• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରୀକ୍ଷାର୍ଥୀଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌ । ଆରଆରବିର ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (ଏନଟିପିସି) ଦ୍ୱିତୀୟ ପର୍ଯ୍ୟାୟ (ସିବିଟି-୨) ପରୀକ୍ଷା ସାରା ଦେଶରେ ୯ ଓ୧୦ ତାରିଖର ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଅନେକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ରଳବାଇ । ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ହେବା ଫଳରେ ଦେଶର ବିଭିନ୍ନ ସହରକୁ ଯାଇ ପରୀକ୍ଷା ଦେବା ସହଜ ହେବ ।

ନିମ୍ନୋକ୍ତ ଟ୍ରେନ୍‌ ଗୁଡ଼ିକ ଚାଲିବ . .

1. ଟ୍ରେନ୍ ନମ୍ବର 03205/03206 ଗୟା-ହାୱଡ଼ା -ଗୟା ପରୀକ୍ଷା କେନ୍ଦ୍ର

2. ଟ୍ରେନ୍ ନମ୍ବର 03215/03216 ରାଜଗିର-କାନପୁର ସେଣ୍ଟ୍ରାଲ - ରାଜଗିର ପରୀକ୍ଷା କେନ୍ଦ୍ର

3. ଟ୍ରେନ୍ ନମ୍ବର 05215/05216 ସାମସ୍ତିପୁର-କୋଲକାତା - ସାମସ୍ତିପୁର ପରୀକ୍ଷା କେନ୍ଦ୍ର

4. ଟ୍ରେନ୍ ନମ୍ବର 03230/03229 ଗୟା-ଭୁବନେଶ୍ୱର- ଗୟା ପରୀକ୍ଷା କେନ୍ଦ୍ର

5. ଟ୍ରେନ୍ ନମ୍ବର 03220/03219 ଦାନାପୁର-ଦୁର୍ଗ-ଦାନାପୁର ପରୀକ୍ଷା କେନ୍ଦ୍ର

6. ଟ୍ରେନ୍ ନମ୍ବର 03282/03281 ଦାନାପୁର –ଗୁଆହାଟି - ଦାନାପୁର ପରୀକ୍ଷା କେନ୍ଦ୍ର

7. ଟ୍ରେନ୍ ନମ୍ବର 05201/05202 ବରୋନି-ମୋରାଦାବାଦ - ବରୋନି ପରୀକ୍ଷା କେନ୍ଦ୍ର

8. ଟ୍ରେନ୍ ନମ୍ବର 03309/03310 ଧାନବାଦ୍-ବିଜୟୱାଡା - ଧାନବାଦ୍ ପରୀକ୍ଷା କେନ୍ଦ୍ର

9. ଟ୍ରେନ୍ ନମ୍ବର 03313/03314 ଧାନବାଦ୍ –ବ୍ରହ୍ମପୁର - ଧାନବାଦ୍ ପରୀକ୍ଷା କେନ୍ଦ୍ର

ଏହି ପରି ମୋଟ୍‌ ୬୫ ଟି ଟ୍ରେନ୍‌ ଚଳାଚଳ କରିବ । 

ସୂଚନାଯୋଗ୍ୟ ରେଳବାଇ ନିଯୁକ୍ତି ବୋର୍ଡ RRB NTPC CBT 2 ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । CBT 2 ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଜାରି ହୋଇଛି । ଅନ୍ୟପଟେ ପରିସ୍ଥିତିରେ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ rrbcdg.gov.in ଏବଂ ଅନ୍ୟାନ୍ୟ ଆଞ୍ଚଳିକ RRB ୱେବସାଇଟରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।