• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଶାରେ ବାହାରିଲା ରେଳବାଇରେ ନିଯୁକ୍ତି। ଇଷ୍ଟକୋଷ୍ଟ ରେଳବାଇ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରେଲୱେ ନିଯୁକ୍ତି ସେଲ୍ ସ୍କାଉଟ୍ ଏବଂ ଗାଇଡ୍ କୋଟା ପାଇଁ ଗ୍ରୁପ୍ C ଏବଂ ଗ୍ରୁପ୍ D ରେ କେତୋଟି ପଦବୀ ପୂରଣ ହେବ। ପ୍ରାର୍ଥୀ ଭୁବନେଶ୍ୱରରେ ରହି ଚାକିରି କରିବାର ସୁଯୋଗ ନେଇ ପାରିବେ।

ଅଫ୍‌ଲାଇନ୍ ମୋଡ୍‌ରେ ଏହି ଆବେଦନ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଗ୍ରୁପ୍ C ଏବଂ ଗ୍ରୁପ୍ D ଆଦି ପଦବୀ ପୂରଣ ହେବ। ଦଶମ ପାଶ୍ ପିଲା ମଧ୍ୟ ଏହାର ଫାଇଦା ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.rrcbbs.org.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ East Cost Railway Bhubaneswar Recruitment Apply For Group C & D Post ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ୦୧ ଫେବୃଆରୀ ୨୦୨୪
  • ଆବେଦନ ଶେଷ – ୨୯ ଫେବୃଆରୀ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀମାନେ ସ୍ଥାନୀୟ ଭାଷା ଜ୍ଞାନ ସହିତ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦଶମ କିମ୍ବା ITI / + 2 ପାଶ କରିଥିବେ
  • ଅଧିକ ଜାଣିବା ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଗ୍ରୁପ୍ C – ୨ଟି ପୋଷ୍ଟ୍
  • ଗ୍ରୁପ୍ D – ୨ଟି ପୋଷ୍ଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ - ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ଓ ୩୫ ବର୍ଷ
  • ବୟସ ଗଣନା ୧ ଜୁଲାଇ ୨୦୨୪ ଆଧାରରେ ହେବ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD/ESM - ୦୫ ବର୍ଷ
  • PWD + SC / ST - ୧୫ ବର୍ଷ

ଆବେଦନ ଶୁଳ୍କ:

  • ସାଧାରଣ ପ୍ରାର୍ଥୀ/ EWS/ OBC – ୫୦୦ ଟଙ୍କା
  • SC / ST /Phd / ମହିଳା – ୨୫୦ ଟଙ୍କା
  • ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଆବେଦନ ଶୁଳ୍କ ଦେବାକୁ ହେବ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା
  • ସର୍ବାଧିକ ଦରମା – ୬୩,୨୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀଷା
  • ଡମ୍ୟୁମେଣ୍ଟ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • + 2 / ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଦସ୍ତଖତ
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ସେଲ୍ଫ ଆଟେଷ୍ଟେଡ ପାସପୋର୍ଟ ଆକାରର ଫଟୋଗ୍ରାଫ୍
  • ସ୍କାଉଟ୍ କିମ୍ବା ଗାଇଡ୍ ସାର୍ଟିଫିକେଟ୍

କିପରି କରିବେ ଆବେଦନ:

  • ଏହି ଲିଙ୍କ୍ https://rrcbbs.org.in/guide.pdf ଉପରେ କ୍ଲିକ୍ କରନ୍ତୁ
  • ଫର୍ମ ଡାଉନଲୋଡ୍ କରନ୍ତୁ
  • ଏହାକୁ ଠିକ୍ ଭାବେ ପୂରଣ କରନ୍ତୁ
  • ୱେବ୍‌ସାଇଟ୍‌କୁ ଯାଆନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସଂଲଗ୍ନ କରି ନିମ୍ନ ଠିକଣାରେ ପଠାନ୍ତୁ

ଠିକଣା:

Assistant Personnel Officer ( HQ ), 2nd Floor, South Block, Rail Sadan, Chandrasekharpur, Bhubaneswar, Pin – 751017.