ଖବର ପାଇ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।
ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣି ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।
ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।
ଜମିବାଡ଼ି ବିବାଦକୁ ନେଇ ବାହାରପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଅଗ୍ନିକାଣ୍ଡରେ ଘର ଜଳିପୋଡ଼ି ପାଉଁଶ ହୋଇଯାଇ ଥିବାବେଳେ ଆସବାବପତ୍ର, ଟଙ୍କା, ସୁନା ପୋଡ଼ି ପାଉଁଶ ହୋଇଯାଇଛି।
ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।
ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।
ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ ଜଣ ପୋଡ଼ି ହୋଇଯାଇଥିଲେ।
ଜାହଜରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ବାହାରୁଥିବାରୁ ବଡ଼ ଚ୍ୟାଲେଞ୍ଜିଂ ଥିଲା ଉଦ୍ଧାର କାର୍ଯ୍ୟ । ହେଲେ ସେ ଚ୍ୟାଲେଞ୍ଜକୁ ଅତି ସହଜରେ ଗ୍ରହଣ କରିଥିଲା ପର୍ତ୍ତୁଗିଜ୍ ସେନା ।
ଟ୍ରେନ୍ରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
ନିଆଁ ଲାଗି ୪ ମୃତ। ଘରେ ଶୋଇଥିବା ବେଳେ ନିଆଁ ଲାଗିଯିବା ଫଳରେ ଅକାଳରେ ୪ ଜଣଙ୍କ ଜୀବନ ଚାଲି ଯାଇଛି। ଆଜି ଭୋର ସମୟରେ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୁରତରେ ଏକ ପ୍ୟାକେଜିଂ କମ୍ପାନିରେ ବଡଧରଣର ଅଗ୍ନିକାଣ୍ଡଘଟି ବିପୁଳ କ୍ଷତି । ପାଖାପାଖି ଶହେ ଉର୍ଦ୍ଦ ଲୋକେ ଆହାତ ହୋଇଥିବା ସୂଚନା ମିଳିଛି।
ଗୁଜରାଟର ସୁରଟସ୍ଥିତ କଡ଼ୋଦରାର ଗୁଜୁରାଟ ୱଦ୍ୟୋଗିକ ବିକାଶ ନିଗମରେ ଭୟବହ ଅଗ୍ନିକାଣ୍ଡ । ବିବା ପ୍ୟାକେଜିଂ ମିଲ୍ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁରୁ ବଞ୍ଚିବା ପାଇଁ କିଛି ଶ୍ରମିକ ୫ ମହଲା ଉପରୁ ତଳକୁ ଡେଇଁପଡ଼ିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା। ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ […]
ବ୍ରହ୍ମପୁର: ୫୦ ବଖରା ପୋଡି ପାଉଁଶ। ଗଂଜାମ ଜିଲ୍ଲା ଭଞ୍ଜନଗର ବରପାଲି ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସାହିର ପ୍ରାୟ ୫୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ହିଂସାକାଣ୍ଡ ଘଟିବା ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା। ୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସରସ୍ୱତୀ କର, ବାବୁଲି କର ଓ ଆଦିତ୍ୟ କର। ମିଳିଥିବା ସୂଚନା ଅନୁସାରେ ସରସ୍ୱତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ହୋଇଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ, […]