/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744429930.jpg)
Ganja Smuggling
ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା । ଚାରା ବୋଝେଇ ଟ୍ରକରେ କରୁଥିଲେ ଗଞ୍ଜେଇ ଚାଲାଣ । କୋରାପୁଟ ଜିଲ୍ଲା ବୁଡିଙ୍ଗ ଜଙ୍ଗଲରୁ ସୁଦୂର ରାଜସ୍ଥାନକୁ ଚାଲାଣ ହେଉଥିଲା ଗଞ୍ଜେଇ । ହେଲେ ଅଧବାଟରେ ମାଡିବସିଲା ପାଡୁଆ ପୋଲିସ । ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୩ କୋଟିରୁ ଊର୍ଦ୍ଧ୍ୱ ହେବ । ତେବେ ବାହାର ରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୦ କୋଟି ହେବ ବୋଲି ଅନୁମାନ କରାଯାଉଛି ।
#ଗଞ୍ଜେଇ_ଚାଲାଣରେ_ନୂଆ_ଫଣ୍ଡା
ଚାରା ବୋଝେଇ ଟ୍ରାକରେ ହେଉଥିଲା ଗଞ୍ଜେଇ ଚାଲାଣ। କୋରାପୁଟ ଜିଲା ବୁଡିଙ୍ଗ ଜଙ୍ଗଲରୁ ରାଜସ୍ଥାନକୁ ଏକ ଚାରା ବୋଝେଇ ଆଇଚର ଟ୍ରାକରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ପାଡୁଆ ପୋଲିସ ହାତରେ ଧରାଡ଼ିଛି। #koraput#OTVpic.twitter.com/sUJvIcmYOd— ଓଟିଭି (@otvkhabar) April 12, 2025
ବୁଡିଙ୍ଗ ଜଙ୍ଗଲରୁ ରାଜସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପାଡୁଆ ପୋଲିସ ଖବର ପାଇଥିଲା । ଏହାପରେ ପାଡୁଆ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ହିମାଂଗସୁ ବେନିଆ ଓ ଦୀପକ ବାରିକଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ଗଠନ ହୋଇ ପାଡୁଆ ରାସ୍ ଛକ ନିକଟରେ ନାକାବାନ୍ଧି କରି ଗାଡିମୋଟର ଯାଞ୍ଚ କରୁଥିଲେ । ଠିକ ସେତିକି ବେଳେ ବୁଡିଙ୍ଗ ଜଙ୍ଗଲ ଅଞ୍ଚଳରୁ ଏକ ଚାରା ବୋଝେଇ ଆଇଚର ଟ୍ରକ ଦ୍ରୁତଗତିରେ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା ।
ଅଧିକ ପଢ଼ନ୍ତୁ: ଜାଗାବାଡି ବିବାଦକୁ କେନ୍ଦ୍ର କରି ବିଲଡରଙ୍କୁ ହତ୍ୟା !
ପୋଲିସକୁ ଦେଖିବା ମାତ୍ରେ ଟ୍ରକରେ ଥିବା ଅନ୍ୟ ଜଣେ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲା । ହେଲେ ଗାଡି ସହ ଡ୍ରାଇଭରକୁ ଧରିପକାଇଥିଲା ପୋଲିସ । ଡ୍ରାଇଭର ଜଣକ ନିଜେ ଗାଡି ମାଲିକ ହୋଇଥିବା ଜଣାପଡିଛି । ତା' ଘର ରାଜସ୍ଥାନରେ । ଟ୍ରକରୁ୧ ଟନ୍ରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ବାହାର ରାଜ୍ୟରେ ପ୍ରାୟ ୧୦ କୋଟି ହେବ ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)