ଇଷ୍ଟକୋଷ୍ଟ ରେଳବାଇରେ ନୂଆ ରାୟଗଡ଼ା ଡିଭିଜନ୍ ଗଠନ ହେବ । ଏହି ଡିଭିଜନରେ ମିଶିବ ୱାଲଟିୟର୍ ଡିଭିଜନର ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ରେଳଲାଇନର କିଛି ଅଂଶ । କିନ୍ତୁ ଓଡିଶାରୁ ଇଞ୍ଚେ ବି ବାହାର ରାଜ୍ୟକୁ ଯିବନି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ।
ଓଡ଼ିଶାରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।
ଓଡ଼ିଶାରେ ବାହାରିଲା ରେଳବାଇରେ ନିଯୁକ୍ତି। ଇଷ୍ଟକୋଷ୍ଟ ରେଳବାଇ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ କେତୋଟି ପଦବୀ ପୂରଣ ହେବ। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବାର ସୁଯୋଗ ନେଇ ପାରିବେ।
ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡ଼ର ପାଇଁ ୩୦୦ କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।
ଟ୍ରେନ୍ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବାକୁ ପୂର୍ବତଟ ରେଲୱେର ନୂଆ ରଣନୀତି । ଇନ୍ଷ୍ଟଲ କରିବ ଇଣ୍ଟ୍ରୁଜନ୍ ଡିଟେକ୍ସନ ସିଷ୍ଟମ- IDS । ୬୦ କିଲୋମିଟର ଦୂରରୁ ରେଳ ଲାଇନ୍ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍ । ପ୍ରାରମ୍ଭିକ ଭାବେ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଡିଭିଜନ ମଧ୍ୟରେ ୨୦୦ କିଲୋମିଟର ଟ୍ରାକ୍ ରେ ଲାଗିବ ଏ ବ୍ୟବସ୍ଥା । କିଭଳି ହାତୀ ମୃତ୍ୟୁକୁ ରୋକିବ IDS ଜାଣନ୍ତୁ..
ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ?
RRB-NTPC ପରୀକ୍ଷାର୍ଥୀଙ୍କ ପାଇଁ ୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।