ଜଳେଶ୍ୱରରୁ ବିପୁଳ ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି.. ସୁଗୋ ଅଞ୍ଚଳରେ ଅବକାରୀ ଓ ପୋଲିସ ଚଢାଉ କରି ୧ ମହିଳାଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି.. ଏମାନଙ୍କ ନିକଟରୁ ୩ ବୁରା ଗଞ୍ଜେଇ, ୫୦ ଲିଟର ବିଦେଶୀ ମଦ ସହ ଆନୁମାନିକ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି..
ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ
ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୯୦୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।ମୋହନାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍ ଧରି ଥିବାବେଳେ କଟକ ମଙ୍ଗୁଳି ଛକରେ ଚଢ଼ାଉ କରି ଗଞ୍ଜେଇ ଜବତ ହୋଇଛି।
ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।
ବିପୁଳ ପରିମାଣର ଗଞ୍ଜେଇ ସହ ହୋମଗାର୍ଡ୍ ଅଟକ। ହୋମଗାର୍ଡ୍ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ଜୟପୁର SDPO ଙ୍କ ନେତୃତ୍ୱରେ ସଦର ପୋଲିସର ଚଢାଉ।
ଭୁବନେଶ୍ୱର : ଖଣ୍ଡଗିରି ଛକରୁ ଏକ ଟନ୍ ଗଞ୍ଜେଇ ଜବତ ହୋଇଛି। ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଏନେଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।
ମାଲକାନଗିରି: ମାଲକାନଗିରିରେ ଗଞ୍ଜେଇ ଚାଲାଣକାରୀ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ସେମାନଙ୍କ ଠାରୁ ୧୪କ୍ୱିଣ୍ଟାଲ ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରାଯାଇଛି। ଗଞ୍ଜେଇ ଚାଲାଣକାରୀମାନେ ଏକ ଦାମୀ ଗାଡିରେ ନୀଳବତୀ ଲଗାଇ ପୋଲିସକୁ ଚକ୍ମା ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିସହ ପୋଲିସ ଗୋଟିଏ ଟିପର ଓ ମିନି ଟ୍ରକକୁ ମଧ୍ୟ […]