/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751968454.jpg)
Hero Dog Saves 67 Lives
କୁକୁର ଭୁକିଲା ବୋଲି ବଞ୍ଚିଗଲେ ୬୭ ଜଣ ।ସିଧା କହିବାକୁ ଗଲେ ଦେବଦୂତ ପାଲଟିଥିଲା କୁକୁର ।ହିମାଚଳ ମଣ୍ଡିରେ ଫ୍ଲାସ ଫ୍ଲଡ ପୂର୍ବରୁ ଗାଁରେ କୁକୁର ଭୁକିବାରୁ ୬୭ ଜଣ ଗ୍ରାମବାସୀଙ୍କ ଜୀବନ ବଞ୍ଚିଯାଇଛି ।
ତେବେ ଫ୍ଲାସ ଫ୍ଲଡରେ ପୂରା ଗାଁ ଭାସିଯାଇଛି ।ଗତ ଜୁନ ୩୦ରେ ଏଭଳି ଚମତ୍କାର ହୋଇଛି ।ରାତି ୧ଟା ବେଳେ ମଣ୍ଡିରେ ବାଦଲ ଫଟା ବର୍ଷା ହେବାରୁ ଫ୍ଲାସଫ୍ଲଡ୍, ଲ୍ୟାଣ୍ଡ ସ୍ଲାଇଡ୍ ହୋଇଥିଲା ।ତେବେ ଏତିକି ବେଳେ ମଣ୍ଡି ନିକଟ ସିୟାଥି ଗାଁ ଲୋକେ ଘରେ ଶୋଇଥିଲେ ।ତେବେ ଗାଁ ମୁହାଁ ଫ୍ଲାସଫ୍ଲଡ୍ ଦେଖି କୁକୁର ଭୁକିବାରେ ଲାଗିଥିଲା।ଫଳରେ ଗାଁର ୨୦ ପରିବାର ରାତି ଅଧରେ ଉଠି ସମୟ ଭିତରେ ସୁରକ୍ଷିତ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ ।
ସିୟାଥି ଗ୍ରାମବାସୀ କହିଛନ୍ତି କୁକୁର ଭୁକିବା ଦେଖି ସେମାନେ ସତର୍କ ହୋଇଥିଲେ ।ସେତେବେଳକୁ ଘରର କାନ୍ଥ ଫାଟିବାକୁ ଲାଗିଥିଲା ଓ ଘର ଭିତରେ ପାଣି ପଶୁଥିଲା ।ଏହା ପରେ ଗାଁ ଛାଡ଼ି ସମସ୍ତେ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ ।
ଏହାପରେ ହଠାକ ଭୂସ୍ଖଳନ ଯୋଗୁ ଗାଁ ମାଟିରେ ମିଶିଯାଇଥିଲା ।କେବଳ ୩ରୁ ୪ଟି ଘରକୁ ଛାଡ଼ିଦେଲେ ପୂରା ଗାଁ ମାଟିରେ ମିଶିଯାଇଛି ।ହିମାଚଳ ପ୍ରଦେଶରେ ମୌସୁମୀ ଜନିତ ବର୍ଷା ଓ ବନ୍ୟାରେ ରାଜ୍ୟରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)