୁକରି ଅଦିକ ଭୋକ ହେବା ସମୟରେ  ଆମେ କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । କାରଣ ଏଭଳି କିଛି ଜିନିଷ ଅଛି ଯାହାକୁ ଭୋକ ହେଲେ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ ।

 Cardamom Benefits
ସ୍ୱାସ୍ଥ୍ୟ ପାଇଁ ଗୁଜୁରାତି,ଜାଣିବା ଏହାର ଲାଭଦାୟକ ଗୁଣ

ସାଧାରଣତଃ ଗୁଜରାତି ଖାଦ୍ୟରେ ପଡିଲେ ଖାଦ୍ୟର ସ୍ୱାଦ ବଢିଯାଇଥାଏ । ଏହା ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ମଧ୍ୟ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥି ସହିତ ନିଶା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।

Health Benefits if Cumin
ସ୍ୱାସ୍ଥ୍ୟ ପାଇଁ ଜୀରା, ମଧୁମେହ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା । ସ୍ୱାସ୍ଥ୍ୟ ପାଇଁ ଜୀରା ବହୁତ ଲାଭଦାୟକ ଅଟେ । ଜୀରାର ବ୍ୟବହାର ପ୍ରାୟ ସମସ୍ତ ଘରେ ଖୁବ ଆଦର ସହକାରେ ହୋଇଥାଏ । ଜୀରା ଯେପରି ସ୍ୱାଦ ଯୁକ୍ତ ସେହିଭଳି ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ।

Health Benefits of Green Chilli
ସ୍ୱାସ୍ଥ୍ୟ ପାଇଁ କଞ୍ଚାଲଙ୍କା,ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ

କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା, ଓଜନ କମାଇବାରେ ସାହାଯ୍ୟ କରିଥାଏ ।

Raw milk for skin
ଚର୍ମ ପାଇଁ କଞ୍ଚା କ୍ଷୀର,ଜାଣିବା ଏହାର ଲାଭଦାୟକ ଗୁଣ

ସମସ୍ତେ ଚାହାନ୍ତି ସୁନ୍ଦର ଚର୍ମ ପାଇବା ପାଇଁ । ସୁନ୍ଦର ଚର୍ମ ପାଇଁ କଞ୍ଚା କ୍ଷୀର ଅତ୍ୟନ୍ତ ଲାଭଦାୟକ ଅଟେ । କଞ୍ଚା କ୍ଷୀରରେ ଭିଟାମିନ୍-ଏ, ଡି, ବାୟୋଟିନ୍, ପ୍ରୋଟିନ୍ ଇତ୍ୟାଦି ଗୁଣ ରହିଥାଏ । ଏହା ଦ୍ୱାରା ଚର୍ମ ସହ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍କିନ ବା ଚର୍ମକୁ ସୁନ୍ଦର ରଖିପାରିବା । 

Care of the body according to the season
ବଦଳୁଥିବା ଋତୁକୁ ନେଇ ଚିନ୍ତିତ କି ? ଫିଟ୍ ରହିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଆଗକୁ ଆସୁଛି ଶୀତ ଋତୁ । ଋତୁ ପରିବର୍ତ୍ତନ ହେବା କ୍ଷଣି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା ଋତୁ ପରିବର୍ତ୍ତନ ଜନିତ ରୋଗ କୁହାଯାଏ । ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହା ଯୋଗୁ ଚିଡ଼ଚିଡ଼ା ଲାଗିବା ସହ କୌଣସି କାମରେ ମନ ଲାଗି ନଥାଏ । ଫିଟ୍ ରହିବା ପାଇଁ ପ୍ରତିଦିନ ଖାଇବାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ । ଏହା ସହିତ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆମେ ଫିଟ୍ ରହିପାରିବା ।

Thyroid and diet factsheet
ଥାଇରଏଡ଼ ରୋଗୀ ସାବଧାନ,ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି । ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ । କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ ।

These three things will get immunity
ଖାଲି ପେଟରେ ଖାଆନ୍ତୁ ଏହି ତିନୋଟି ଜିନିଷ,ଶରୀରକୁ ମିଳିବ ପ୍ରତିରୋଧକ ଶକ୍ତି

ସ୍ୱାସ୍ଥ୍ୟ ହିଁ ଜୀବନ । ଶରୀରରେ ରୋଗ ପ୍ରତରୋଧକ ଶକ୍ତି ରହିଲେ ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ତେଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ତେବେ ଆମ ଦୈନିଦିନ ଜୀବନରେ ଘରୋଇ ଉପଚାର ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।

