Advertisment

Health Tips: ଆମ୍ବ ଚୋପାରେ ରହିଛି ଅନେକ ଭିଟାମିନ୍; କର୍କଟ ଭଳି ସମସ୍ୟା ବି ହ୍ରାସ କରେ

ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
4 great benefits of mango peels rich in many nutrients

4 great benefits of mango peels rich in many nutrients

ଆମ୍ବକୁ ଫଳର ରାଜା କୁହାଯାଉଥିବା ବେଳେ ସାଧାରଣତଃ ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି। ଏହାର ସ୍ୱାଦ ପ୍ରାୟ ସମସ୍ତକୁ ପସନ୍ଦ। ଏହା ଖାଇବା ଯେତିକି ସ୍ୱାଦିଷ୍ଟ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏଥିରେ ଅନେକ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ ରହିଛି। ଏହା ଫାଇବର, ଫୋଲେଟ୍, ଭିଟାମିନ୍ B6, ଭିଟାମିନ୍ C, ଭିଟାମିନ୍ A, କପର ପରି ଅନେକ ପୋଷକ ତତ୍ତ୍ୱରେ ଭରପୂର।

Advertisment

ଆପଣ ହୁଏତ ଖାଲି ଆମ୍ବର ରସକୁ ଖାଇ ଏହାର ଚୋପାକୁ ଫୋପାଡି ଦେଉଥିବେ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଚୋପା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! ଯଦି ଆପଣ ଆମ୍ବ ଖାଇବା ସମୟରେ ଏହାର ଚୋପାକୁ ଫୋପାଡି ଦେଉଛନ୍ତି ତେବେ ଏହାର ଉପକାରିତା ବିଷୟରେ ଜାଣିଲେ ଆପଣ ହୁଏତ ଅନୁତାପ କରିପାରନ୍ତି। ଆସନ୍ତୁ ଆଜି ଆମ୍ବ ଚୋପାର ଉପକାରିତା ବିଷୟରେ ଜାଣିନେବା।

ହୃଦୟକୁ ସୁସ୍ଥ ରଖେ:

ଏକ ଖବର ଅନୁଯାୟୀ ଆମ୍ବ ଚୋପାରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ଉଦ୍ଭିଦ ଯୌଗିକ ଥାଏ। ଏହା ହୃଦୟକୁ ସୁସ୍ଥ ରଖେ। ଏହାକୁ ଖାଇବା ଦ୍ୱାରା ହୃଦ୍‌ରୋଗ ହେବାର ଆଶଙ୍କା କମିଯାଏ।

Advertisment

ମଧୁମେହ ପାଇଁ ଲାଭଦାୟକ:

ଆମ୍ବ ଚୋପାରେ ଅନେକ ଗୁଣ ରହିଛି। ମଧୁମେହ ପାଇଁ ଏହା ଖୁବ୍ ଲାଭଦାୟକ। ଏହାର ବ୍ୟବହାର ଦ୍ୱାରା ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରାଯାଇପାରେ। ଏଥିରେ ଥିବା ଉଦ୍ଭିଦ ଯୌଗିକ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ।

ଓଜନ ହ୍ରାସ:

ଆମ୍ବ ଚୋପା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହୋଇଥାଏ। ଏହାକୁ ଖାଇବା ପରେ ପେଟ ମଧ୍ୟ ପୂରିଯାଏ। ଫଳରେ ଭୋକ କମିଯାଏ। ଏହା ଶରୀର ଫ୍ୟାଟ୍ ସେଲ୍‌କୁ ହ୍ରାସ କରି ଶୀଘ୍ର ଓଜନ ନିୟନ୍ତ୍ରଣ କରେ।

କର୍କଟ ରୋଗର ଆଶଙ୍କା ହ୍ରାସ କରେ:

ଆମ୍ବ ଚୋପାରେ ଫାଇବର, ଫୋଲେଟ୍, ଭିଟାମିନ୍ B6, ଭିଟାମିନ୍ C, ଭିଟାମିନ୍ A, କପର, ଆଣ୍ଟିଅକ୍ସିଡାଣ୍ଟ, ଉଦ୍ଭିଦ ଯୌଗିକ, ଭିଟାମିନ୍ K, ଫୋଲେଟ୍, ମ୍ୟାଗ୍ନେସିୟମ୍ ଭଳି ଅନେକ ଗୁଣ ଅଛି। ଏହାର ବ୍ୟବହାର କର୍କଟ ରୋଗର ଆଶଙ୍କାକୁ ହ୍ରାସ କରିଥାଏ। ଏସବୁ ତତ୍ତ୍ୱ କର୍କଟ କୋଷିକାକୁ ବଢେଇବାକୁ ଦିଅନ୍ତି ନାହିଁ।

ଆମ୍ବ ଚୋପା କିପରି ଖାଇବେ:

ଆମ୍ବ ଚୋପାକୁ ଅନେକ ଉପାୟରେ ଖିଆଯାଇ ପାରେ। ଏହାକୁ ଚୋବାଇ ଚୋବେଇ ଖାଇପାରିବେ। ଏହାକୁ ନ ଛଡେଇ ଆମ୍ବ ସହିତ ମଧ୍ୟ ଖାଇପାରିବେ। ଏହା ବ୍ୟତୀତ ଏଥିରେ ଚଟଣି ତିଆରି କରି ମଧ୍ୟ ଖାଇ ପାରିବେ।

Health Tips Health News Lifestyle
Advertisment
Advertisment