• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଏବେ ରାଜ୍ୟରେ ନାହିଁ ବନ୍ୟାସ୍ଥିତି । ବ୍ରାହ୍ମଣୀ କିମ୍ବା ମହାନଦୀର ତଳମୁଣ୍ଡରେ କୌଣସି ବନ୍ୟା ସ୍ଥିତି ନଥିବା କହିଛନ୍ତି, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। କହିଛନ୍ତି, ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି, କିନ୍ତୁ ତଳମୁଣ୍ଡରେ ବନ୍ୟା ନାହିଁ । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଏବେ ହୀରାକୁଦର ୧୨ଟି ଗେଟ୍ ଖୋଲାଯାଇଥିବା ଯନ୍ତ୍ରୀ କହିଛନ୍ତି । ପର୍ୟ୍ୟାୟ କ୍ରମେ ୧୨ଟି ଗେଟ୍ ଦେଇ ପ୍ରାୟ ୨ଲକ୍ଷ କ୍ୟୁସେକ ଜଳ ଛଡାଯିବ । 

ହୀରାକୁଦରେ ବର୍ତ୍ତମାନ ୬୦୯ ଫୁଟ୍ ପାଣି ରହିଛି, ଏଣୁ ଛତିଶଗଡ଼ରୁ ବନ୍ୟା ଜଳ ଆସିଲେ କୌଣସି ସମସ୍ୟା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଅନ୍ୟପଟେ ରେଙ୍ଗାଳିର ଡ୍ୟାମର ଆଉ ଏକ ଗେଟ୍ ଖୋଲିଥିଲେ ସୁଦ୍ଧା ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନଥିବା ସେ କହିଛନ୍ତି । ଏପଟେ ବାଲେଶ୍ବରର ରାଜଘାଟରେ ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ପ୍ରବାହିତ ହେଉଛି । ତେବେ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପୁରୀରେ ପ୍ରବଳ ଭିଡ଼: ସତର୍କ କଲା ପୋଲିସ...

ପାଣି ଛାଡିଲା ହୀରାକୁଦ ଡ୍ୟାମ୍। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି। ସକାଳ ୧୦ଟାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଗେଟ୍ ଖୋଲିଛି। ପ୍ରଥମେ ବାମପାର୍ଶ୍ବ ସ୍ପିଲୱେ ପଟରୁ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଛି। ବନ୍ୟାଜଳ ନିଷ୍କାସନ ପାଇଁ ପର୍ଯ୍ୟାୟ କ୍ରମେ ମୋଟ୍ ୧୨ଟି ଗେଟ୍ ଖୋଲିବ। ପାଣି ଛାଡ଼ିବା ପୂର୍ବରୁ ମହାନଦୀ ତଳମୁଣ୍ଡରେ ଲୋକଙ୍କୁ ସତର୍କ କରିବାକୁ ଆଜି ସକାଳୁ ସତର୍କ ସାଇରନ୍ ବାଜିଥିଲା। 

୨ ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ବୁର୍ଲା ହୀରାକୁଦ ଓ ସମ୍ବଲପୁର ସମେତ ମହାନଦୀର ତଳମୁଣ୍ଡରେ ଲୋକଙ୍କୁ ସଚେତନ କରାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିଛି। ବଢିଛି ହୀରାକୁଦ ଡ୍ୟାମର ଜଳସ୍ତର।