Basil water for health
ସ୍ୱାସ୍ଥ୍ୟ ପାଇଁ ତୁଳସୀ ପାଣି,ହଜମ କରାଏ ଖାଦ୍ୟ

ହିନ୍ଦୁ ଧର୍ମରେ ତୁଳସୀର ଯେତିକି ଅସ୍ଥା ରହିଛି ସାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ଅଟେ । ସାଧାରଣତଃ ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହା ବଦଳରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ତେଣୁ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।

Cucumbers for Health
ସ୍ୱାସ୍ଥ୍ୟ ପାଇଁ କାକୁଡ଼ି,ଜାଣନ୍ତୁ ଏହାର ଲାଭଦାୟକ ଗୁଣ

ଶରୀର ପାଇଁ କଞ୍ଚା ପନିପରିବା ଓ ଫଳ ଖାଇବା ଅତ୍ୟ ଲାଭଦାୟକ ଅଟେ । ସେହି ମଧ୍ୟରେ କାକୁଡ଼ି ଶରୀର ପାଇଁ ବହୁ ଉପଯୋଗୀ ଓ ଲାଭଦାୟକ ହୋଇଥାଏ । କାକୁଡ଼ିରେ ବିଭିନ୍ନ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ କ୍ୟାଲୋରୀ, ଚର୍ବି, କୋଲେଷ୍ଟ୍ରଲକୁ କମ୍ କରିଥାଏ । କାକୁଡ଼ିରେ ଅଧିକାଂଶ ଜଳର ପରିମାଣ ଅଧିକ ରହିଥାଏ । ଯାହା ବ୍ୟାୟାମ ପରେ ଡିହାଇଡ୍ରେସନ୍ ରୋକିବାରେ ସାହାଯ୍ୟ କରିଥାଏ ।

Benefits of Banana
ସ୍ୱାସ୍ଥ୍ୟ ପାଇଁ କଦଳୀ,ଜାଣିବା ଏହାର ଲାଭଦାୟକ ଗୁଣ

ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ନିହାତି ଆବଶ୍ୟକ । ପୃଷ୍ଟିକର ଓ ଭିଟାମିନରେ ଭରପୁର ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିଥାଏ । ଫଳ ମଧ୍ୟରେ କଦଳୀ ଏକ ପୃଷ୍ଟିକର ଓ ସୁଷମ ଖାଦ୍ୟ ଅଟେ । କଦଳୀ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର ହୋଇଥାଏ ।  କଦଳୀ ଖାଇବା ଦ୍ୱାରା ରକ୍ତକଚାପ ନିୟନ୍ତ୍ରଣରେ ରହିଥାଏ । ଶରୀରରେ ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ ।

Benefits of brinjal
ସ୍ୱାସ୍ଥ୍ୟ ପାଇଁ ବାଇଗଣ,ଜାଣିବା ଏହାର ଲାଭଦାୟକ ଗୁଣ

ସବୁଜ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ । ପରିବା ମଧ୍ୟରରେ ବାଇଗଣ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ବାଇଗଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ରହିଥାଏ, ଯହା ଫଳରେ କ୍ୟାଲୋରୀ ବହୁତ କମ୍ ଅଟେ । ବାଇଗଣରେ ପଲିଫେନୋଲ ନାମକ ଏକ ପ୍ରାକୃତିକ ଉଦ୍ଭିଦ କମ୍ପାଉଣ୍ଡର ରହିଥାଏ । ଯାହା ଗ୍ଲୁକୋଜ ଅବଶୋଷଣ କରି ଶରୀରରେ ଇନସୁଲିନର ପରିମାଣ ବଢାଇଥାଏ ।

Clove oil for health
ସ୍ୱାସ୍ଥ୍ୟ ପାଇଁ ଲବଙ୍ଗ ତେଲ,ଯନ୍ତ୍ରଣାରୁ ମିଳେ ଉପସମ

ଶରୀରର ବିଭିନ୍ନ ଯନ୍ତ୍ରଣା ପାଇଁ ଲବଙ୍ଗ ତେଲ ବହୁତ ଲାଭଦାୟକ ଅଟେ । ଆୟର୍ବେଦରେ ଲବଙ୍ଗ ଏକ ଔଷଧୀୟ ଦ୍ରବ୍ୟ ଅଟେ । ଲବଙ୍ଗର ତେଲ ଅନେକ ଯନ୍ତ୍ରଣା ଓ ଶରୀର ପିଡ଼ାରୁ ମୁକ୍ତି ଦେଇଥାଏ । ଲବଙ୍ଗ ତେଲରେ ଆଣ୍ଟି ଭାଇରାଲ୍ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ସେପଟିକ୍ ଗୁଣ ରହିଛି । ଯାହା ଶରୀରର ବାତ ପିତ ଓ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ଦେଇଥାଏ ଲବଙ୍ଗ ତେଲ ।

 beautiful and radiant skin tips
ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇଁ ଚିନ୍ତିତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ କରି ବିଭିନ୍ନ ଔଷଧ ମଧ୍ୟ ଖାଇଥାନ୍ତି। ଆମେ ଘରୋଇ ଉପାୟରେ ନିଜ ଦୈନଦିନ ଜୀବନ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜଳ ତ୍ୱଚା ପାଇପାରିବେ ।

