• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନଭେମ୍ବର ୨ ତାରିଖରେ ଶାହରୁଖ ବଡ଼ ଧୁମଧାମରେ ନିଜର ୫୯ତମ ଜନ୍ମଦିନ ପାଳନ କରିଥିଲେ । କିଙ୍ଗ ଖାନ୍ ଶାହରୁଖ ସର୍ବଦା କିଛି ନା କିଛି ନୂଆ କରି ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି ।  ଏହି ଜନ୍ମଦିନ ଅବସରରେ କିଙ୍ଗ ଖାନ୍ ଏକ ବଡ଼ ଘୋଷଣା କରିଥିଲେ । ଏକଦା ଦିନକୁ ୧୦୦ଟି ସିଗାରେଟ୍ ଟାଣୁଥିବା ଶାହରୁଖ ଏବେ ସିଗାରେଟ୍ ଛାଡ଼ିଦେଇଛନ୍ତି । ଆଗକୁ ଆଉ ସିଗାରେଟ୍ ଟାଣିବେ ନାହିଁ ବୋଲି ଜନ୍ମଦିନରେ ଘୋଷଣା କରିଛନ୍ତି ଶାହରୁଖ ।

ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ ଉଠିଛି ଯେ ୫୯ ବର୍ଷ ବୟସରେ ଧୂମପାନ ଛାଡ଼ିବା କେତେ ଦୂର ଠିକ୍‌ ହୋଇଛି ? ଛାଡ଼ିବାରେ ବିଳମ୍ବ ହୋଇଛି କି ? ଯାହାକୁ ନେଇ ଏବେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି ।

ଅଧିକ ପଢନ୍ତୁ: ଶୀତଦିନେ କିପରି ପାଳିବେ ଶିଶୁ; ପିଲାକୁ ସୁସ୍ଥ ରଖିବା ପାଇଁ ଜାଣନ୍ତୁ ୫ଟି ଟିପ୍ସ

କିଛି ଲୋକ ଅଛନ୍ତି ଦଶନ୍ଧି ଦଶନ୍ଧି ଧରି ଧୂମପାନ କରନ୍ତି । ଏମିତିକି ଏପରି ସ୍ଥିତିରେ ପହଞ୍ଚି ଯାଆନ୍ତି ଯେ ପୂର୍ବ ଅବସ୍ଥାକୁ ଫେରି ପାରନ୍ତି ନାହିଁ। ତେବେ କେବେ ଓ କେଉଁ ସମୟରେ ଏହାଠାରୁ ଦୂରେଇ ରହିବା ଭଲ ବା ଲାଭଦାୟକ ହୋ‌ଇଥାଏ । ଜାଣନ୍ତୁ...

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆପଣ କମ୍ ବୟସରେ ଧୂମପାନ ଛାଡ଼ିବା ଭଲ। କିନ୍ତୁ ୫୦ ବର୍ଷ କିମ୍ବା ୭୦ ବର୍ଷରେ ଯଦି ଧୂମପାନ ଛାଡ଼ନ୍ତି, ତେବେ ବି ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବ । ଭଲ ଜୀବନ ମଧ୍ୟ ଅତିବାହିତ କରିପାରିବେ । ଏମିତିରେ ଆପଣଙ୍କ ଅଧିକ ଆୟୁଷ ମଧ୍ୟ ବଢିଯାଏ । 

ତେବେ ଆସନ୍ତୁ ଜାଣିବା କେମିତି ଛାଡ଼ିବେ ଧୂମପାନ ? 

  • ସମଗ୍ର ବିଶ୍ୱରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨ ପ୍ରତିଶତ ଭାରତରେ ରହିଛନ୍ତି । ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୪.୯ ମିଲିୟନ ଲୋକ ମୃତ୍ୟୁବରଣ କରୁଛନ୍ତି । ଧୂମପାନ କରିବା ସମୟରେ ନିର୍ଗତ ଧୂଆଁ ଆମର ଫୁସଫୁସ ପାଇଁ ବହୁତ କ୍ଷତିକାରକ । ଆଜି ଆମେ ଆପଣମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣମାନେ ଧୂମପାନ ଠାରୁ ସହଜରେ ଦୂରେଇ ପାରିବେ ।
  • ଧୂମପାନ  ତ୍ୟାଗ କରିବା କଷ୍ଟକର । ତେଣୁ ପ୍ରଥମେ ଏହାକୁ ଛାଡ଼ିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । କେଉଁ ସମୟରେ ଆପଣ ଧୂମପାନ କରନ୍ତି ତାହା ସ୍ଥିର କରନ୍ତୁ । ଧୂମପାନ ପ୍ରତି ନିଜର ନିର୍ଭରଶୀଳତାକୁ ଧୀରେ ଧୀରେ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ତେବେ ଏହା ଛାଡ଼ିବା ପାଇଁ ଆପଣ ବନ୍ଧୁଙ୍କ ସହିତ ବାଜି ଲଗାଇ ପାରନ୍ତି । ଯାହା ଦ୍ବାରା ଆପଣ ଛାଡ଼ି ପାରିବେ । 
  • ଅଁଳାରେ ଅତ୍ୟଧିକ ଭିଟାମିନ-ସି ରହିଥାଏ । ଏହା ଧୂମପାନ ଛାଡ଼ିବାରେ ସାହାଯ୍ୟ କରେ । ଭିଟାମିନ-ସି ନିକୋଟିନର ଇଚ୍ଛାକୁ ମଧ୍ୟ ହ୍ରାସ କରିଥାଏ । ସେଥିପାଇଁ ଅଁଳା ଖଣ୍ଡରେ ଲୁଣ ମିଶାଇ ଖାଇବା ଉଚିତ ।
  • ଓଟସରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ, ଭିଟାମିନ-ବି ରହିଛି । ଏହା ଆମ ସ୍ନାୟୁ ପାଇଁ ଲାଭଦାୟକ ରହିଥାଏ । ଓଟସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିବା ସହ ଧୂମପାନ ଅଭ୍ୟାସକୁ ହ୍ରାସ କରିଥାଏ ।
  • ମହୁରେ ଭିଟାମିନ, ଏନଜାଇମ ଓ ପ୍ରୋଟିନ ଥାଏ । ଶୁଦ୍ଧ ମହୁ ବ୍ୟବହାର ଦ୍ୱାରା ଧୂମପାନ ଠାରୁ ଦୂରେଇ ହେବ । ଅଦାର ବ୍ୟବହାର ମଧ୍ୟ ଧୂମପାନ ଠାରୁ ଦୂରେଇ ଥାଏ ।

ଅଧିକ ପଢନ୍ତୁ: ଜିମ୍‌ରେ କରୁ ନାହାନ୍ତି ତ ଏହି ୫ ଭୁଲ୍… ହୋଇପାରେ ମେରୁଦଣ୍ଡ ସମସ୍ୟା

OTV is now on Whatsapp

Join and get latest news update delivered to you via whatsapp

Join Now