/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752219141.jpg)
Canal Water Floods
ରାତି ଅଧରେ ଘରେ ପଶିଲା କେନାଲ ପାଣି । ଫଳରେ ଜଳବନ୍ଦୀ ହୋଇଗଲେ ପ୍ରାୟ ୩୦ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅଧିନ ରାହାଞ୍ଜ ପଞ୍ଚାୟତ ରାଣୀତାଲ ବଜାର ନିକଟରେ ଥିବା ୯ ୱାର୍ଡରେ । ରାତି ୩ଟାରେ କେନାଲ ପାଣି ହଠାତ ଘର ମୁହାଁ ହୋଇଥିଲା। ଘର ଭିତରେ ପାଣିର ସୁଅ ଛୁଟିଥିଲା। ରାତି ଅଧରେ ଯେନତେନ ପ୍ରକାର ନୀଜ ଜୀବନ ବଞ୍ଚାଇଥିଲେ ଲୋକେ। ଏଥିରେ ଦୁଇଜଣଙ୍କ ମାଟି ଘର ମଧ ଭାଙ୍ଗିଯାଇଛି । ରମେଶ ପ୍ରଧାନ ଏବଂ ରାଜେନ୍ଦ୍ର ବିହାରୀଙ୍କ ଘରର କାନ୍ଥ ପଡିଯାଇଛି।
Advertisment
ଏପଟେ ବାଲେଶ୍ବରର ୨ ବ୍ଲକ ଉପରେ ସୁବର୍ଣ୍ଣରେଖାର କୋପ । ଭୋଗରାଇ ବ୍ଲକର ୮ଟି ପଞ୍ଚାୟତର ୨୦ ଗାଁ, ବାଲିଆପାଳ ବ୍ଲକର ୬ ପଞ୍ଚାୟତର ୩୦ ଗାଁ ପାଣି ଘେରରେ ରହିଛି । ଭୋଗରାଇ ବ୍ଲକର କୁମ୍ଭୀର ଗଡି, କୁସୁଡା, ଗବଗା, ଆରୁହାବୃତ୍ତି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁ ରାସ୍ତା ଉପରେ ୪ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ପାଣି କମୁଥିଲେ ବି ଏବେ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)