Benefits of  Bay leaf
ସ୍ୱାସ୍ଥ୍ୟ ପାଇଁ ତେଜପତ୍ର,ଜାଣିବା ଏହାର ଚମତ୍କାରୀ ଗୁଣ

ଘରେ ରୋଷେଇ ପାଇଁ ବିଭିନ୍ନ ମସଲା ଓ ପତ୍ର ବ୍ୟବହାର କରାଯାଇଥାଏ ଓ ଏହା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇ ଗୁଣିତ ହୋଇଥାଏ । କିନ୍ତୁ ଖାଦ୍ୟର ସ୍ୱାଦ ବଢେଇବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଏହା ହିତକର ଅଟେ । ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ । ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପାଇଁ ହିତକର ଅଟେ ।

Keep the bones strong
ହାଡ଼କୁ ରଖନ୍ତୁ ମଜବୁତ୍,ଏହିସବୁ ଖରାପ ଅଭ୍ୟାସଠାରୁ ଦୂରେଇ ରହନ୍ତୁ

ସୁସ୍ଥ ଶରୀର ପାଇଁ ହାଡ଼ ମଜବୁତ୍ ରହିବା ଦରକାର । ମଣିଷର ହାଡ଼ ୨୫ ବର୍ଷ ପର୍ଯ୍ୟନ୍ତ ମଜବୁତ ରହିଥାଏ । ଏହାପରେ ଶରୀରରେ କ୍ୟାଲସିୟମ କମିବାକୁ ଲାଗିଥାଏ । କ୍ୟାଲସିୟମ ଅଭାବରୁ ଆପଣ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି । ଛୋଟ ପିଲାଙ୍କ ଶରୀରରେ ହାଡ଼ର ବିକାଶ କରିବା ପାଇଁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ ଓ ଭିଟାମିନ-ଡି ର ସଠିକ ମାତ୍ର ମଧ୍ୟ ଦେବା ଉଚିତ । ଭିଟାମିନ ଡି କ୍ୟାଲସିୟମକୁ ସଠିକ ମାତ୍ରାରେ ଶରୀରରେ ପହଞ୍ଚାଇବା ପାଇଁ କାମ କରିଥାଏ । ହାଡ଼କୁ ମଜବୁତ କରିବା ପାଇଁ ଏହି ସବୁ ଉପାୟ ଅବଲମ୍ବୋନ କରନ୍ତୁ ।

how to keep your eyes healthy
ଆଖି ତଳର କଳାଦାଗ ପାଇଁ ଚିନ୍ତିତ କି? ଜାଣିବା ଏହାର ଘରୋଇ ଉପଚାର

ଶରୀର ମଧ୍ୟରେ ଆଖି ହେଉଛି ଆମର ସବୁଠାରୁ ସୌନ୍ଦର୍ଯ୍ୟମୟ ଅଙ୍ଗ । ତେବେ ଆଖିର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବହୁବାର ଆମେ ଡାକ୍ତରଙ୍କୁ ପରାମର୍ଶ ନେଇଥାଉ । ତେବେ ଘରୋଇ ଉପଚାର ଦ୍ୱାରା ଆମେ ଆଖିର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାର ଘରୋଇ ଉପଚାର ।

Drinking tea every day can be harmful
ପ୍ରତିଦିନ ପିଉଛନ୍ତି କି 'ଚା',ଶରୀର ପାଇଁ ହୋଇପାରେ କ୍ଷତିକାରକ

ସକାଳୁ ଉଠିଲେ ଆଗ ସମସ୍ତେ 'ଚା' ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର 'ଚା' ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ କ୍ଷତି ହୋଇଥାଏ ।

yoga for a health
ସୁସ୍ଥ ଶରୀର ପାଇଁ ଯୋଗାସନ,ଜାଣିବା ବିଭିନ୍ନ ଯୋଗାସନ ବିଷୟରେ

ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ ଜାଣିବା ବିଭିନ୍ନ ଯୋଗାସନ ବିଷୟରେ ।