/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748623759.jpg)
କୋଡ୍ ୱାର୍ଡରେ ନିଶା କାରବାର
ରାଜଧାନୀରେ ମାଡ଼ିଛି ଚୋରା ନିଶା କାରବାର । ଆଜି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଓ କ୍ରାଇମବ୍ରାଞ୍ଚ STFର ମିଳିତ ଚଢାଉ ବେଳେ ଜବତ ହୋଇଛି ପୁଳାପୁଳା ଗଞ୍ଜେଇ । ସହରର ବିଭିନ୍ନ ପାନ ଦୋକାନ ଖଟି ସ୍ଥାନ, ଷ୍ଟେସନରେ ରେଡ୍ ପରେ ନିଶା ମାଫିଆ ଓ ନିଶାଡୀଙ୍କ ଛାତି ଧଡ଼ଧଡ ହୋଇଛି । ନିଶା କାରବାର ଓ ନିଶା ବ୍ୟାପାର କରୁଥିବା ଏକାଧିକ ଲୋକଙ୍କୁ ଗିରଫ କରିଛି ପୋଲିସ ।
ଅଧିକ ପଢ଼ନ୍ତୁ: ବିଚ୍ ରାସ୍ତାରେ ସ୍ତ୍ରୀକୁ ଗୋଡେଇ ଗୋଡେଇ ଛୁରାମାଡ଼, ଆଉ ତା ପରେ...
କୋଡ୍ ୱାର୍ଡରେ ଚାଲିଥିଲା କାରବାର । ସ୍ପେଶାଲ ମାଗିଲେ ମିଳୁଥିଲା ଗଞ୍ଜେଇ ସିଗାରେଟ୍ । ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ କାରବାର । ରାଜଧାନୀ ଭୁବନେଶ୍ୱରରେ ଚୋରା ନିଶା କାରବାର ଉପରେ ପୋଲିସର ଜୋରଦାର୍ ପ୍ରହାର । ଆଜି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଓ କ୍ରାଇମବ୍ରାଞ୍ଚର STF ଚଢ଼ାଉ ବେଳେ ଧରାପଡ଼ିଛି ପୁଳା ପୁଳା ଗଞ୍ଜେଇ।
ୟୁନିଟ୍-୪, ଭୋଇ ନଗର, ମାଷ୍ଟର କ୍ୟାଣ୍ଟିନ୍ ଯେଉଁଠି ଦେଖିବ ଖୋଲା ମେଲାରେ ମିଳୁଛି ଗଞ୍ଜେଇ । ବାହାରେ ମସଲା ଦୋକାନ ବୋର୍ଡ ଲାଗିଛି, ହେଲେ ଭିତରେ ନୀଳ ଜହର ବେପାର ଚାଲିଛି । ରାଜଧାନୀର ବିଭିନ୍ନ ଦୋକାନ ସହ ନିଶାଡିଙ୍କ ଅଡ୍ଡା ସ୍ଥଳୀରେ ଚଢାଉ କରିଥିଲା ପୋଲିସ। ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଖଟି କରୁଥିବା ଯୁବକ। ଗଂଜେଇକୁ ପାଉଡର କରି ସିଗାରେଟରେ ଭର୍ତ୍ତି କରି ବିକ୍ରି କରୁଥିଲେ ଦୋକାନୀ। ଚଢ଼ାଉ ବେଳେ ମିଳିଛି ପୁଳା ପୁଳା ଗଞ୍ଜେଇ ସିଗାରେଟ। ବାହାରକୁ ଦିଶୁନଥିବା ଛୋଟିଆ ଦୋକାନ ନିଶାଡିଙ୍କ ପାଇଁ ପାଲଟିଥିଲା ଭୂସ୍ବର୍ଗ।
ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଖୁଲମଖୁଲା ବିକ୍ରି ହେଉଥିଲା ଗଂଜେଇ ପୁଡ଼ିଆ। ପୁଡ଼ିଆ ଗୋଟାକୁ ଶହେ ଟଙ୍କା। କୋଡ୍ ୱାର୍ଡରେ କାରବାର ଚାଲୁଥିବା ବେଳେ "ଭୋଗ" କହିଲେ ହାତକୁ ବଢ଼େଇ ଦେଉଥିଲେ ଦୋକାନୀ । ଆଉ ରାତି ଅଧରେ ନିଶା ଖାଇ ଆଇନକୁ ହାତକୁ ନେଉଥିଲେ ନିଶାଡୀ । ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ଜୟଦେବ ବିହାର, ଇନ୍ଫୋସିଟି ଏରିଆରେ ଚଢ଼ାଉ ହୋଇଥିଲା। ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାରରେ ରୋକ ଲଗାଇବା ପାଇଁ ପ୍ରୟାସ ହେଉଛି। ତଥାପି ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ସ୍ଥାନରେ ରେଡ୍ କରି ଅପରାଧୀଙ୍କୁ କଡା ଚେତାବନୀ ଦେଇଛି କମିଶନରେଟ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)