• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବତଟ ରେଲୱେ ପାଇଁ ୧୧, ୪୯୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର । ରେଳ ବିଭାଗ ପକ୍ଷରୁ ଆଜି ଏହି ମଞ୍ଜୁରୀ କରାଯାଇଛି । ବିଭନ୍ନ ରେଳ ଲାଇନ୍‌ ପାଇଁ ସରକାରଙ୍କ ପକ୍ଷରୁ ଅଲଗା ଅଲଗା ଅର୍ଥ ମଞ୍ଜୁର କରାଯାଇଛି । ଯେପରିକି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ ପାଇଁ ୧୩୫୦ କୋଟି ମଞ୍ଜୁର କରାଯାଇଥିବାବେଳେ ତାଳଚେର-ବିମଳାଗଡ଼ ପାଇଁ ୫୦୦ କୋଟି ମଞ୍ଜୁର ହୋଇଛି ।

ସେହିପରି ଜୟପୁର-ମାଲକାନଗିରି ରେଳ ଲାଇନ୍‌ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍‌ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡ଼ର ପାଇଁ ୩୦୦ କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ତାଳଚେର-ଅନୁଗୁଳ ୱାଇ କନେକ୍ସନ ପାଇଁ ୧୦୮ କୋଟି ଓ ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୧୦୦ କୋଟି ମଞ୍ଜୁର କରାଯାଇଛି ।

ଗତକାଲି କେନ୍ଦ୍ରର କାମଚଳା ବଜେଟ୍‌ ଉପସ୍ଥାପନ ପରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଥିଲେ । ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି ବୋଲି କହିଥିଲେ । ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ଆସିଛି । ନୂଆ ପ୍ରକଳ୍ପ ପାଇଁ ନିବେଶ ହେବ ପ୍ରାୟ ୫୨ ହଜାର କୋଟି ଟଙ୍କା ବୋଲି କହିଥିଲେ ଆଶ୍ୱନୀ ବୈଷ୍ଣବ ।

ସେହପରି ଓଡ଼ିଶାରେ ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇଥିବା କହିଥିଲେ ରେଳମନ୍ତ୍ରୀ । ରାଜ୍ୟରେ ବାର୍ଷିକ ୪୭୩ କିଲୋମିଟର ରେଳ ଲାଇନ ହେଉଛି । ତେବେ ରାଜ୍ୟ ସରକାର ଜମି ଅଧିଗ୍ରହଣ ତ୍ୱରାନ୍ୱିତ କଲେ କାମ ଶୀଘ୍ର ହୁଅନ୍ତା ବୋଲି ରେଳମନ୍ତ୍ରୀ ସୂଚନା ଦେଇଥିଲେ ।

ଅନ୍ୟପଟେ କେନ୍ଦ୍ର ବଜେଟ୍‌ରେ ଜିଡିପି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି । ଭାରତର ବିକାଶରେ ପୂର୍ବାଞ୍ଚଳ ରାଜ୍ୟକୁ ଡ୍ରାଇଭିଂ ସିଟ୍‌କୁ ନିଆଯାଉଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି ବୋଲି ଅଶ୍ୱନୀ କହିଥିଲେ ।