Advertisment

Balangir Ganja Case:ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ମାଡ଼ି ବସିଲା ପୋଲିସ....କିନ୍ତୁ ଗଞ୍ଜେଇ ଧରି ଫେରାର ମାରିଲେ ଅଭିଯୁକ୍ତ।

୩ଟି ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ। ଖବର ପାଇ ଗୋଡାଇଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଝାମ୍ପ ମାରିଲା। ହେଲେ ଗଞ୍ଜେଇ ଧରି ଫେରାର ମାରିଲେ ଅଭିଯୁକ୍ତ। ହେଲେ କିଛି କରିପାରିଲାନି ବଲାଙ୍ଗିର ପୋଲିସ। ଗଣମାଧ୍ୟମ ସମ୍ମିଳନୀ ଡାକି, ପୋଲିସ ଦେଇଥିବା ତଥ୍ୟ ଶୁଣିଲେ ଆପଣ ଅବାକ ହୋଇଯିବେ ।

author-image
Manasranjan Mohanty
balangir

balangir

୩ଟି ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ। ଖବର ପାଇ ଗୋଡାଇଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଗାଡ଼ିକୁ ଝାମ୍ପ ମାରିଲା। ହେଲେ ଗଞ୍ଜେଇ ଧରି ଫେରାର ମାରିଲେ ଅଭିଯୁକ୍ତ। ହେଲେ କିଛି କରିପାରିଲାନି ବଲାଙ୍ଗିର ପୋଲିସ। ଗଣମାଧ୍ୟମ ସମ୍ମିଳନୀ ଡାକି, ପୋଲିସ ଦେଇଥିବା ତଥ୍ୟ ଶୁଣିଲେ ଆପଣ ଅବାକ ହୋଇଯିବେ। ଆଉ ଆପଣଙ୍କ ମନରେ ବି ସନ୍ଦେହ ଆସିବ ଅଭିଯୁକ୍ତ ଖସିଗଲେ ନା ଖସାଇ ଦିଆଗଲା ?

Advertisment

ଗଞ୍ଜେଇ ଚାଲାଣ ଖବର ପାଇ ଆକ୍ସନ ମୋଡକୁ ଆସିଥିଲା ସଦର ପୋଲିସ। ଦଳବଳ ସହ ଗାଡ଼ିକୁ ଜାଗା ଉପରେ ମାଡି ବସିଥିଲେ ଆଇ.ଆଇ.ସି। ଗୋଟିଏ ଟ୍ରକ ସହ ଦୁଇଟି ଗାଡି ଓ କୋଡିଏ କେ.ଜି ଗଞ୍ଜେଇ ସିଜ ଜବତ ହୋଇଥିଲା। ହେଲେ ପୋଲିସକୁ ଦେଖି ଅନ୍ୟ ଏକ କାରରେ ୨ କେଜି ଗଞ୍ଜେଇ ନେଇ ଫେରାର ମାରିଲେ ୧୨ ଜଣ ଅଭିଯୁକ୍ତ। ୨ଟି ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଧରି ପାରିନଥିଲା ପୋଲିସ। କେବେଳ ଗୋଟିଏ ଡ୍ରାଇଭରଙ୍କୁ ଗିରଫ କରିଥିଲା। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେମାନେ କେତେବେଳେ ଗଂଜେଇ ସିଫ୍ଟ କରିଦେଲେ ଓ ଫେରାର ମାରିଲେ ? ସେ ସମୟରେ ପୋଲିସ କରୁଥିଲା କଣ ? ଏସ୍.ଡି.ପି.ଓ ସାରଙ୍କ ଏଭଳି ବାକ୍ୟବାଣ ଶୁଣି, ଯେକେହି ବି ଆଶ୍ଚର୍ଯ୍ୟ ହେବ। ତେଣୁ ଏଠି ପୋଲିସର ପାରିବା ପଣିଆ ସହିତ ସଲାସୁତୁରାକୁ ନେଇ ଉଠିଛି ସନ୍ଦେହ ।

ପୋଲିସର ପ୍ରେସନୋଟରେ ସ୍ପଷ୍ଟ ଭାବରେ ଲେଖାଯାଇଛି, ସୋଲାର ପ୍ଳାଣ୍ଟ ନିକଟରେ ଏ ଘଟଣା ଘଟିଥିଲା। ଘଟଣାଟି ଥିଲା ଗତ ୧୬ ତାରିଖ, ସକାଳ ୯ ଟା ୩୦ରେ। ଇଏ ହେଉଛି ସେହି ଜାଗା ଯେଉଁଠି ଗଞ୍ଜେଇ ଜବତ ପୋଲିସ। ଭାରତୀୟ ନ୍ୟାୟ ସଂହିତା, ବି.ଏନ.ଏସ ୧୮୫ ଅନୁଯାୟୀ, ଗଂଜେଇ ଜବତ ହେଲେ, ଅନ ଦି ସ୍ପଟ୍ ଜଣେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମାପଚୁପ ହୁଏ। ତାର ଭିଡିଓ ରେକର୍ଡିଂ ବି ବାଧ୍ୟତାମୁଳକ। କିନ୍ତୁ ମାଜିଷ୍ଟେଟ ଭାବରେ ନିଯୁକ୍ତ ହୋଇଥିବା, ସହକାରୀ ଜିଲ୍ଳାପାଳ ଟୁକୁ ପ୍ରଧାନଙ୍କୁ ଯୋଗାଯୋଗ କରି ପଚାରିବାରୁ ଉତ୍ତର ଦେବା ବଦଳରେ ଭିଡରେ ଅଛି କହି ଫୋନ କାଟିଦେଲେ। ତେଣୁ ନିଶା ବେପାରୀଙ୍କୁ ଧରିବାକୁ ଯାଇ, ଏବେ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ଦେହ ଘେରରେ ।

Advertisment
Ganja Seized Balangir
Advertisment
Related Articles
Advertisment