/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748662752.jpg)
Forester Death
ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅଧାପୋଡା ମୃତଦେହ । ମୃତକ ହେଲେ ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁ । ବାରମାସୀ ଦଣ୍ଡା ସ୍ଥିତ ଘରୁ ଅଧାପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୋଲିସ ଛାନଭିନ୍ କରିଛି । ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି ଶିଶିରଙ୍କ ପତ୍ନୀ । ସେପଟେ ଘରର ଆସବାବପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି ।
Advertisment
ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କ ଘରୁ ହଠାତ୍ ନିଆଁ ବାହାରିଥିଲା । ରାତିରେ ସମସ୍ତେ ଘରେ ଶୋଇଥିବାବେଳେ ଏଭଳି ଅଗ୍ନିକାଣ୍ଡ ହୋଇଥିଲା । ଫରେଷ୍ଟର ଶିଶିର ସାହୁଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର ହୋଇଥିବାବେଳେ ଫରେଷ୍ଟରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେପଟେ ପୁଅ ସୁରକ୍ଷିତ ଥିବା ଜଣାପଡ଼ିଛି । ଏତେ ବଡ଼ ଅଘଟଣ କେମିତି ଘଟିଲା ସେନେଇ ଉଠିଛି ପ୍ରଶ୍ନ । ମୃତଦେହ ବ୍ୟବଚ୍ଛେଜ ପାଇଁ ପଠାଇବା ସହ ଛନଭିନ ଚଳାଇଛି ପୋଲିସ ।
ଅଧିକ ପଢନ୍ତୁ : ଭୟାବହ ଅଗ୍ନିକାଣ୍ଡ; ସବୁ ଜଳିପୋଡ଼ି ପାଉଁଶ
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)